1
ମାଥିଉଲିଖିତ 5:15-16
ଓଡିଆ ସମସାମୟିକ ବାଇବଲ
OCB
କିମ୍ବା ଲୋକେ ଦୀପ ଜାଳି ପାତ୍ର ତଳେ ଘୋଡ଼ାଇ ରଖନ୍ତି ନାହିଁ। ବରଂ ଦୀପରୁଖା ଉପରେ ରଖନ୍ତି, ଏବଂ ଘରେ ତାହା ସମସ୍ତଙ୍କୁ ଆଲୁଅ ଦିଏ। ସେହିପରି ତୁମର ଆଲୋକ ଲୋକଙ୍କ ନିକଟରେ ପ୍ରକାଶ ପାଉ, ତାହାହେଲେ ସେମାନେ ତୁମର ସତ୍କର୍ମସବୁ ଦେଖି ତୁମର ସ୍ଵର୍ଗସ୍ଥ ପିତାଙ୍କର ପ୍ରଶଂସା କରିବେ।
Compare
Explore ମାଥିଉଲିଖିତ 5:15-16
2
ମାଥିଉଲିଖିତ 5:14
“ତୁମ୍ଭେମାନେ ଜଗତର ଆଲୋକ। ପାହାଡ଼ ଉପରେ ଅବସ୍ଥିତ ନଗର ଲୁଚି ରହିପାରେ ନାହିଁ।
Explore ମାଥିଉଲିଖିତ 5:14
3
ମାଥିଉଲିଖିତ 5:8
ଯେଉଁମାନଙ୍କର ହୃଦୟ ନିର୍ମଳ ସେମାନେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ଲାଭ କରିବେ।
Explore ମାଥିଉଲିଖିତ 5:8
4
ମାଥିଉଲିଖିତ 5:6
ଯେଉଁମାନେ ଧାର୍ମିକତା ପାଇଁ କ୍ଷୁଧିତ ଓ ତୃଷିତ ସେମାନେ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ।
Explore ମାଥିଉଲିଖିତ 5:6
5
ମାଥିଉଲିଖିତ 5:44
ମାତ୍ର ମୁଁ ତୁମକୁ କହେ, ତୁମର ଶତ୍ରୁମାନଙ୍କୁ ପ୍ରେମ କର ଓ ଯେଉଁମାନେ ତୁମକୁ ନିର୍ଯ୍ୟାତନା କରନ୍ତି ସେମାନଙ୍କ ପାଇଁ ପ୍ରାର୍ଥନା କର
Explore ମାଥିଉଲିଖିତ 5:44
6
ମାଥିଉଲିଖିତ 5:3
“ଯେଉଁମାନେ ଆତ୍ମାରେ ଦୀନହୀନ ସେମାନେ ଧନ୍ୟ, କାରଣ ସ୍ଵର୍ଗରାଜ୍ୟ ସେମାନଙ୍କର।
Explore ମାଥିଉଲିଖିତ 5:3
7
ମାଥିଉଲିଖିତ 5:9
ଯେଉଁମାନେ ଶାନ୍ତି ସ୍ଥାପନ କରନ୍ତି ସେମାନେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ରୂପେ ପରିଚିତ ହେବେ।
Explore ମାଥିଉଲିଖିତ 5:9
8
ମାଥିଉଲିଖିତ 5:4
ଯେଉଁମାନେ ମନୋବେଦନା ଭୋଗ କରନ୍ତି ସେମାନେ ଧନ୍ୟ, କାରଣ ସେମାନେ ସାନ୍ତ୍ଵନା ଲାଭ କରିବେ।
Explore ମାଥିଉଲିଖିତ 5:4
9
ମାଥିଉଲିଖିତ 5:10
ଯେଉଁମାନେ ଧାର୍ମିକତା ସକାଶେ ନିର୍ଯ୍ୟାତିତ ସେମାନେ ଧନ୍ୟ, କାରଣ ସ୍ଵର୍ଗରାଜ୍ୟ ସେମାନଙ୍କର।
Explore ମାଥିଉଲିଖିତ 5:10
10
ମାଥିଉଲିଖିତ 5:7
ଯେଉଁମାନେ ଦୟାବନ୍ତ ସେମାନେ ଧନ୍ୟ, କାରଣ ସେମାନଙ୍କ ପ୍ରତି ଦୟାପ୍ରଦର୍ଶନ କରାଯିବ।
Explore ମାଥିଉଲିଖିତ 5:7
11
ମାଥିଉଲିଖିତ 5:11-12
