1
ରୋମୀୟ 4:20-21
ପବିତ୍ର ବାଇବଲ (CL) NT (BSI)
ODCLBSI
ସେ ତାଙ୍କ ବିଶ୍ୱାସରୁ ବିଚ୍ୟୁତ ହେଲେ ନାହିଁ, କି ଈଶ୍ୱରଙ୍କ ପ୍ରତିଜ୍ଞାକୁ ସନ୍ଦେହ କଲେ ନାହିଁ। ବିଶ୍ୱାସ ତାଙ୍କୁ ଶକ୍ତିରେ ପରିପୂର୍ଣ୍ଣ କଲା ଓ ସେ ଈଶ୍ୱରଙ୍କ ପ୍ରଶଂସା ଗାନ କଲେ। ଈଶ୍ୱର ଯେଉଁ ପ୍ରତିଜ୍ଞା କରିଥିଲେ, ସେ ତାହା ପାଳନ କରିବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା।
Compare
Explore ରୋମୀୟ 4:20-21
2
ରୋମୀୟ 4:17
ଏ ସମ୍ପର୍କରେ ଶାସ୍ତ୍ରରେ ଲେଖାଅଛି, “ତୁମକୁ ଆମ୍ଭେ ଅନେକ ଜାତିର ଜନକ କରିଛୁ।” ଈଶ୍ୱରଙ୍କ ଦୃଷ୍ଟିରେ ଏହି ପ୍ରତିଜ୍ଞା ଯଥାର୍ଥ ଥିଲା, କାରଣ ଯେଉଁ ଈଶ୍ୱରଙ୍କୁ ଅବ୍ରାହମ ବିଶ୍ୱାସ କରୁଥିଲେ, ତାଙ୍କର ବାକ୍ୟ ମୃତକୁ ସଞ୍ଜୀବିତ କରେ ଓ ଶୂନ୍ୟରୁ ସମସ୍ତ ବିଷୟ ସୃଷ୍ଟି କରେ।
Explore ରୋମୀୟ 4:17
3
ରୋମୀୟ 4:25
ସେହି ପ୍ରଭୁ ଯୀଶୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତରୂପେ ମୃତ୍ୟୁଭୋଗ କରିଥିଲେ ଏବଂ ଈଶ୍ୱରଙ୍କ ନିକଟରେ ଆମ୍ଭମାନଢ଼ଙ୍କୁ ଧାର୍ମିକ କରାଇବା ପାଇଁ ପୁନରୁତ୍ଥିତ ହୋଇଥିଲେ।
Explore ରୋମୀୟ 4:25
4
ରୋମୀୟ 4:18
ଆଶା କରିବା ପାଇଁ କୌଣସି କାରଣ ନ ଥାଇ ସୁଦ୍ଧା ଅବ୍ରାହାମ ବିଶ୍ୱାସ କରି ଆଶାବାଦୀ ହେଲେ। ତେଣୁ ସେ ଅନେକ ଜାତିର ପିତା ହେଲେ, କାରଣ ଶାସ୍ତ୍ର ଅନୁଯାୟୀ ତାଙ୍କୁ ପ୍ରତିଜ୍ଞା ମିଳିଥିଲା: “ତୁମ ବଂଶଧରମାନେ ଆକାଶର ତାରା ପରି ଅଗଣିତ ହେବେ।”
Explore ରୋମୀୟ 4:18
5
ରୋମୀୟ 4:16
ତେଣୁ ଈଶ୍ୱରଙ୍କ ପ୍ରତିଜ୍ଞା ବିଶ୍ୱାସ ଉପରେ ପ୍ରତିଷ୍ଠିତ। ଯେଉଁମାନେ ବ୍ୟବସ୍ଥା ପାଳନ କରନ୍ତି, କେବଳ ସେମାନଙ୍କ ପାଇଁ ଈଶ୍ୱରଙ୍କ ପ୍ରତିଜ୍ଞା ଉଦ୍ଦିଷ୍ଟ ନୁହେଁ। ଅବ୍ରାହମଙ୍କ ପରି ବିଶ୍ୱାସ କରୁଥିବା ସମସ୍ତଙ୍କ ପାଇଁ ତା’ ଉଦ୍ଦିଷ୍ଟ, କାରଣ ଅବ୍ରାହମ ସେମାନଙ୍କର ଆଧ୍ୟାତ୍ମିକ ପିତା।
Explore ରୋମୀୟ 4:16
6
ରୋମୀୟ 4:7-8
“ଯାହାର ଦୋଷ ମାର୍ଜନା କରାଯାଇଛି, ସେ ଧନ୍ୟ; ଯେ ପାପକ୍ଷମା ପାଇଛି, ସେ ଧନ୍ୟ। ଈଶ୍ୱର ଯାହାର ପାପ ଗଣନା କରିବେ ନାହିଁ, ସେ ଧନ୍ୟ!”
Explore ରୋମୀୟ 4:7-8
7
ରୋମୀୟ 4:3
ଶାସ୍ତ୍ର ଅନୁଯାୟୀ, “ଅବ୍ରାହାମ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ ଓ ଏହି ବିଶ୍ୱାସ ଯୋଗୁଁ ଈଶ୍ୱର ତାଙ୍କୁ ଧାର୍ମିକ ରୂପେ ଗ୍ରହଣ କଲେ।”
Explore ରୋମୀୟ 4:3
Home
Bible
Plans
Videos