1
ମାଥିଉଲିଖିତ 19:26
ଓଡିଆ ସମସାମୟିକ ବାଇବଲ
OCB
ଯୀଶୁ ସେମାନଙ୍କୁ ଅନାଇ କହିଲେ, “ଏହା ମନୁଷ୍ୟର ଅସାଧ୍ୟ, ମାତ୍ର ସବୁକିଛି ଈଶ୍ୱରଙ୍କର ସାଧ୍ୟ।”
Compare
Explore ମାଥିଉଲିଖିତ 19:26
2
ମାଥିଉଲିଖିତ 19:6
ତେଣୁ ସେମାନେ ଆଉ ଦୁଇ ନୁହନ୍ତି, ମାତ୍ର ଏକ ଅଟନ୍ତି! ଅତଏବ ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ପୃଥକ୍ ନ କରୁ।”
Explore ମାଥିଉଲିଖିତ 19:6
3
ମାଥିଉଲିଖିତ 19:4-5
ଯୀଶୁ ଉତ୍ତର କଲେ, “ତୁମ୍ଭେମାନେ କଅଣ ପଢ଼ିନାହଁ ଯେ, ସୃଷ୍ଟିକର୍ତ୍ତା ଆଦ୍ୟରୁ ସେମାନଙ୍କୁ ନର ଓ ନାରୀ ରୂପେ ସୃଷ୍ଟି କଲେ ଏବଂ କହିଲେ, ‘ଏହି କାରଣରୁ ପୁରୁଷ ଆପଣା ପିତାମାତାକୁ ଛାଡ଼ି ସ୍ତ୍ରୀ ସହିତ ମିଳିତ ହେବ ଓ ସେ ଦୁହେଁ ଏକ ହେବେ’?
Explore ମାଥିଉଲିଖିତ 19:4-5
4
ମାଥିଉଲିଖିତ 19:14
କିନ୍ତୁ ଯୀଶୁ କହିଲେ, “ଶିଶୁମାନଙ୍କୁ ମୋ ପାଖକୁ ଆସିବାକୁ ଦିଅ, ସେମାନଙ୍କୁ ବାଧା ଦିଅ ନାହିଁ, କାରଣ ଯେଉଁମାନେ ଏହିମାନଙ୍କ ପରି, ସ୍ଵର୍ଗରାଜ୍ୟ ସେହିମାନଙ୍କର।”
Explore ମାଥିଉଲିଖିତ 19:14
5
ମାଥିଉଲିଖିତ 19:30
କିନ୍ତୁ ଯେଉଁମାନେ ପ୍ରଥମରେ ଅଛନ୍ତି, ଏପରି ଅନେକେ ଶେଷରେ ପଡ଼ିବେ ଏବଂ ଯେଉଁମାନେ ଶେଷରେ ଅଛନ୍ତି, ଏପରି ଅନେକେ ପ୍ରଥମରେ ରହିବେ।
Explore ମାଥିଉଲିଖିତ 19:30
6
ମାଥିଉଲିଖିତ 19:29
ପୁଣି ମୋ ସକାଶେ ଯେକେହି ଘରଦ୍ଵାର, ବା ଭାଇଭଉଣୀ, ବା ପିତାମାତା, ବା ସନ୍ତାନସନ୍ତତି କିମ୍ବା ଭୂସମ୍ପତ୍ତି ପରିତ୍ୟାଗ କରେ, ସେ ତାହାର ଶଏଗୁଣ ପାଇବ ଏବଂ ଅନନ୍ତଜୀବନ ମଧ୍ୟ ଲାଭ କରିବ।
Explore ମାଥିଉଲିଖିତ 19:29
7
ମାଥିଉଲିଖିତ 19:21
ଯୀଶୁ ତାଙ୍କୁ କହିଲେ, “ତୁମେ ଯେବେ ସିଦ୍ଧ ହେବାକୁ ଚାହଁ, ତେବେ ଯାଅ, ତୁମର ସର୍ବସ୍ଵ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର ତାହାହେଲେ ତୁମେ ସ୍ଵର୍ଗରେ ଧନଲାଭ କରିବ। ତା ପରେ ଆସି ମୋର ଅନୁଗମନ କର।”
Explore ମାଥିଉଲିଖିତ 19:21
8
ମାଥିଉଲିଖିତ 19:17
ଯୀଶୁ ଉତ୍ତର ଦେଲେ, “କେଉଁ ବିଷୟ ସତ୍, ମୋତେ କାହିଁକି ପଚାରୁଅଛ? ଜଣେମାତ୍ର ସତ୍ ଅଟନ୍ତି; ତୁମେ ଯଦି ଜୀବନରେ ପ୍ରବେଶ କରିବାକୁ ଚାହୁଁଛ, ତାହାହେଲେ ଆଜ୍ଞାଗୁଡ଼ିକ ପାଳନ କର।”
Explore ମାଥିଉଲିଖିତ 19:17
9
ମାଥିଉଲିଖିତ 19:24
ମୁଁ ପୁନର୍ବାର ତୁମ୍ଭମାନଙ୍କୁ କହୁଛି, ଈଶ୍ୱରଙ୍କ ରାଜ୍ୟରେ ଧନୀଲୋକର ପ୍ରବେଶ ଅପେକ୍ଷା ସୂଚୀ ର ଛିଦ୍ର ବାଟେ ଓଟର ଗଳିଯିବା ବରଂ ସହଜ।”
Explore ମାଥିଉଲିଖିତ 19:24
10
ମାଥିଉଲିଖିତ 19:9
ମୁଁ ତୁମ୍ଭମାନଙ୍କୁ କହୁଛି, ଯେକେହି ବ୍ୟଭିଚାର ଦୋଷ ବ୍ୟତୀତ ଅନ୍ୟ କୌଣସି କାରଣରୁ ଆପଣା ସ୍ତ୍ରୀକୁ ଛାଡ଼ପତ୍ର ଦେଇ ଅନ୍ୟ ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ।”
Explore ମାଥିଉଲିଖିତ 19:9
11
ମାଥିଉଲିଖିତ 19:23
ଏଉତ୍ତାରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଧନୀଲୋକ ପକ୍ଷରେ ସ୍ଵର୍ଗରାଜ୍ୟରେ ପ୍ରବେଶ କରିବା କଷ୍ଟକର!
Explore ମାଥିଉଲିଖିତ 19:23