YouVersion Logo
Search Icon

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 12

12
ପ୍ରସୂତିମାନଙ୍କର ଶୁଚିକରଣ
1ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2“ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, ଯଦି କୌଣସି ସ୍ତ୍ରୀ ଗର୍ଭଧାରଣ କରି ପୁତ୍ର ପ୍ରସବ କରେ, ତେବେ ସ୍ତ୍ରୀର ରଜଧର୍ମର ଅଶୁଚିତା ସମୟ ପରି ସେ ସାତ ଦିନ ପର୍ଯ୍ୟନ୍ତ ଅଶୁଚି ରହିବ। 3ତହୁଁ ଅଷ୍ଟମ ଦିନରେ ବାଳକର ପୁରୁଷାଙ୍ଗଚର୍ମର ଛେଦନ ହେବ। 4ପୁଣି ସେହି ସ୍ତ୍ରୀ ତେତିଶ ଦିନ ପର୍ଯ୍ୟନ୍ତ ଆପଣାର ଶୁଚି ନିମନ୍ତେ ରକ୍ତସ୍ରାବ ଅବସ୍ଥାରେ ରହିବ; ଆଉ ଯେପର୍ଯ୍ୟନ୍ତ ଶୁଚିର ଦିନ ପୂର୍ଣ୍ଣ ନ ହୁଏ, ସେପର୍ଯ୍ୟନ୍ତ ସେହି କୌଣସି ପବିତ୍ର ବସ୍ତୁ ଛୁଇଁବ ନାହିଁ; କିଅବା ପବିତ୍ର ସ୍ଥାନରେ ପ୍ରବେଶ କରିବ ନାହିଁ। 5ମାତ୍ର ଯଦି ସେ କନ୍ୟା ପ୍ରସବ କରେ, ତେବେ ସ୍ତ୍ରୀର ରଜଧର୍ମର ଅଶୁଚିତା ସମୟ ପରି ସେ ଦୁଇ ସପ୍ତାହ ଅଶୁଚି ରହିବ; ପୁଣି ସେ ଛଷଠି ଦିନ ଆପଣା ଶୁଚି ନିମନ୍ତେ ରକ୍ତସ୍ରାବ ଅବସ୍ଥାରେ ରହିବ।
6ତହିଁ ଉତ୍ତାରେ ପୁତ୍ର ବା କନ୍ୟା ପ୍ରସବର ଅଶୁଚି ଦିନ ପୂର୍ଣ୍ଣ ହେଲେ, ସେ ହୋମବଳି ନିମନ୍ତେ ଏକବର୍ଷୀୟ ଏକ ମେଷବତ୍ସ ଓ ପାପାର୍ଥକ ବଳି ନିମନ୍ତେ ଏକ ପାରାଛୁଆ ବା ଏକ କପୋତ ସମାଗମ-ତମ୍ବୁର ଦ୍ୱାରର ଯାଜକ ନିକଟକୁ ଆଣିବ। 7ତହୁଁ ସେ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଉତ୍ସର୍ଗ କରି ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ ଆପଣା ରକ୍ତସ୍ରାବରୁ ଶୁଚି ହେବ; ପୁତ୍ର ବା କନ୍ୟା ପ୍ରସବକାରିଣୀ ନିମନ୍ତେ ଏହି ବ୍ୟବସ୍ଥା। 8ମାତ୍ର ଯଦି ସେ ମେଷବତ୍ସ ଆଣିବାକୁ ଅସମର୍ଥ ହୁଏ, ତେବେ ସେ ଦୁଇ କପୋତ ଅବା ଦୁଇ ପାରାଛୁଆ ନେଇ, ତହିଁରୁ ଗୋଟିଏକୁ ହୋମାର୍ଥକ ବଳି ରୂପେ ଓ ଅନ୍ୟଟିକୁ ପାପାର୍ଥକ ବଳି ରୂପେ ଉତ୍ସର୍ଗ କରିବ; ପୁଣି ଯାଜକ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ ଶୁଚି ହେବ।”

Highlight

Copy

Compare

Share

None

Want to have your highlights saved across all your devices? Sign up or sign in

Videos for ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 12