1
ରୋମୀୟ 5:8
ପବିତ୍ର ବାଇବଲ (CL) NT (BSI)
ODCLBSI
କିନ୍ତୁ ଆମ୍ଭେମାନେ ପାପୀ ଥିବାବେଳେ ଯୀଶୁ ଆମ ପାଇଁ ନିଜର ପ୍ରାଣ ଦେଲେ। ଏହା ଦ୍ୱାରା ଈଶ୍ୱର ଆମ୍ଭମାନଙ୍କୁ କେତେ ପ୍ରେମ କରନ୍ତି, ତାହା ସେ ପ୍ରକାଶ କରିଛନ୍ତି।
Compare
Explore ରୋମୀୟ 5:8
2
ରୋମୀୟ 5:5
ଭରସା ଆମ୍ଭମାନଙ୍କୁ ନିରାଶ ହେବାକୁ ଦିଏ ନାହିଁ, କାରଣ ଈଶ୍ୱର ଆମ୍ଭମାନଙ୍କୁ ପବିତ୍ରଆତ୍ମା ଦାନ କରି ଆମ ହୃଦୟରେ ତାଙ୍କ ପ୍ରେମ ଭରି ଦେଇଛନ୍ତି।
Explore ରୋମୀୟ 5:5
3
ରୋମୀୟ 5:3-4
ସବୁ ପ୍ରକାର ଦୁଃଖ କ୍ଲେଶରେ ମଧ୍ୟ ଆମ୍ଭେମାନେ ଆନନ୍ଦ ଅନୁଭବ କରୁଛୁ, କାରଣ ବିଚଳିତ ନ ହୋଇ କ୍ଳେଶ ସହିବା ଦ୍ୱାରା ମନରେ ଧୈର୍ଯ୍ୟ ଆସେ। ଧୈର୍ଯ୍ୟରୁ ବଳିଷ୍ଠ ଚରିତ୍ର ଓ ବଳିଷ୍ଠ ଚରିତ୍ରରୁ ଭରସା ଜାତ ହୁଏ।
Explore ରୋମୀୟ 5:3-4
4
ରୋମୀୟ 5:1-2
ବର୍ତ୍ତମାନ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇଛୁ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଯୋଗୁଁ ଈଶ୍ୱରଙ୍କ ସହିତ ଆମର ପ୍ରତିଷ୍ଠା ହୋଇଛି। ସେହି ଯୀଶୁ ଆମ୍ଭମାନଙ୍କ ବିଶ୍ୱାସ ଯୋଗୁଁ ବର୍ତ୍ତମାନ ଆମ ଜୀବନରେ ଈଶ୍ୱରଙ୍କ ଅନୁଗ୍ରହର ଅନୁଭୂତି ପ୍ରଦାନ କରିଛନ୍ତି। ତେଣୁ ଈଶ୍ୱରଙ୍କ ଗୌରବରେ ଅଂଶୀ ହେବାର ଆଶା ଆମ୍ଭମାନଙ୍କୁ ଉତ୍ଫୁଲ୍ଲ କରି ରଖିଛି।
Explore ରୋମୀୟ 5:1-2
5
ରୋମୀୟ 5:6
ଆମ୍ଭେମାନେ ଅସହାୟ ଥିବାବେଳେ ଈଶ୍ୱରଙ୍କ ନିରୂପିତ ସମୟରେ ଖ୍ରୀଷ୍ଟ ପାପୀମାନଙ୍କ ପାଇଁ ମୃତ୍ୟୁଭୋଗ କଲେ।
Explore ରୋମୀୟ 5:6
6
ରୋମୀୟ 5:9
ଖ୍ରୀଷ୍ଟଙ୍କ ପ୍ରାଣବଳି ଦ୍ୱାରା ଈଶ୍ୱର ଆମକୁ ଧାର୍ମିକ ରୂପେ ଗ୍ରହଣ କରିଛନ୍ତି। ତାହାହେଲେ ଈଶ୍ୱରଙ୍କ କ୍ରୋଧରୁ ଆମ୍ଭମାନଙ୍କୁ ରକ୍ଷା କରିବାକୁ ଖ୍ରୀଷ୍ଟ କେତେ ମନୋଯୋଗୀ ନ ହେବେ।
Explore ରୋମୀୟ 5:9
7
ରୋମୀୟ 5:19
ଜଣକର ଅବାଧ୍ୟତା ଲାଗି ଯେପରି ସମସ୍ତେ ପାପୀ ହେଲେ, ସେହିପରି ଜଣକର ଆଜ୍ଞାବହତା ଯୋଗୁଁ ସମସ୍ତେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହେବେ।
Explore ରୋମୀୟ 5:19
8
ରୋମୀୟ 5:11
କେବଳ ସେତିକି ନୁହେଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱର ଯେଉଁ ସବୁ କାର୍ଯ୍ୟ ସାଧନ କରିଛନ୍ତି, ସେଥିପାଇଁ ଆମର ହୃଦୟ ଉଚ୍ଛ୍ୱସିତ ଆନନ୍ଦରେ ପରିପୂର୍ଣ୍ଣ। ସେହି ଯୀଶୁ ଈଶ୍ୱରଙ୍କ ସହିତ ଆମ୍ଭମାନଙ୍କର ପୁନର୍ମିଳନ କରାଇଛନ୍ତି।
Explore ରୋମୀୟ 5:11