YouVersion Logo
Search Icon

ଗୀତସଂହିତା 43

43
ନିର୍ବାସିତର ପ୍ରାର୍ଥନା (୨)
1ହେ ପରମେଶ୍ଵର, ମୋହର ବିଚାର କର ଓ ଅଧାର୍ମିକ ଗୋଷ୍ଠୀ ବିରୁଦ୍ଧରେ ମୋହର ଗୁହାରି ନିଷ୍ପତ୍ତି କର;
ପ୍ରବଞ୍ଚକ ଓ ଅନ୍ୟାୟକାରୀ ମନୁଷ୍ୟଠାରୁ ମୋତେ ଉଦ୍ଧାର କର।
2କାରଣ ତୁମ୍ଭେ ହିଁ ମୋହର ବଳ ସ୍ଵରୂପ ପରମେଶ୍ଵର ଅଟ; ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ? ମୁଁ କାହିଁକି ଶତ୍ରୁର ଦୌରାତ୍ମ୍ୟ ସକାଶୁ ଶୋକ କରି ବୁଲୁଅଛି?
3ତୁମ୍ଭର ଦୀପ୍ତି ଓ ତୁମ୍ଭର ସତ୍ୟତା ପଠାଅ; ତାହା ମୋହର ପଥଦର୍ଶକ ହେଉ;
ତାହା ତୁମ୍ଭ ପବିତ୍ର ପର୍ବତରେ ଓ ତୁମ୍ଭ ଆବାସରେ ମୋତେ ପ୍ରବେଶ କରାଉ।
4ତହିଁରେ ମୁଁ ପରମେଶ୍ଵରଙ୍କ ବେଦି ନିକଟକୁ ଓ ମୋହର ପରମାନନ୍ଦଜନକ ପରମେଶ୍ଵରଙ୍କ ନିକଟକୁ ଯିବି; ଆଉ, ହେ ପରମେଶ୍ଵର, ମୋହର ପରମେଶ୍ଵର, ମୁଁ ବୀଣାଯନ୍ତ୍ରରେ ତୁମ୍ଭର ପ୍ରଶଂସା କରିବି।
5ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଶୋକାକୁଳ ହେଉଅଛ? ଓ ତୁମ୍ଭେ କାହିଁକି ମୋʼ ଅନ୍ତରରେ ଅସ୍ଥିର ହେଉଅଛ? ପରମେଶ୍ଵରଙ୍କଠାରେ ଭରସା ରଖ; କାରଣ ମୁଁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି, ସେ ମୋʼ ମୁଖର ପ୍ରସନ୍ନତା ଓ ମୋହର ପରମେଶ୍ଵର ଅଟନ୍ତି।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in

Videos for ଗୀତସଂହିତା 43