1
ମାଥିଉଲିଖିତ 7:7
ଓଡିଆ ସମସାମୟିକ ବାଇବଲ
OCB
“ମାଗ, ତୁମକୁ ଦିଆଯିବ; ଖୋଜ, ତୁମେ ପାଇବ; ଦ୍ଵାରରେ ଆଘାତ କର, ତୁମ ପାଇଁ ଦ୍ଵାର ଖୋଲାଯିବ।
Compare
Explore ମାଥିଉଲିଖିତ 7:7
2
ମାଥିଉଲିଖିତ 7:8
କାରଣ ଯେ ମାଗେ ତାହାକୁ ମିଳେ; ଯେ ଖୋଜେ, ସେ ପାଏ; ଯେ ଦ୍ଵାରରେ ଆଘାତ କରେ, ତାହା ପାଇଁ ଦ୍ଵାର ଖୋଲି ଦିଆଯିବ।
Explore ମାଥିଉଲିଖିତ 7:8
3
ମାଥିଉଲିଖିତ 7:24
“ଅତଏବ ଯେ ମୋର ଏହିସବୁ କଥା ଶୁଣେ ଓ ପାଳନ କରେ, ସେ ପାଷାଣ ଉପରେ ଗୃହ ନିର୍ମାଣ କରିଥିବା ବୁଦ୍ଧିମାନ ମନୁଷ୍ୟ ସଦୃଶ।
Explore ମାଥିଉଲିଖିତ 7:24
4
ମାଥିଉଲିଖିତ 7:12
ଅନ୍ୟମାନେ ତୁମ ପ୍ରତି ଯେପ୍ରକାର ବ୍ୟବହାର କରନ୍ତୁ ବୋଲି ତୁମେ ଇଚ୍ଛା କର, ତୁମେ ସେମାନଙ୍କ ପ୍ରତି ସେହିପରି ବ୍ୟବହାର କର କାରଣ ଏହା ହିଁ ବିଧିବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶିକ୍ଷାର ସାରମର୍ମ।
Explore ମାଥିଉଲିଖିତ 7:12
5
ମାଥିଉଲିଖିତ 7:14
କିନ୍ତୁ ଜୀବନ ଆଡ଼କୁ କଢ଼ାଇ ନେବା ଦ୍ଵାର ସଂକୀର୍ଣ୍ଣ ଓ ପଥ ଅଣଓସାରିଆ, ଏବଂ ତହିଁର ସନ୍ଧାନ ପାଇବା ଲୋକଙ୍କ ସଂଖ୍ୟା ଅଳ୍ପ।
Explore ମାଥିଉଲିଖିତ 7:14
6
ମାଥିଉଲିଖିତ 7:13
“ସଂକୀର୍ଣ୍ଣ ଦ୍ଵାର ଦେଇ ପ୍ରବେଶ କର। କାରଣ ବିନାଶ ଆଡ଼କୁ କଢ଼ାଇ ନେବା ଦ୍ଵାର ଓସାରିଆ ଓ ତାହାର ପଥ ଚଉଡ଼ା, ଏବଂ ତହିଁ ମଧ୍ୟରେ ପ୍ରବେଶ କରିବା ଲୋକଙ୍କ ସଂଖ୍ୟା ଅନେକ।
Explore ମାଥିଉଲିଖିତ 7:13
7
ମାଥିଉଲିଖିତ 7:11
ତୁମ୍ଭେମାନେ ପାପିଷ୍ଠ ମନୁଷ୍ୟ ହୋଇ ସୁଦ୍ଧା ନିଜ ସନ୍ତାନମାନଙ୍କୁ ଯଦି ଉତ୍ତମ ବିଷୟ ଦେଇ ଜାଣ, ତେବେ ତୁମ୍ଭମାନଙ୍କ ସ୍ଵର୍ଗସ୍ଥ ପିତା ତାଙ୍କ ନିକଟରେ ମାଗିବା ଲୋକଙ୍କୁ, କେତେ ଅଧିକ ଉତ୍ତମ ବିଷୟ ନ ଦେବେ?
