1
ମାଥିଉଲିଖିତ 10:16
ଓଡିଆ ସମସାମୟିକ ବାଇବଲ
OCB
“ଦେଖ, କେନ୍ଦୁଆମାନଙ୍କ ମଧ୍ୟରେ ମେଣ୍ଢା ଯେପରି ମୁଁ ତୁମ୍ଭମାନଙ୍କୁ ସେହିପରି ପଠାଉଛି। ଅତଏବ ସର୍ପ ପରି ଚତୁର ଓ କପୋତ ପରି ନିରୀହ ହୁଅ।”
Compare
Explore ମାଥିଉଲିଖିତ 10:16
2
ମାଥିଉଲିଖିତ 10:39
ଯେକେହି ଆପଣା ଜୀବନକୁ ଧରି ରଖେ ସେ ତାହା ହରାଇବ, କିନ୍ତୁ ଯେକେହି ମୋ ସକାଶେ ଜୀବନ ହରାଇ ଦିଏ ସେ ତାହା ରକ୍ଷା କରିବ।
Explore ମାଥିଉଲିଖିତ 10:39
3
ମାଥିଉଲିଖିତ 10:28
ଯେଉଁମାନେ କେବଳ ଶରିରକୁ ବିନାଶ କରିପାରନ୍ତି ଅଥଚ ଅନ୍ତରାତ୍ମାର ବିନାଶ ସାଧନ କରିପାରନ୍ତି ନାହିଁ ସେମାନଙ୍କୁ ଭୟ କର ନାହିଁ। ବରଂ, ଯେ ଅନ୍ତରାତ୍ମା ଓ ଶରୀର ଉଭୟକୁ ନରକରେ ବିନଷ୍ଟ କରିପାରନ୍ତି କେବଳ ତାଙ୍କୁ ହିଁ ଭୟ କର।
Explore ମାଥିଉଲିଖିତ 10:28
4
ମାଥିଉଲିଖିତ 10:38
ଯିଏ ତାହାର କୃଶ ବହନ କରି ମୋର ଅନୁଗମନ ନ କରେ ସେ ମୋର ଯୋଗ୍ୟ ନୁହେଁ।
Explore ମାଥିଉଲିଖିତ 10:38
5
ମାଥିଉଲିଖିତ 10:32-33
“କେହି ଯେବେ ମୋତେ ଲୋକଙ୍କ ସାକ୍ଷାତରେ ସ୍ଵକାର କରେ, ତେବେ ମୁଁ ମଧ୍ୟ ତାକୁ ମୋର ସ୍ଵର୍ଗସ୍ଥପିତାଙ୍କ ସାକ୍ଷାତରେ ସ୍ଵକାର କରିବି। କିନ୍ତୁ କେହି ଯେବେ ମୋତେ ଲୋକଙ୍କ ସାକ୍ଷାତରେ ଅସ୍ୱୀକାର କରେ, ମୁଁ ମୋର ସ୍ଵର୍ଗସ୍ଥପିତାଙ୍କ ସାକ୍ଷାତରେ ତାହାକୁ ଅସ୍ୱୀକାର କରିବି।
Explore ମାଥିଉଲିଖିତ 10:32-33
6
ମାଥିଉଲିଖିତ 10:8
ରୋଗୀମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ଉଠାଅ, କୁଷ୍ଠରୋଗୀମାନଙ୍କୁ ଶୁଚି କର, ଏବଂ ଭୂତାତ୍ମାମାନଙ୍କୁ ବିତାଡ଼ିତ କର। ବିନାମୂଲ୍ୟରେ ପାଇଛ; ବିନାମୂଲ୍ୟରେ ଦାନ କର।
Explore ମାଥିଉଲିଖିତ 10:8
7
ମାଥିଉଲିଖିତ 10:31
ଅତଏବ ଭୟ କର ନାହିଁ; ତୁମ୍ଭେମାନେ ତାହାଙ୍କ ଦୃଷ୍ଟିରେ ଅନେକ ଘରଚଟିଆଠାରୁ ଅଧିକ ମୂଲ୍ୟବାନ୍।
Explore ମାଥିଉଲିଖିତ 10:31
8
ମାଥିଉଲିଖିତ 10:34
“ମୁଁ ପୃଥିବୀରେ ଶାନ୍ତି ଦେବାକୁ ଆସିଛି ବୋଲି ମନେକର ନାହିଁ। ମୁଁ ଶାନ୍ତି ଦେବାକୁ ଆସି ନାହିଁ, ବରଂ ଖଡ଼୍ଗ ଦେବାକୁ ଆସିଛି।
Explore ମାଥିଉଲିଖିତ 10:34