୧ ଥେସଲନୀକୀୟ 3
3
1ଏଥିନିମନ୍ତେ ଆମ୍ଭେମାନେ ଆଉ ସହି ନ ପାରିବାରୁ ଆଥୀନୀରେ ଏକାକୀ ପଛରେ ରହିବା ପାଇଁ ସ୍ଥିର କଲୁ;
2ପୁଣି, ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ ଓ ତୁମ୍ଭମାନଙ୍କ ବିଶ୍ଵାସ ସମ୍ଵନ୍ଧରେ ତୁମ୍ଭମାନଙ୍କୁ ଉତ୍ସାହ ଦେବାକୁ ଖ୍ରୀଷ୍ଟଙ୍କ ସୁସମାଚାର କାର୍ଯ୍ୟରେ ଈଶ୍ଵରଙ୍କ ସହକାର୍ଯ୍ୟକାରୀ ଆମ୍ଭମାନଙ୍କ ଭାଇ ତୀମଥିଙ୍କୁ ପଠାଇଲୁ,
3ଯେପରି କେହି ଏହି ସମସ୍ତ କ୍ଳେଶ ମଧ୍ୟରେ ବିଚଳିତ ନ ହୁଏ। ଆମ୍ଭେମାନେ ସେଥିନିମନ୍ତେ ନିରୂପିତ ବୋଲି ତୁମ୍ଭେ-ମାନେ ତ ନିଜେ ଜାଣ।
4କାରଣ ଆମ୍ଭମାନଙ୍କୁ ଯେ କ୍ଳେଶ ଭୋଗ କରିବାକୁ ହେବ, ଏହା ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ତୁମ୍ଭମାନଙ୍କୁ ପୂର୍ବରୁ ଥରକୁଥର କହିଥିଲୁ, ପୁଣି ସେହିପରି ଘଟିଅଛି, ଆଉ ତୁମ୍ଭେମାନେ ତାହା ଜାଣ।
5ଏଥିନିମନ୍ତେ, କାଳେ ପରୀକ୍ଷକ ତୁମ୍ଭମାନଙ୍କୁ ପରୀକ୍ଷା କରିଥିବ ଓ ଆମ୍ଭମାନଙ୍କ ପରିଶ୍ରମ ବ୍ୟର୍ଥ ହୋଇଥିବ, ଏହା ଆଶଙ୍କା କରି ମୁଁ ମଧ୍ୟ ଆଉ ସହି ନ ପାରିବାରୁ ତୁମ୍ଭମାନଙ୍କ ବିଶ୍ଵାସ ବିଷୟ ଜାଣିବା ପାଇଁ ଲୋକ ପଠାଇଲି।
ତୀମଥିଙ୍କ ଉତ୍ସାହଜନକ ବିବରଣ
6କିନ୍ତୁ ଏବେ ତୀମଥି ତୁମ୍ଭମାନଙ୍କ ନିକଟରୁ ଆମ୍ଭମାନଙ୍କ ନିକଟକୁ ଫେରି ଆସି ତୁମ୍ଭମାନଙ୍କ ବିଶ୍ଵାସ ଓ ପ୍ରେମ ସମ୍ଵନ୍ଧରେ, ପୁଣି ଆମ୍ଭେମାନେ ଯେପରି ତୁମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଅଛୁ, ସେହିପରି ତୁମ୍ଭେମାନେ ସର୍ବଦା ଆମ୍ଭମାନଙ୍କୁ ସାଦରେ ସ୍ମରଣରେ ରଖି ଯେ ଆମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଅଛ, ଏ ବିଷୟରେ ଆମ୍ଭମାନଙ୍କୁ ଶୁଭ ସମ୍ଵାଦ ଦେଇଅଛନ୍ତି;
7ଏଥିନିମନ୍ତେ, ହେ ଭାଇମାନେ, ତୁମ୍ଭମାନଙ୍କ ବିଶ୍ଵାସ ଦ୍ଵାରା ଆମ୍ଭେମାନେ ଆମ୍ଭମାନଙ୍କ ସମସ୍ତ ସଙ୍କଟ ଓ କ୍ଳେଶଭୋଗରେ ତୁମ୍ଭମାନଙ୍କ ବିଷୟରେ ସାନ୍ତ୍ଵନା ପ୍ରାପ୍ତ ହୋଇଅଛୁ;
8କାରଣ ଆମ୍ଭେମାନେ ଏବେ ଜୀବିତ, ଯଦି ତୁମ୍ଭେମାନେ ପ୍ରଭୁଙ୍କଠାରେ ସୁସ୍ଥିର ହୋଇଥାଅ।
9ହଁ, ଆମ୍ଭମାନଙ୍କ ଈଶ୍ଵରଙ୍କ ଛାମୁରେ ତୁମ୍ଭମାନଙ୍କ ସକାଶେ ଆମ୍ଭେମାନେ ଯେ ସମସ୍ତ ଆନନ୍ଦରେ ଆନନ୍ଦିତ ହେଉଅଛୁ, ସେଥିର ପ୍ରତିଦାନ ସ୍ଵରୂପେ ତୁମ୍ଭମାନଙ୍କ ନିମନ୍ତେ ଈଶ୍ଵରଙ୍କୁ କିପରି ଧନ୍ୟବାଦ ଦେଇ ପାରୁ?
10ତୁମ୍ଭମାନଙ୍କ ବିଶ୍ଵାସର ଯାହା କିଛି ଊଣା ଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଯେପରି ସାକ୍ଷାତ କରି ପାରୁ, ଏଥିପାଇଁ ଦିବାରାତ୍ର ଅତିଶୟ ପ୍ରାର୍ଥନା କରୁଅଛୁ।
11ଆମ୍ଭମାନଙ୍କ ଈଶ୍ଵର ଓ ପିତା ନିଜେ, ଆଉ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ତୁମ୍ଭମାନଙ୍କ ନିକଟକୁ ଆମ୍ଭମାନଙ୍କ ଗମନର ପଥ ସୁଗମ କରନ୍ତୁ;
12ଆଉ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ଯେପରି ପ୍ରେମ, ସେପରି ପରସ୍ପର ଓ ସମସ୍ତଙ୍କ ପ୍ରତି ପ୍ରେମରେ ପ୍ରଭୁ ତୁମ୍ଭମାନଙ୍କୁ ଆହୁରି ଅଧିକ ରୂପେ ବଢ଼ାଇ ଦିଅନ୍ତୁ;
13ସେ ତୁମ୍ଭମାନଙ୍କ ହୃଦୟ ସୁସ୍ଥିର କରି ରଖନ୍ତୁ, ଯେପରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଆପଣା ସମସ୍ତ ସାଧୁଙ୍କ ସହିତ ଆଗମନ କରିବା ସମୟରେ ତୁମ୍ଭେମାନେ ଆମ୍ଭମାନଙ୍କ ଈଶ୍ଵର ଓ ପିତାଙ୍କ ଛାମୁରେ ପବିତ୍ରତାରେ ଅନିନ୍ଦନୀୟ ଦେଖାଯିବ।
Currently Selected:
୧ ଥେସଲନୀକୀୟ 3: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.