1
ମାଥିଉଲିଖିତ 18:20
ଓଡିଆ ସମସାମୟିକ ବାଇବଲ
OCB
କାରଣ ଯେଉଁଠାରେ ଦୁଇ ବା ତିନିଜଣ ମୋ ନାମରେ ଏକତ୍ର ହୁଅନ୍ତି, ସେହିଠାରେ ମୁଁ ସେମାନଙ୍କ ସହିତ ଅଛି।”
Compare
Explore ମାଥିଉଲିଖିତ 18:20
2
ମାଥିଉଲିଖିତ 18:19
“ମୁଁ ଆହୁରି ମଧ୍ୟ ତୁମ୍ଭମାନଙ୍କୁ କହୁଛି, ପୃଥିବୀରେ ତୁମ ମଧ୍ୟରୁ ଯେବେ ଦୁଇଜଣ ଏକମତ ହୋଇ କୌଣସି ବିଷୟ ମାଗିବେ, ତାହା ମୋର ସ୍ଵର୍ଗସ୍ଥପିତାଙ୍କ ଦ୍ଵାରା ତୁମ ନିମନ୍ତେ ସାଧିତ ହେବ।
Explore ମାଥିଉଲିଖିତ 18:19
3
ମାଥିଉଲିଖିତ 18:2-3
ଯୀଶୁ ଗୋଟିଏ ସାନ ପିଲାକୁ ପାଖକୁ ଡାକି ସେମାନଙ୍କ ମଧ୍ୟରେ ଠିଆ କରାଇଲେ ତା ପରେ ସେ କହିଲେ: “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଯଦି ପରିବର୍ତ୍ତିତ ହୋଇ ସାନ ପିଲାଙ୍କ ପରି ନ ହୁଅ, ତେବେ ତୁମ୍ଭେମାନେ କଦାପି ସ୍ଵର୍ଗରାଜ୍ୟରେ ପ୍ରବେଶ କରିପାରିବ ନାହିଁ।
Explore ମାଥିଉଲିଖିତ 18:2-3
4
ମାଥିଉଲିଖିତ 18:4
ଅତଏବ ଯେକେହି ଏହି ସାନ ପିଲା ପରି ନିଜକୁ ନମ୍ର କରେ, ସେ ସ୍ଵର୍ଗରାଜ୍ୟରେ ଶ୍ରେଷ୍ଠ ହେବ।
Explore ମାଥିଉଲିଖିତ 18:4
5
ମାଥିଉଲିଖିତ 18:5
ପୁଣି, କେହି ଯେବେ ମୋ ନାମରେ ଏହିପରି ଜଣେ ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ।
Explore ମାଥିଉଲିଖିତ 18:5
6
ମାଥିଉଲିଖିତ 18:18
“ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏହି ପୃଥିବୀରେ ତୁମେ ଯାହାସବୁ ବନ୍ଦ କରିବ, ସେହିସବୁ ସ୍ଵର୍ଗରେ ବନ୍ଦ ହୋଇ ରହିବ ଏବଂ ଏହି ପୃଥିବୀରେ ଯାହାସବୁ ଖୋଲିବ, ସେହିସବୁ ସ୍ଵର୍ଗରେ ଖୋଲା ହେବ।
Explore ମାଥିଉଲିଖିତ 18:18
7
ମାଥିଉଲିଖିତ 18:35
“ତୁମେ ପ୍ରତ୍ୟେକେ ଯଦି ତୁମର ଭାଇକୁ ଆନ୍ତରିକଭାବେ କ୍ଷମା ନ ଦିଅ, ତେବେ ମୋର ସ୍ଵର୍ଗସ୍ଥ ପିତା ତୁମ ପ୍ରତି ସେହିପ୍ରକାର ବ୍ୟବହାର କରିବେ।”
Explore ମାଥିଉଲିଖିତ 18:35
8
ମାଥିଉଲିଖିତ 18:6
“କିନ୍ତୁ କେହି ଯେବେ ମୋ ଠାରେ ବିଶ୍ୱାସ ରିଖିଥିବା ଏହିପରି ସାମାନ୍ୟ ବିଶ୍ୱାସୀମାନଙ୍କ ମଧ୍ୟରୁ ଜଣକୁ ପାପରେ ପକାଏ, ତେବେ ତାହାର ଗଳାରେ ଏକ ପ୍ରକାଣ୍ଡ ଚକିପଥର ବାନ୍ଧି ତାକୁ ସମୁଦ୍ରର ଅଗାଧ ଜଳରେ ନିକ୍ଷେପ କରିବା ବରଂ ଭଲ ହେବ।
Explore ମାଥିଉଲିଖିତ 18:6
9
ମାଥିଉଲିଖିତ 18:12
“କୌଣସି ଲୋକର ଶଏ ମେଣ୍ଢା ମଧ୍ୟରୁ ଯଦି ଗୋଟିଏ ମେଣ୍ଢା ବାଟବଣା ହୋଇ ଚାଲିଯାଏ, ସେ କଣ ବାକି ଅନେଶ୍ୱତ ମେଣ୍ଢାକୁ ପାହାଡ଼ ଉପରେ ଛାଡ଼ି ବାଟବଣା ହୋଇଥିବା ମେଣ୍ଢାକୁ ଖୋଜିବାକୁ ଯିବ ନାହିଁ? ଏ ବିଷୟରେ ତୁମେମାନେ କଅଣ ମନେ କରୁଅଛ?
Explore ମାଥିଉଲିଖିତ 18:12