ଯୀଶୁ ଉତ୍ତର ଦେଲେ, “ପ୍ରଧାନ ଆଜ୍ଞାଟି ହେଉଛି ‘ହେ ଇସ୍ରାଏଲ ଶୁଣ, ଆମର ପ୍ରଭୁ ଈଶ୍ୱର ଏକମାତ୍ର ପ୍ରଭୁ ଅଟନ୍ତି। ତୁମେ ନିଜର ପୂର୍ଣ୍ଣ ହୃଦୟରେ, ପୂର୍ଣ୍ଣ ପ୍ରାଣରେ, ପୂର୍ଣ୍ଣ ମନରେ ଓ ସମସ୍ତ ଶକ୍ତି ଦେଇ ତୁମର ପ୍ରଭୁ ଈଶ୍ୱରଙ୍କୁ ପ୍ରେମ-ଭକ୍ତି କର’ ଦ୍ୱିତୀୟ ଆଜ୍ଞାଟି ହେଉଛି ‘ତୁମର ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।’ ଏହି ଆଜ୍ଞାମାନଙ୍କ ଅପେକ୍ଷା ଅନ୍ୟ କୌଣସି ଆଜ୍ଞା ଶ୍ରେଷ୍ଠ ନୁହେଁ।”