Explore ମାଥିଉଲିଖିତ 7:11
8
ମାଥିଉଲିଖିତ 7:1-2
“ପରର ବିଚାର କର ନାହିଁ, ତା ହେଲେ ତୁମେ ବିଚାରିତ ହେବ ନାହିଁ। କାରଣ ତୁମେ ଯେପରି ଭାବରେ ଅନ୍ୟର ବିଚାର କର, ତୁମେ ସେହିପରି ଭାବରେ ବିଚାରିତ ହେବ, ଏବଂ ଯେଉଁ ମାପରେ ତୁମେ ମାପୁଛ, ସେହି ମାପରେ ତୁମକୁ ମାପି ଦିଆଯିବ।
Explore ମାଥିଉଲିଖିତ 7:1-2
9
ମାଥିଉଲିଖିତ 7:26
କିନ୍ତୁ ଯେ ମୋର ଏହିସବୁ କଥା ଶୁଣି ପାଳନ କରେ ନାହିଁ, ସେ ବାଲୁକା ଉପରେ ଗୃହ ନିର୍ମାଣ କରିଥିବା ମୂର୍ଖ ମନୁଷ୍ୟ ସଦୃଶ।
Explore ମାଥିଉଲିଖିତ 7:26
10
ମାଥିଉଲିଖିତ 7:3-4
“ତୁମ ନିଜ ଆଖିରେ କାଠ ପଟାଟିଏ ଥାଉଁ ଥାଉଁ ନିଜ ଭାଇର ଆଖିରେ କୁଟାଖିଅଟି ଦେଖୁଅଛ କାହିଁକି? ନିଜ ଆଖିରେ କାଠପଟାଟା ଥାଉଁ ଥାଉଁ, ତୁମ ଭାଇକୁ କିପରି କହିପାରିବ ‘ଆସ ମୁଁ ତୁମ ଆଖିରୁ,’ କୁଟାଖିଅଟି କାଢ଼ି ଦିଏ?
Explore ମାଥିଉଲିଖିତ 7:3-4
11
ମାଥିଉଲିଖିତ 7:15-16
“ଭଣ୍ଡ ଭବିଷ୍ୟତ୍ବକ୍ତାମାନଙ୍କ ଠାରୁ ସାବଧାନ! ସେମାନେ ମେଣ୍ଢା ବେଶରେ ତୁମ ନିକଟକୁ ଆସନ୍ତି, କିନ୍ତୁ ଅନ୍ତରରେ ସେମାନେ ହିଂସ୍ରକ ହେଟାବାଘ ପରି। ସେମାନଙ୍କର କାର୍ଯ୍ୟକଳାପ ଫଳ ଦ୍ଵାରା ତୁମେ ସେମାନଙ୍କୁ ଚିହ୍ନିପାରିବ। ଲୋକେ କଣ କଣ୍ଟା ଗଛରୁ ଅଙ୍ଗୁର ଫଳ, କିମ୍ବା କାନକୋଳି ଗଛରୁ ଡିମ୍ବିରି ଫଳ ତୋଳନ୍ତି?
Explore ମାଥିଉଲିଖିତ 7:15-16
12
ମାଥିଉଲିଖିତ 7:17
ସେହିପରି ପ୍ରତ୍ୟେକ ଉତ୍ତମ ବୃକ୍ଷ ଉତ୍ତମ ଫଳ ଧାରଣ କରେ, ଏବଂ ମନ୍ଦ ବୃକ୍ଷ ମନ୍ଦ ଫଳ ଧାରଣ କରେ।
Explore ମାଥିଉଲିଖିତ 7:17
13
ମାଥିଉଲିଖିତ 7:18
ଉତ୍ତମ ବୃକ୍ଷ ମନ୍ଦ ଫଳ ଧାରଣ କରିପାରେ ନାହିଁ, ଓ ମନ୍ଦ ବୃକ୍ଷ ଉତ୍ତମ ଫଳ ଧାରଣ କରିପାରେ ନାହିଁ।
Explore ମାଥିଉଲିଖିତ 7:18
14
ମାଥିଉଲିଖିତ 7:19
ଯେଉଁ ବୃକ୍ଷ ଉତ୍ତମ ଫଳ ଧାରଣ କରିପାରେ ନାହିଁ, ତାହା ହଣାଯାଇ ନିଆଁରେ ପକାଯାଏ।
Explore ମାଥିଉଲିଖିତ 7:19