ଯିହୋଶୂୟ 19
19
ଶିମୀୟୋନର ଅଧିକାର
1ଏଥିଉତ୍ତାରେ ଶିମୀୟୋନର, ଅର୍ଥାତ୍, ଆପଣା ଆପଣା ବଂଶାନୁସାରେ ଶିମୀୟୋନ ସନ୍ତାନମାନଙ୍କ ବଂଶ ପାଇଁ ଦ୍ୱିତୀୟ ବାଣ୍ଟ ଉଠିଲା; ସେମାନଙ୍କ ଅଧିକାର ଯିହୁଦା-ସନ୍ତାନଗଣର ଅଧିକାର ମଧ୍ୟରେ ଥିଲା। 2ସେମାନଙ୍କ ଅଧିକାରରେ ଏହିସବୁ ନଗର ଥିଲା, ଯଥା, ବେର୍ଶେବା ବା ଶେବଃ ଓ ମୋଲାଦା 3ଓ ହତ୍ସର-ଶୁୟାଲ୍ ଓ ବାଲା ଓ ଏତ୍ସମ୍ 4ଓ ଇଲତୋଲଦ୍ ଓ ବଥୁଲ ଓ ହର୍ମା 5ଓ ସିକ୍ଲଗ୍ ଓ ବେଥ୍-ମର୍କାବୋତ୍ ଓ ହତ୍ସରସୂଷୀମ୍ 6ଓ ବେଥ୍-ଲବାୟୋତ୍ ଓ ଶାରୁହନ୍; ଗ୍ରାମ ସମେତ ଏହି ତେର ନଗର। 7ଐନ୍ ଓ ରିମ୍ମୋନ୍ ଓ ଏଥର୍ ଓ ଆଶନ୍; ଗ୍ରାମ ସମେତ ଏହି ଚାରି ନଗର 8ଓ ବାଲତ୍-ବେର ଓ ଦକ୍ଷିଣ ଦିଗସ୍ଥିତ ରାମତ୍ ପର୍ଯ୍ୟନ୍ତ ଏହିସବୁ ନଗରର ଚତୁର୍ଦ୍ଦିଗସ୍ଥିତ ଗ୍ରାମ ସମସ୍ତ। ଆପଣା ଆପଣା ବଂଶାନୁସାରେ ଶିମୀୟୋନ-ସନ୍ତାନମାନଙ୍କ ବଂଶର ଏହି ଅଧିକାର ଥିଲା। 9ଶିମୀୟୋନ-ସନ୍ତାନଗଣର ଏହି ଅଧିକାର ଯିହୁଦା ସନ୍ତାନଗଣର ଅଧିକାରର ଏକ ଅଂଶ ଥିଲା, କାରଣ ଯିହୁଦା ସନ୍ତାନଗଣର ଅଂଶ ସେମାନଙ୍କ ପାଇଁ ଅତି ଅଧିକ ଥିଲା; ଏହେତୁ ଶିମୀୟୋନ-ସନ୍ତାନଗଣ ସେମାନଙ୍କ ଅଧିକାର ମଧ୍ୟରେ ଅଧିକାର ପାଇଲେ।
ସବୂଲୂନର ଅଧିକାର
10ଏଥିଉତ୍ତାରେ ସବୂଲୂନ-ସନ୍ତାନଗଣ ପାଇଁ ସେମାନଙ୍କ ବଂଶାନୁସାରେ ତୃତୀୟ ବାଣ୍ଟ ଉଠିଲା; ସାରୀଦ ପର୍ଯ୍ୟନ୍ତ ସେମାନଙ୍କ ଅଧିକାରର ସୀମା ଥିଲା। 11ପୁଣି ସେମାନଙ୍କ ସୀମା ପଶ୍ଚିମରେ ମରୀୟଲା ଦିଗରେ ଉଠି ଦବେଶତ୍ ପର୍ଯ୍ୟନ୍ତ ଯାଇ ଯଗ୍ନିୟାମର ସମ୍ମୁଖସ୍ଥ ନଦୀ ପର୍ଯ୍ୟନ୍ତ ଗଲା। 12ପୁଣି ସାରୀଦରୁ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଫେରି କିଶ୍ଲୋତ୍-ତାବୋରର ସୀମା ପର୍ଯ୍ୟନ୍ତ ଗଲା; ତହୁଁ ଦାବରତ୍ରେ ବାହାରି ଯାଫୀୟକୁ ଉଠିଗଲା। 13ପୁଣି ସେଠାରୁ ପୂର୍ବ ଦିଗ ହୋଇ ଗାଥ୍-ହେଫର ଦେଇ ଏତ୍କାତ୍ସୀନ ପର୍ଯ୍ୟନ୍ତ ଯାଇ ନେୟ ଆଡ଼େ ବିସ୍ତୃତ ରିମ୍ମୋନ୍କୁ ଗଲା। 