YouVersion Logo
Search Icon

ଗୀତସଂହିତା 55

55
ବନ୍ଧୁ ଦ୍ଵାରା ପ୍ରତାରିତ ଲୋକର ପ୍ରାର୍ଥନା
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍।
1ହେ ପରମେଶ୍ଵର, ମୋʼ ପ୍ରାର୍ଥନାରେ କର୍ଣ୍ଣପାତ କର; ମୋʼ ବିନତିରୁ ଆପଣାକୁ ଲୁଚାଅ ନାହିଁ।
2ମୋʼ ପ୍ରତି ମନୋଯୋଗ କରି ମୋତେ ଉତ୍ତର ଦିଅ; ଶତ୍ରୁମାନଙ୍କ ରବ ସକାଶୁ, ଦୁଷ୍ଟମାନଙ୍କ ଦୌରାତ୍ମ୍ୟ ସକାଶୁ ମୁଁ ଭାବନାରେ ଅସ୍ଥିର ହୋଇ ରୋଦନ କରୁଥାଏ;
3କାରଣ ସେମାନେ ମୋʼ ଉପରେ ଅଧର୍ମ ଆରୋପ କରନ୍ତି ଓ କ୍ରୋଧରେ ମୋତେ ନିଗ୍ରହ କରନ୍ତି।
4ମୋʼ ଅନ୍ତରରେ ମୋʼ ହୃଦୟ ଅତ୍ୟ; ବ୍ୟଥିତ ହେଉଅଛି ଓ ମୋʼ ଉପରେ ମୃତ୍ୟୁର ତ୍ରାସ ପଡ଼ିଅଛି।
5ମୋତେ ଭୟ ଓ କମ୍ପ ଆକ୍ରମଣ କରିଅଛି, ପୁଣି ମହାତ୍ରାସ ମୋତେ ଆଚ୍ଛନ୍ନ କରିଅଛି।
6ଏଣୁ ମୁଁ କହିଲି, ଆଃ, ଯେବେ କପୋତ ପରି ମୋହର ପକ୍ଷ ଥାʼନ୍ତାଣ! ତେବେ ମୁଁ ଉଡ଼ିଯାଇ ବିଶ୍ରାମ ପାଆନ୍ତି।
7ଦେଖ, ତେବେ ମୁଁ ଦୂରରେ ଭ୍ରମଣ କରନ୍ତି, ମୁଁ ପ୍ରାନ୍ତରରେ ବାସ କରନ୍ତି।
[ସେଲା
8ମୁଁ ପ୍ରବଳ ବାୟୁ ଓ ତୋଫାନରୁ ଆଶ୍ରୟ ନେବା ପାଇଁ ପଳାୟନ କରନ୍ତି।
9ହେ ପ୍ରଭୋ, ବିନାଶ କର ଓ ସେମାନଙ୍କ ଜିହ୍ଵାର ଅନୈକ୍ୟ ଜନ୍ମାଅ; କାରଣ ମୁଁ ନଗର ମଧ୍ୟରେ ଦୌରାତ୍ମ୍ୟ ଓ କଳହ ଦେଖିଅଛି।
10ସେମାନେ ଦିବାରାତ୍ର ତହିଁର ପ୍ରାଚୀର ଦେଇ ଭ୍ରମଣ କରନ୍ତି। ମଧ୍ୟ ଅଧର୍ମ ଓ ଉତ୍ପାତ ତହିଁ ମଧ୍ୟରେ ଅଛି।
11ଦୁଷ୍ଟତା ତହିଁର ମଧ୍ୟବର୍ତ୍ତୀ, ଦୌରାତ୍ମ୍ୟ ଓ ଛଳନା ତହିଁର ଛକସ୍ଥାନସବୁ ଛାଡ଼େ ନାହିଁ।
12କାରଣ କୌଣସି ଶତ୍ରୁ ମୋତେ ତିରସ୍କାର କଲା ନାହିଁ ; କଲେ ତାହା ମୁଁ ସହ୍ୟ କରି ପାରନ୍ତି;
କିଅବା ମୋହର ଘୃଣାକାରୀ ମୋʼ ବିରୁଦ୍ଧରେ ଦର୍ପ କଲା ନାହିଁ, କଲେ ତାହାଠାରୁ ମୁଁ ଆପଣାକୁ ଲୁଚାନ୍ତି;
13ମାତ୍ର ମୋʼସମାନ ମନୁଷ୍ୟ, ମୋହର ସଙ୍ଗୀ ଓ ମୋହର ଆତ୍ମୀୟ ଯେ ତୁମ୍ଭେ, ତୁମ୍ଭେ ତାହା କଲ।
