YouVersion Logo
Search Icon

ଗୀତସଂହିତା 54

54
ଶତ୍ରୁ କବଳରୁ ରକ୍ଷା ପାଇବା ପାଇଁ ପ୍ରାର୍ଥନା
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍। ଦାଉଦ କʼଣ ଆମ୍ଭମାନଙ୍କ ମଧ୍ୟରେ ଲୁଚିକରି ନାହିଁ? ସୀଫୀୟମାନେ ଶାଉଲଙ୍କୁ ଏହି କଥା କହିବା ସମୟରେ ରଚିତ।
1ହେ ପରମେଶ୍ଵର, ତୁମ୍ଭ ନାମ ଦ୍ଵାରା ମୋତେ ପରିତ୍ରାଣ କର ଓ ତୁମ୍ଭ ପରାକ୍ରମରେ ମୋହର ବିଚାର କର।
2ହେ ପରମେଶ୍ଵର, ମୋହର ପ୍ରାର୍ଥନା ଶୁଣ; ମୋʼ ମୁଖର କଥାରେ କର୍ଣ୍ଣପାତ କର।
3କାରଣ ଅପରିଚିତ ଲୋକମାନେ ମୋʼ ବିରୁଦ୍ଧରେ ଉଠିଅଛନ୍ତି, ପୁଣି ଦୁର; ଲୋକମାନେ ମୋʼ ପ୍ରାଣ ଖୋଜି ଅଛନ୍ତି। ସେମାନେ ପରମେଶ୍ଵରଙ୍କୁ ଆପଣା ସମ୍ମୁଖରେ ରଖି ନାହାନ୍ତି।
[ସେଲା
4ଦେଖ, ପରମେଶ୍ଵର ମୋହର ସାହାଯ୍ୟକାରୀ; ପ୍ରଭୁ ମୋʼ ପ୍ରାଣରକ୍ଷକମାନଙ୍କର ମଧ୍ୟବର୍ତ୍ତୀ।
5ସେ ମୋʼ ଶତ୍ରୁମାନଙ୍କ ପ୍ରତି ମନ୍ଦତାର ଫଳ ଦେବେ; ତୁମ୍ଭେ ଆପଣା ସତ୍ୟତାରେ ସେମାନଙ୍କୁ ବିନାଶ କର।
6ମୁଁ ସ୍ଵେଚ୍ଛାଦତ୍ତ ଉପହାର ନେଇ ତୁମ୍ଭ ଉଦ୍ଦେଶ୍ୟରେ ବଳିଦାନ କରିବି; ହେ ସଦାପ୍ରଭୋ, ମୁଁ ତୁମ୍ଭ ନାମର ଧନ୍ୟବାଦ କରିବି, କାରଣ ତାହା ଉତ୍ତମ।
7ଯେହେତୁ ସେ ମୋତେ ସମସ୍ତ ବିପଦରୁ ଉଦ୍ଧାର କରିଅଛନ୍ତି; ଆଉ, ମୋʼ ଶତ୍ରୁଗଣ ଉପରେ ମୋର ବାଞ୍ଛା ସଫଳ ହେବାର ମୋହର ଚକ୍ଷୁ ଦେଖିଅଛି।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in

Videos for ଗୀତସଂହିତା 54