“ଲୋକେ ଯଦି ତୁମ୍ଭମାନଙ୍କୁ ମୋ ସକାଶେ ନିନ୍ଦା ଓ ନିର୍ଯ୍ୟାତନା କରନ୍ତି ଏବଂ ମିଥ୍ୟାରେ ତୁମ ବିରୁଦ୍ଧରେ ନାନାଦି ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ। ଆନନ୍ଦିତ ଏବଂ ଉଲ୍ଲସିତ ହୁଅ, ଯେହେତୁ ସ୍ଵର୍ଗରେ ତୁମ୍ଭମାନଙ୍କନିମନ୍ତେ ମହାପୁରସ୍କାର ରହିଅଛି, କାରଣ ତୁମ ପୂର୍ବରୁ ଯେଉଁ ଭାବବାଦୀମାନେ ଥିଲେ ଲୋକେ ସେମାନଙ୍କୁ ତ ସେହିପରି ନିର୍ଯ୍ୟାତନା କରିଥିଲେ।
Explore ମାଥିଉଲିଖିତ 5:11-12
12
ମାଥିଉଲିଖିତ 5:5
ଯେଉଁମାନେ ନମ୍ର ସେମାନେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ।
Explore ମାଥିଉଲିଖିତ 5:5
13
ମାଥିଉଲିଖିତ 5:13
“ତୁମ୍ଭେମାନେ ପୃଥିବୀର ଲବଣ। କିନ୍ତୁ ଲବଣ ଯଦି ତାହାର ଲବଣତ୍ଵ ହରାଏ, ତେବେ ତାକୁ ଆଉ କିପରି ଲବଣାକ୍ତ କରି ହେବ? ତାହା ବାହାରେ ପକାଯାଇ ଲୋକଙ୍କର ପଦଦଳିତ ହେବା ଛଡ଼ା ଆଉ କୌଣସି କାର୍ଯ୍ୟ ପାଇଁ ଯୋଗ୍ୟ ହେବ ନାହିଁ।
Explore ମାଥିଉଲିଖିତ 5:13
14
ମାଥିଉଲିଖିତ 5:48
ଅତଏବ, ତୁମର ସ୍ଵର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମେ ମଧ୍ୟ ସେହିପରି ସିଦ୍ଧ ହୁଅ।
Explore ମାଥିଉଲିଖିତ 5:48
15
ମାଥିଉଲିଖିତ 5:37
କେବଳ ତୁମର ‘ହଁ’ କଥା ‘ହଁ’ ହେଉ ଏବଂ ତୁମର ‘ନା’ କଥା ନା ହେଉ; ଏହାଠାରୁ ଯାହା ଅଧିକ ତାହା ପାପାତ୍ମାଠାରୁ ଆସେ।
Explore ମାଥିଉଲିଖିତ 5:37
16
ମାଥିଉଲିଖିତ 5:38-39
“ଏହି କଥା କୁହାଯିବାର ତୁମ୍ଭେମାନେ ଶୁଣିଅଛ, ‘ଚକ୍ଷୁ ପରିବର୍ତ୍ତେ ଚକ୍ଷୁ, ଦନ୍ତ ପରିବର୍ତ୍ତେ ଦନ୍ତ।’ ମାତ୍ର ମୁଁ ତୁମକୁ କହେ, ଦୁର୍ଜନର ପ୍ରତିରୋଧ କର ନାହିଁ। କେହି ତୁମକୁ ଡାହାଣ ଗାଲରେ ଚାପୁଡ଼ା ମାରିଲେ, ତାକୁ ଅନ୍ୟ ଗାଲ ମଧ୍ୟ ଦେଖାଇ ଦିଅ।
Explore ମାଥିଉଲିଖିତ 5:38-39
17
ମାଥିଉଲିଖିତ 5:29-30
ଅତଏବ ତୁମର ଦକ୍ଷିଣ ଚକ୍ଷୁ ଯଦି ତୁମକୁ ପାପରେ ପକାଏ, ତେବେ ତାହା ଉପାଡ଼ି ଫିଙ୍ଗି ଦିଅ। ତୁମର ସମଗ୍ର ଶରୀର ନରକରେ ପଡ଼ିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ବରଂ ଭଲ। ତୁମର ଦକ୍ଷିଣ ହସ୍ତ ଯଦି ତୁମକୁ ପାପରେ ପକାଏ, ତେବେ ତାହା କାଟି ଫିଙ୍ଗି ଦିଅ। ତୁମର ସମଗ୍ର ଶରୀର ନରକରେ ପକାଯିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ବରଂ ଭଲ।
Explore ମାଥିଉଲିଖିତ 5:29-30