1
ମାଥିଉଲିଖିତ 13:23
ଓଡିଆ ସମସାମୟିକ ବାଇବଲ
OCB
କିନ୍ତୁ ଉତ୍ତମ ଭୂମିରେ ଯାହା ବୁଣା ଯାଇଥିଲା, ତାହା ଏହିପ୍ରକାର ମନୁଷ୍ୟକୁ ବୁଝାଏ, ଯେ କି ବାକ୍ୟ ଶୁଣେ ଓ ବୁଝେ। ଯାହା ବୁଣା ଯାଇଥିଲା, ସେ ତାହାର ଶହେ ଗୁଣ, ଷାଠିଏ ଗୁଣ ଓ ତିରିଶ ଗୁଣ ଫଳ ଉତ୍ପନ୍ନ କରେ।”
Compare
Explore ମାଥିଉଲିଖିତ 13:23
2
ମାଥିଉଲିଖିତ 13:22
ଯାହା କଣ୍ଟାବୁଦା ମଧ୍ୟରେ ବୁଣା ଯାଇଥିଲା, ତାହା ଏହିପ୍ରକାର ମନୁଷ୍ୟକୁ ବୁଝାଏ, ଯେ କି ବାକ୍ୟ ଶୁଣେ ସତ, କିନ୍ତୁ ସଂସାରର ଜଞ୍ଜାଳ ଓ ଧନସମ୍ପଦର ମାୟା ସେହି ବାକ୍ୟକୁ ଚାପି ପକାଇ ଫଳପ୍ରଦ ହେବାକୁ ଦିଏ ନାହିଁ।
Explore ମାଥିଉଲିଖିତ 13:22
3
ମାଥିଉଲିଖିତ 13:19
ଯେତେବେଳେ କେହି ସ୍ଵର୍ଗରାଜ୍ୟ ସମ୍ବନ୍ଧୀୟ ବାର୍ତ୍ତା ଶୁଣି ସୁଦ୍ଧା ବୁଝେ ନାହିଁ, ସେତେବେଳେ ପାପାତ୍ମା ଆସି ତା ହୄଦୟରେ ଯାହା ବୁଣା ଯାଇଥିଲା, ତାହା ହରଣ କରିନିଏ।
Explore ମାଥିଉଲିଖିତ 13:19
4
ମାଥିଉଲିଖିତ 13:20-21
ଯାହା ପଥୁରିଆ ଭୂମିରେ ବୁଣା ଯାଇଥିଲା, ତାହା ଏହିପ୍ରକାର ଲୋକକୁ ବୁଝାଏ, ଯେ କି ବାକ୍ୟ ଶୁଣି ସଙ୍ଗେସଙ୍ଗେ ତାହା ଆନନ୍ଦରେ ଗ୍ରହଣ କରନ୍ତି। କିନ୍ତୁ ତାହାର ଚେର ନ ଥିବାରୁ ସେ ଅଳ୍ପକାଳ ପାଇଁ ତିଷ୍ଠି ରହେ। ସେହି ବାକ୍ୟ ସକାଶେ ତା ପ୍ରତି ଦୁଃଖ ବା ନିର୍ଯ୍ୟାତନା ଆସିଲେ, ସେ ଶୀଘ୍ର ପଛଘୁଞ୍ଚା ଦିଏ।
Explore ମାଥିଉଲିଖିତ 13:20-21
5
ମାଥିଉଲିଖିତ 13:44
“ସ୍ଵର୍ଗରାଜ୍ୟ, କ୍ଷେତରେ ପୋତା ହୋଇଥିବା ଧନ ସଦୃଶ। ଜଣେ ଲୋକ ତାହା ପାଇ ପୁନର୍ବାର ତାକୁ ପୋତିଦେଲା। ସେ ମହା ଆନନ୍ଦରେ ଚାଲିଯାଇ ତାହାର ସର୍ବସ୍ଵ ବିକ୍ରୟ କଲା ଓ ସେହି କ୍ଷେତଟିକୁ କିଣିଲା।
Explore ମାଥିଉଲିଖିତ 13:44
6
ମାଥିଉଲିଖିତ 13:8
ମାତ୍ର କେତେକ ବିହନ ଭଲ ମାଟିରେ ପଡ଼ିଲା ଏବଂ ବୁଣା ହୋଇଥିବା ବିହନର ଶଏଗୁଣ, ଷାଠିଏ ଗୁଣ ଓ ତିରିଶ ଗୁଣ ଶସ୍ୟ ଫଳିଲା।
Explore ମାଥିଉଲିଖିତ 13:8
7
ମାଥିଉଲିଖିତ 13:30
ତେଣୁ ଫସଲ କଟା ହେବାଯାଏ ଉଭୟେ ଏକ ସଙ୍ଗେ ବଢ଼ନ୍ତୁ, ସେତେବେଳେ ମୁଁ କଟାଳିମାନଙ୍କୁ କହିବି ଆଗେ ବାଳୁଙ୍ଗାକୁ ଏକାଠି କରି ଜାଳି ଦେବାକୁ ବିଡ଼ା ବାନ୍ଧ, ତା ପରେ ଗହମକୁ ଏକାଠି କରି ମୋର ଅମାରରେ ରିଖିବାକୁ ନେଇଆସ।”
Explore ମାଥିଉଲିଖିତ 13:30