14ପୁଣି ସେହି ସୀମା ଉତ୍ତର ଦିଗରେ ତାହା ବେଷ୍ଟନ କରି ହନ୍ନାଥୋନକୁ ଗଲା; ପୁଣି ତହିଁର ସୀମା ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଗଲା। 15ପୁଣି କଟତ୍ ଓ ନହଲୋଲ୍ ଓ ଶିମ୍ରୋଣ ଓ ଯିଦାଲା ଓ ବେଥଲିହିମ; ଗ୍ରାମ ସମେତ ଏହି ବାର ନଗର। 16ଗ୍ରାମ ସମେତ ଏସବୁ ନଗର ସବୂଲୂନ-ସନ୍ତାନମାନଙ୍କ ବଂଶାନୁସାରେ ସେମାନଙ୍କ ଅଧିକାର ଥିଲା।
ଇଷାଖରର ଅଧିକାର
17ଏଥିଉତ୍ତାରେ ଇଷାଖରର, ଅର୍ଥାତ୍, ଆପଣା ଆପଣା ବଂଶାନୁସାରେ ଇଷାଖର-ସନ୍ତାନମାନଙ୍କ ବଂଶ ପାଇଁ ଚତୁର୍ଥ ବାଣ୍ଟ ଉଠିଲା। 18ସେମାନଙ୍କ ସୀମା ଯିଷ୍ରିୟେଲ ଓ କସୁଲ୍ଲୋତ ଓ ଶୂନେମ 19ଓ ହଫାରୟିମ୍ ଓ ଶୀୟୋନ ଓ ଅନହରତ୍ 20ଓ ରାବ୍ବୀତ୍ ଓ କିଶୀୟୋନ୍ ଓ ଏବସ 21ଓ ରେମତ୍ ଓ ଐନ୍-ଗନ୍ନୀମ୍ ଓ ଐନ୍-ହଦ୍ଦା ଓ ବେଥ୍-ପତ୍ସେସ ପର୍ଯ୍ୟନ୍ତ ଗଲା। 22ପୁଣି ସେ ସୀମା ତାବୋର ଓ ଶହତ୍ସୀମ୍ ଓ ବେଥ୍-ଶେମଶ ପର୍ଯ୍ୟନ୍ତ ଗଲା ଓ ଯର୍ଦ୍ଦନ ସେମାନଙ୍କ ସୀମାର ପ୍ରାନ୍ତ ଥିଲା; ଗ୍ରାମ ସମେତ ଏହି ଷୋଅଳ ନଗର। 23ଗ୍ରାମ ସମେତ ଏସବୁ ନଗର ଇଷାଖର ବଂଶୀୟ ସନ୍ତାନଗଣର ସେମାନଙ୍କ ବଂଶାନୁସାରେ ଅଧିକାର ହେଲା।
ଆଶେରର ଅଧିକାର
24ଏଉତ୍ତାରେ ଆଶେର-ସନ୍ତାନମାନଙ୍କ ବଂଶର ଆପଣା ଆପଣା ବଂଶାନୁସାରେ ପଞ୍ଚମ ବାଣ୍ଟ ଉଠିଲା। 25ଆଉ ସେମାନଙ୍କର ସୀମା ହିଲକତ୍ ଓ ହଲୀ ଓ ବେଟନ ଓ ଅକ୍ଷଫ 26ଓ ଅଲମେଲକ୍ ଓ ଅମୀୟାଦ୍ ଓ ମିଶାଲ; ଆଉ ତାହା ପଶ୍ଚିମ ଦିଗରେ କର୍ମିଲ ଓ ଶୀହୋର-ଲିବ୍ନତ ପର୍ଯ୍ୟନ୍ତ ଗଲା। 27ପୁଣି ସୂର୍ଯ୍ୟୋଦୟ ଦିଗରେ ବେଥ୍-ଦାଗୁନ୍ ଆଡ଼େ ବୁଲି ବେଥ୍-ଏମକ ଓ ନୀୟେଲର ଉତ୍ତର ଦିଗରେ ସବୂଲୂନସ୍ଥିତ ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଗଲା; ତହୁଁ ତାହା ବାମ ଦିଗରେ କାବୂଲ 28ଓ ହିବ୍ରୋଣ ଓ ରହୋବ ଓ ହମ୍ମୋନ ଓ କାନ୍ନା ଓ ମହାସୀଦୋନ ପର୍ଯ୍ୟନ୍ତ ଗଲା; 29ତହୁଁ ସେ ସୀମା ବୁଲି ରାମା ଓ ସୋର ନାମକ ପ୍ରାଚୀରବେଷ୍ଟିତ ନଗରକୁ ଗଲା; ଏଉତ୍ତାରେ ସେ ସୀମା ବୁଲି ହୋଷାକୁ ଗଲା; ପୁଣି ଅକଷୀବ୍ ଅଞ୍ଚଳସ୍ଥ ସମୁଦ୍ର ତହିଁର ପ୍ରାନ୍ତ ଥିଲା। 30ମଧ୍ୟ ଉମ୍ମା ଓ ଅଫେକ ଓ ରହୋବ; ଏପରି ଗ୍ରାମ ସମେତ ବାଇଶ ନଗର ଥିଲା। 31ଆପଣା ଆପଣା ବଂଶାନୁସାରେ ଆଶେର-ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ହେଲା।
ନପ୍ତାଲିର ଅଧିକାର
32ଏଥିଉତ୍ତାରେ ନପ୍ତାଲିର, ଅର୍ଥାତ୍, ଆପଣା ଆପଣା ବଂଶାନୁସାରେ ନପ୍ତାଲି-ସନ୍ତାନମାନଙ୍କ ବଂଶ ପାଇଁ ଷଷ୍ଠ ବାଣ୍ଟ ଉଠିଲା। 33ସେମାନଙ୍କ ସୀମା ହେଲଫଠାରୁ, ଅର୍ଥାତ୍, ସାନନ୍ନୀମ ନିକଟସ୍ଥ ଅଲୋନଠାରୁ ଅଦାମୀ ନେକ୍ବ ଓ ଯବ୍ନୀୟେଲ ଦେଇ ଲକ୍କୁମ ପର୍ଯ୍ୟନ୍ତ ଗଲା; ଯର୍ଦ୍ଦନ ନିକଟରେ ତହିଁର ପ୍ରାନ୍ତ ଥିଲା। 34ପୁଣି ସେ ସୀମା ପଶ୍ଚିମ ଦିଗରେ ଫେରି ଅସ୍ନୋତ୍-ତାବୋରକୁ ଗଲା ଓ ସେଠାରୁ ହୁକ୍କୋକ୍ ପର୍ଯ୍ୟନ୍ତ ଗଲା ଓ ଦକ୍ଷିଣ ଦିଗରେ ସବୂଲୂନ ପର୍ଯ୍ୟନ୍ତ ଓ ପଶ୍ଚିମ ଦିଗରେ ଆଶେର ପର୍ଯ୍ୟନ୍ତ ଓ ସୂର୍ଯ୍ୟୋଦୟ ଆଡ଼େ ଯର୍ଦ୍ଦନ ନିକଟସ୍ଥ ଯିହୁଦା ପର୍ଯ୍ୟନ୍ତ ଗଲା। 35ପୁଣି ସବୀମ ଓ ସେର ଓ ହମ୍ମତ୍, ରକ୍କତ୍ ଓ କିନ୍ନେରତ୍ 36ଓ ଆଦାମା ଓ ରାମା ଓ ହାସୋର 37ଓ କେଦଶ ଓ ଇଦ୍ରିୟୀ ଓ ଐନ-ହାସୋର 38ଓ ଯିରୋଣ ଓ ମିଗ୍ଦଲେଲ ଓ ହୋରେମ୍ ଓ ବେଥ୍-ଆନାତ୍ ଓ ବେଥ୍-ଶେମଶ; ଏହିସବୁ ପ୍ରାଚୀରବେଷ୍ଟିତ ନଗର ଥିଲା; ଗ୍ରାମ ସମେତ ଊଣାଇଶ ନଗର। 39ଆପଣା ଆପଣା ବଂଶାନୁସାରେ ନପ୍ତାଲି-ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର।
ଦାନର ଅଧିକାର
