1
ରୋମୀୟ 6:23
ପବିତ୍ର ବାଇବଲ (CL) NT (BSI)
ODCLBSI
ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅଯାଚିତ ଦାନ ହେଉଛି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ଅନନ୍ତ ଜୀବନ।
Compare
Explore ରୋମୀୟ 6:23
2
ରୋମୀୟ 6:14
ପାପ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ ନ କରୁ। ତୁମ୍ଭେମାନେ ଆଉ ବ୍ୟବସ୍ଥାର ଅଧୀନ ନୁହଁ। କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହରେ ଆଶ୍ରିତ।
Explore ରୋମୀୟ 6:14
3
ରୋମୀୟ 6:4
ଜଳଦୀକ୍ଷା ଦ୍ୱାରା ଆମ୍ଭେମାନେ ତାଙ୍କ ମୃତ୍ୟୁରେ ଅଂଶୀ ହୋଇ ତାଙ୍କ ସହିତ କବର ପାଇଛୁ। ସେ ଯେପରି ପିତାଙ୍କ ଗୌରବମୟ ଶକ୍ତି ଦ୍ୱାରା ପୁନରୁତ୍ଥିତ ହେଲେ, ଆମ୍ଭେମାନେ ମଧ୍ୟ ତାଙ୍କ ଯୋଗୁଁ ନୂତନଭାବେ ଜୀବନଯାପନ କରିପାରିବା।
Explore ରୋମୀୟ 6:4
4
ରୋମୀୟ 6:13
ତୁମ୍ଭେମାନେ ନିଜକୁ କୌଣସି ପ୍ରକାରେ ପାପ ନିକଟରେ ସମର୍ପଣ କରି ଦୁଷ୍କର୍ମର ଅସ୍ତ୍ର ରୂପେ ବ୍ୟବହୃତ ହୁଅ ନାହିଁ। ବରଂ ମୃତ୍ୟୁରୁ ରକ୍ଷା ପାଇ ଜୀବନ ପ୍ରାପ୍ତ ହୋଇ ଥିବାରୁ ତୁମ୍ଭେମାନେ ସତ୍କାର୍ଯ୍ୟ ସାଧନ ପାଇଁ ନିଜ ନିଜକୁ ସମ୍ପୂର୍ଣ୍ଣଭାବେ ଈଶ୍ୱରଙ୍କଠାରେ ସମର୍ପଣ କର।
Explore ରୋମୀୟ 6:13
5
ରୋମୀୟ 6:6
ଆମେ ଜାଣୁ, ଖ୍ରୀଷ୍ଟଙ୍କ ସହିତ କ୍ରୁଶ ଉପରେ ଆମ୍ଭମାନଙ୍କ ପୁରାତନ ବ୍ୟକ୍ତିତ୍ୱ ମୃତ ହୋଇଛି। ତଦ୍ଦ୍ୱାରା ଆମ ପାପ ପ୍ରକୃତି ବିନଷ୍ଟ ହୋଇଛି ଓ ଆମେ ପାପର ଦାସତ୍ୱରୁ ମୁକ୍ତି ପାଇଛୁ
Explore ରୋମୀୟ 6:6
6
ରୋମୀୟ 6:11
ସେହିପରି ତୁମ୍ଭେମାନେ ମଧ୍ୟ ପାପ ପ୍ରତି ମୃତ ହୋଇଛ ବୋଲି ମନେକର। ତୁମ୍ଭେମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଜୀବନରେ ଈଶ୍ୱରଙ୍କ ସହ ସଂଯୁକ୍ତ ହୋଇଛ।
Explore ରୋମୀୟ 6:11
7
ରୋମୀୟ 6:1-2
ତାହାହେଲେ କଅଣ କହିବା? ଈଶ୍ୱରଙ୍କ ଅନୁଗ୍ରହ ଆହୁରି ପ୍ରଚୁର ହେବ ବୋଲି ଆମେ କଅଣ ପାପରେ ଜୀବନ ଯାପନ କରିବା? କଦାପି ନୁହେଁ। ପାପ ପ୍ରତି ଆମ୍ଭେମାନେ ମୃତ ହୋଇଛୁ- ସେଥିରେ ଆଉ ଜୀବନ କାଟିବା କିପରି?
Explore ରୋମୀୟ 6:1-2
8
ରୋମୀୟ 6:16
ତୁମ୍ଭେମାନେ ଅବଶ୍ୟ ଜାଣିଛ, ଯଦି ତୁମେ କାହାର ବଶ୍ୟତା ସ୍ୱୀକାର କରି ତାହାର ସମ୍ପୂର୍ଣ୍ଣ ଆଜ୍ଞାଧୀନ ହୁଅ, ତେବେ ତୁମେ ତା’ର ଦାସ। ଯଦି ପାପର ଦାସ ହୁଅ, ଏହାର ପରିଣାମ ହେବ ମୃତ୍ୟୁ; ଯଦି ଧାର୍ମିକତାର ଅନୁବର୍ତ୍ତୀ ହୁଅ, ତେବେ ଜୀବନ ପାଇବ।
Explore ରୋମୀୟ 6:16
9
ରୋମୀୟ 6:17-18
କିନ୍ତୁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛି, ଯଦିଓ ଦିନେ ତୁମ୍ଭେମାନେ ପାପର ଦାସ ଥିଲ, ତୁମେ ବର୍ତ୍ତମାନ ସୁସମାଚାରରୁ ଶିକ୍ଷା କରିଥିବା ସତ୍ୟଗୁଡ଼ିକୁ ସର୍ବାନ୍ତଃକରଣରେ ପାଳନ କରୁଛ। ତୁମେ ପାପରୁ ମୁକ୍ତ ହୋଇ ଧାର୍ମିକତାର ଦାସ ହୋଇଛ।
Explore ରୋମୀୟ 6:17-18
Home
Bible
Plans
Videos