14ଆମ୍ଭେମାନେ ଏକତ୍ର ମଧୁର ମନ୍ତ୍ରଣା କଲୁ, ଜନତା ସଙ୍ଗେ ପରମେଶ୍ଵରଙ୍କ ଗୃହରେ ଗମନାଗମନ କଲୁ।
15ମୃତ୍ୟୁ ସେମାନଙ୍କୁ ହଠାତ୍ ଆକ୍ରମଣ କରୁ, ସେମାନେ ପାତାଳକୁ ଜୀଅନ୍ତା ଗମନ କରନ୍ତୁ,
କାରଣ ସେମାନଙ୍କ ବାସସ୍ଥାନରେ, ସେମାନଙ୍କ ମଧ୍ୟରେ ଦୁଷ୍ଟତା ଅଛି।
16ମାତ୍ର ମୁଁ ପରମେଶ୍ଵରଙ୍କଠାରେ ପ୍ରାର୍ଥନା କରିବି; ପୁଣି, ସଦାପ୍ରଭୁ ମୋତେ ପରିତ୍ରାଣ କରିବେ।
17ସନ୍ଧ୍ୟା ଓ ପ୍ରଭାତ ଓ ମଧ୍ୟାହ୍ନ କାଳରେ ମୁଁ ଭାବନା କରି ରୋଦନ କରିବି; ଆଉ, ସେ ମୋʼ ରବ ଶୁଣିବେ।
18ସେ ମୋʼ ପ୍ରତିକୂଳ ଯୁଦ୍ଧରୁ କୁଶଳରେ ମୋʼ ପ୍ରାଣ ମୁକ୍ତ କରିଅଛନ୍ତି; କାରଣ ମୋʼ ସଙ୍ଗେ ବିରୋଧକାରୀ ଅନେକ ଥିଲେ।
19ପରମେଶ୍ଵର ଶୁଣିବେ ଓ ସେମାନଙ୍କୁ ଉତ୍ତର ଦେବେ, ସେ ଚିରକାଳ ବିଦ୍ୟମାନ,
[ସେଲା
ସେହି ଲୋକମାନଙ୍କ କୌଣସି ପରିବର୍ତ୍ତନ ଘଟି ନାହିଁ, ପୁଣି ସେମାନେ ପରମେଶ୍ଵରଙ୍କୁ ଭୟ କରନ୍ତି ନାହିଁ।
20ସେ ଆପଣା ସଙ୍ଗେ ମିଳନରେ ଥିବା ଲୋକ ବିରୁଦ୍ଧରେ ହାତ ଉଠାଇଅଛି;
ସେ ଆପଣା ନିୟମ ଲଙ୍ଘନ କରିଅଛି।
21ତାହାର ମୁଖ ଲବଣୀ ତୁଲ୍ୟ ଚିକ୍କଣ, ମାତ୍ର ତାହାର ଅନ୍ତଃକରଣ ଯୁଦ୍ଧପୂର୍ଣ୍ଣ; ତାହାର କଥାସବୁ ତୈଳଠାରୁ କୋମଳ, ତଥାପି ତାହାସବୁ ନିଷ୍କୋଷ ଖଡ଼୍‍ଗ ତୁଲ୍ୟ।
22ତୁମ୍ଭେ ସଦାପ୍ରଭୁଙ୍କ ଉପରେ ଆପଣା ଭାର ପକାଅ, ତହିଁରେ ସେ ତୁମ୍ଭକୁ ସମ୍ଭାଳିବେ;
ସେ ଧାର୍ମିକକୁ କଦାପି ବିଚଳିତ ହେବାକୁ ଦେବେ ନାହିଁ।
23ମାତ୍ର ହେ ପରମେଶ୍ଵର, ତୁମ୍ଭେ ସେମାନଙ୍କୁ ସର୍ବନାଶର ଗର୍ତ୍ତକୁ ଆଣିବ; ରକ୍ତପିପାସୁ ଓ ପ୍ରବଞ୍ଚକ ଲୋକମାନେ ଆପଣା ଆପଣା ଆୟୁଷର ଅର୍ଦ୍ଧେକ ବଞ୍ଚିବେ ନାହିଁ;
ମାତ୍ର ମୁଁ ତୁମ୍ଭ ଉପରେ ନିର୍ଭର କରିବି।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in

Videos for ଗୀତସଂହିତା 55