40ଏଉତ୍ତାରେ ଦାନ୍-ସନ୍ତାନମାନଙ୍କ ବଂଶର ଆପଣା ଆପଣା ବଂଶାନୁସାରେ ସପ୍ତମ ବାଣ୍ଟ ଉଠିଲା। 41ସେମାନଙ୍କ ଅଧିକାରର ସୀମା ସରାୟ ଓ ଇଷ୍ଟାୟୋଲ ଓ ଇରଶେମଶ୍ 42ଓ ଶାଲବୀନ୍ ଓ ଅୟାଲୋନ୍ ଓ ଯିତ୍ଲା 43ଓ ଏଲୋନ ଓ ତିମ୍ନାଥା ଓ ଇକ୍ରୋଣ 44ଓ ଇଲତ୍କୀ ଓ ଗିବ୍ବଥୋନ ଓ ବାଲତ୍ 45ଓ ଯିହୂଦ୍ ଓ ବନେବରକ୍ ଓ ଗାଥ୍-ରିମ୍ମୋନ 46ଓ ମେୟକୋନ୍ ଓ ରକ୍କୋନ ଓ ଯାଫୋର ସମ୍ମୁଖସ୍ଥ ଅଞ୍ଚଳ। 47ମାତ୍ର ଦାନ୍-ସନ୍ତାନଗଣର ସୀମା ସେହିସବୁ ସ୍ଥାନ ପାର ହୋଇଗଲା, କାରଣ ଦାନ୍-ସନ୍ତାନଗଣ ଲେଶମ ନଗର ପ୍ରତିକୂଳରେ ଯାଇ ଯୁଦ୍ଧ କଲେ, ତାହା ହସ୍ତଗତ କରି ଖଡ୍ଗଧାରରେ ଆଘାତ କରି ତାହା ଅଧିକାର କଲେ ଓ ତହିଁ ମଧ୍ୟରେ ବାସ କରି ଆପଣାମାନଙ୍କ ପୂର୍ବପୁରୁଷ ଦାନ୍ର ନାମାନୁସାରେ ଲେଶମର ନାମ ଦାନ୍ ରଖିଲେ। 48ଆପଣା ଆପଣା ବଂଶାନୁସାରେ ଦାନ୍ ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ଥିଲା,
ଯିହୋଶୂୟଙ୍କ ଅଧିକାର
49ଏହିରୂପେ ଆପଣା ଆପଣା ସୀମାନୁସାରେ ଅଧିକାର କରିବାକୁ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ; ପୁଣି ଇସ୍ରାଏଲ ସନ୍ତାନଗଣ ଆପଣାମାନଙ୍କ ମଧ୍ୟରେ ନୂନର ପୁତ୍ର ଯିହୋଶୂୟଙ୍କୁ ଏକ ଅଧିକାର ଦେଲେ। 50ସେ ଯେଉଁ ନଗର ମାଗିଲେ, ସେମାନେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇଫ୍ରୟିମ ପର୍ବତମୟ ଦେଶରେ ତିମ୍ନାତ୍ସେରହ ତାଙ୍କୁ ଦେଲେ, ତହୁଁ ସେ ନଗର ନିର୍ମାଣ କରି ତହିଁରେ ବାସ କଲେ। 51ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ ସନ୍ତାନମାନଙ୍କ ବଂଶସମୂହର ପିତୃବଂଶୀୟ ପ୍ରଧାନଗଣ ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ-ତମ୍ବୁଦ୍ୱାର ନିକଟରେ ଗୁଲିବାଣ୍ଟ ଦ୍ୱାରା ଏହିସବୁ ଅଧିକାର ବାଣ୍ଟି ଦେଲେ। ଏରୂପେ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ।
Currently Selected:
ଯିହୋଶୂୟ 19: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0