Bible App logo
Search Icon

ଏଫିସୀୟ 3

3
ସୁସମାଚାର ନିଗୂଢ଼ତତ୍ତ୍ଵର ପ୍ରକାଶ
1ଏନିମନ୍ତେ ମୁଁ ପାଉଲ, ବିଜାତି ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ସକାଶେ ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ- ଏଫି.୪:୧
2ତୁମ୍ଭମାନଙ୍କ ନିମନ୍ତେ ମୋତେ ପ୍ରଦତ୍ତ ଈଶ୍ଵରଙ୍କ ଅନୁଗ୍ରହ ସମ୍ଵନ୍ଧୀୟ ସେବକ-କାର୍ଯ୍ୟ ବିଷୟରେ ତୁମ୍ଭେମାନେ ତ ଶୁଣିଥିବ,
3ଅର୍ଥାତ୍, ପ୍ରତ୍ୟାଦେଶ ଦ୍ଵାରା ସେହି ନିଗୂଢ଼ତତ୍ତ୍ଵ ମୋତେ ଜ୍ଞାତ କରାଗଲା, ଯେପରି ମୁଁ ପୂର୍ବେ ସଂକ୍ଷିପ୍ତ ଭାବରେ ଲେଖିଅଛି;
4ତାହା ପଢ଼ି ଖ୍ରୀଷ୍ଟଙ୍କ ନିଗୂଢ଼ତତ୍ତ୍ଵରେ ମୋର ଜ୍ଞାନର ପରିଚୟ ପାଇ ପାର,
5ସେହି ନିଗୂଢ଼ତତ୍ତ୍ଵ ଏବେ ଆତ୍ମାଙ୍କ ଦ୍ଵାରା ତାହାଙ୍କ ପବିତ୍ର ପ୍ରେରିତ ଓ ଭାବବାଦୀମାନଙ୍କ ନିକଟରେ ଯେପରି ପ୍ରକାଶିତ ହୋଇଅଛି, ପୂର୍ବକାଳର ମନୁଷ୍ୟସନ୍ତାନମାନଙ୍କ ନିକଟରେ ସେହିପରି ପ୍ରକାଶିତ ହୋଇ ନ ଥିଲା,
6ଅର୍ଥାତ୍, ସୁସମାଚାର ଦ୍ଵାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଜାତିମାନେ ମଧ୍ୟ ଅଂଶାଧିକାରୀ, ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ପ୍ରତିଜ୍ଞାର ସହଭାଗୀ ଅଟନ୍ତି;
7ଈଶ୍ଵରଙ୍କ କାର୍ଯ୍ୟସାଧକ ଶକ୍ତି ଅନୁସାରେ ମୋତେ ପ୍ରଦତ୍ତ ତାହାଙ୍କ ଅନୁଗ୍ରହର ଦାନ ପ୍ରମାଣେ ସେହି ସୁସମାଚାରର ମୁଁ ଜଣେ ସେବକ ହେଲି।
8ସମସ୍ତ ସାଧୁଙ୍କ ମଧ୍ୟରେ କ୍ଷୁଦ୍ରତମଠାରୁ କ୍ଷୁଦ୍ର ଯେ ମୁଁ, ମୋତେ ବିଜାତିମାନଙ୍କ ନିକଟରେ ବୋଧର ଅଗମ୍ୟ ଖ୍ରୀଷ୍ଟଙ୍କ ନିଧିର ସୁସମାଚାର ପ୍ରଚାର କରିବା ପାଇଁ,
9ପୁଣି ସର୍ବସୃଷ୍ଟିକର୍ତ୍ତା ଈଶ୍ଵରଙ୍କଠାରେ ଅନାଦିକାଳରୁ ଗୁପ୍ତ ହୋଇ ରହିଥିବା ନିଗୂଢ଼ତତ୍ତ୍ଵ ସମ୍ଵନ୍ଧରେ ତାହାଙ୍କ ସଂକଳ୍ପ କଅଣ, ତାହା ଆଲୋକରେ ପ୍ରକାଶ କରିବା ପାଇଁ ଅନୁଗ୍ରହ ପ୍ରଦତ୍ତ ହୋଇଅଛି,
10ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ଵର ଯେଉଁ ଚିରନ୍ତନ ସଂକଳ୍ପ କରିଥିଲେ,
