YouVersion Logo
Search Icon

ଗୀତସଂହିତା 93

93
ସଦାପ୍ରଭୁ ହିଁ ରାଜା
1ସଦାପ୍ରଭୁ ରାଜ୍ୟ କରନ୍ତି; ସେ ମହିମାରେ ବସ୍ତ୍ରାନ୍ଵିତ;
ସଦାପ୍ରଭୁ ବସ୍ତ୍ରାନ୍ଵିତ ହୋଇ ବଳରେ ଆପଣା କଟି ବାନ୍ଧିଅଛନ୍ତି;
ଜଗତ ମଧ୍ୟ ଏପରି ସ୍ଥାପିତ ଯେ, ତାହା ବିଚଳିତ ହୋଇ ନ ପାରେ।
2ତୁମ୍ଭ ସିଂହାସନ ପୂର୍ବଠାରୁ ସ୍ଥାପିତ; ତୁମ୍ଭେ ଅନାଦି କାଳରୁ ବିଦ୍ୟମାନ।
3ହେ ସଦାପ୍ରଭୋ, ନଦୀସକଳ ବଢ଼ି ଉଠିଅଛନ୍ତି, ନଦୀସବୁ ଆପଣା ଆପଣା ଧ୍ଵନି ଉଠାଇ ଅଛନ୍ତି; ନଦୀସବୁ ଆପଣା ଆପଣା ତରଙ୍ଗ ଉଠାନ୍ତି।
4ଜଳରାଶିର ଧ୍ଵନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା ଊର୍ଦ୍ଧ୍ଵସ୍ଥ ସଦାପ୍ରଭୁ ବଳବାନ।
5ତୁମ୍ଭର ପ୍ରମାଣବାକ୍ୟ ଅତି ନିଶ୍ଚିତ; ହେ ସଦାପ୍ରଭୋ, ପବିତ୍ରତା ସର୍ବଦା ତୁମ୍ଭ ଗୃହର ଶୋଭା।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in

Video for ଗୀତସଂହିତା 93