11ତଦନୁସାରେ ମଣ୍ତଳୀ ଦ୍ଵାରା ଯେପରି ତାହାଙ୍କର ବହୁବିଧ ଜ୍ଞାନ ସ୍ଵର୍ଗରେ କର୍ତ୍ତାପଣ ଓ ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ଜ୍ଞାତ କରାଯାଏ;
12ସେହି ପ୍ରଭୁଙ୍କଠାରେ ବିଶ୍ଵାସ କରିବା ଦ୍ଵାରା ଆମ୍ଭେମାନେ ତାହାଙ୍କଠାରେ ସାହସ ପୁଣି ଈଶ୍ଵରଙ୍କ ନିକଟକୁ ନିର୍ଭୟରେ ଯିବା ପାଇଁ ପଥ ପାଇଅଛୁ।
13ଅତଏବ, ମୁଁ ଅନୁରୋଧ କରେ, ତୁମ୍ଭମାନଙ୍କ ନିମନ୍ତେ ମୋହର ଯେଉଁ କ୍ଳେଶଭୋଗ, ସେଥିସକାଶେ ହତାଶ ହୁଅ ନାହିଁ, ତାହା ତ ତୁମ୍ଭମାନଙ୍କର ଗୌରବ।
ଆତ୍ମିକ ଶକ୍ତି ନିମନ୍ତେ ପ୍ରାର୍ଥନା
14ଏନିମନ୍ତେ ଯେଉଁ ପିତାଙ୍କଠାରୁ ସ୍ଵର୍ଗ ଓ ପୃଥିବୀସ୍ଥ ପ୍ରତ୍ୟେକ ପିତୃକୁଳ ନାମ ପ୍ରାପ୍ତ ହୁଏ,
15ତାହାଙ୍କ ଛାମୁରେ ମୁଁ ଜାନୁ ପାତି ପ୍ରାର୍ଥନା କରୁଅଛି,
16ଯେପରି ସେ ଆପଣା ଗୌରବରୂପ ନିଧି ଅନୁସାରେ ଆପଣା ଆତ୍ମାଙ୍କ ଦ୍ଵାରା ତୁମ୍ଭମାନଙ୍କୁ ଆନ୍ତରିକ ପୁରୁଷରେ ଶକ୍ତି ପ୍ରାପ୍ତ ହୋଇ ବଳବାନ ହେବାକୁ ଦିଅନ୍ତି,
17ପୁଣି, ବିଶ୍ଵାସ ଦ୍ଵାରା ଖ୍ରୀଷ୍ଟ ତୁମ୍ଭମାନଙ୍କ ହୃଦୟରେ ବାସ କରନ୍ତି,
18ଯେପରି ତୁମ୍ଭେମାନେ ପ୍ରେମରେ ବଦ୍ଧମୂଳ ଓ ଦୃଢ଼ ରୂପେ ସ୍ଥାପିତ ହୋଇ ବୋଧର ଅଗମ୍ୟ ଯେ ଖ୍ରୀଷ୍ଟଙ୍କ ପ୍ରେମ, ତାହା ଜ୍ଞାତ ହୁଅ ଏବଂ ସମସ୍ତ ସାଧୁଙ୍କ ସହିତ ସେଥିର ଦୈର୍ଘ୍ୟ ଓ ପ୍ରସ୍ଥ, ଉଚ୍ଚତା ଓ ଗଭୀରତା ବୁଝିବାକୁ ଶକ୍ତି ପ୍ରାପ୍ତ ହୁଅ,
19ଆଉ ଏହି ପ୍ରକାରେ ଈଶ୍ଵରଙ୍କ ସମସ୍ତ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହୁଅ।
20ଯେଉଁ ଈଶ୍ଵର ଆମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ ସାଧନ କରୁଥିବା ଆପଣା ଶକ୍ତି ଅନୁସାରେ ଆମ୍ଭମାନଙ୍କ ମାଗିବା ବା ଭାବିବାଠାରୁ ଅତ୍ୟଧିକ ପରିମାଣରେ ସାଧନ କରି ପାରନ୍ତି;
21ଯୁଗେ ଯୁଗେ ପୁରୁଷାନୁକ୍ରମେ ମଣ୍ତଳୀ ଓ ଖ୍ରୀଷ୍ଟ ଯୀଶୁଙ୍କ ଦ୍ଵାରା ତାହାଙ୍କର ଗୌରବ ହେଉ। ଆମେନ୍।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in