1
ଏଫିସୀୟ 2:10
ପବିତ୍ର ବାଇବଲ (Re-edited) - (BSI)
ODIAOV-BSI
କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେସମସ୍ତ ସତ୍କାର୍ଯ୍ୟ ଆମ୍ଭେମାନେ କରିବୁ ବୋଲି ଈଶ୍ଵର ପୂର୍ବରୁ ଆୟୋଜନ କରିଥିଲେ, ଆଚରଣରେ ସେହିସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୃଷ୍ଟ।
Compare
Explore ଏଫିସୀୟ 2:10
2
ଏଫିସୀୟ 2:8-9
କାରଣ ଅନୁଗ୍ରହରେ ବିଶ୍ଵାସ ଦ୍ଵାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ; ତାହା ତୁମ୍ଭମାନଙ୍କ ନିଜଠାରୁ ହୋଇ ନାହିଁ, ତାହା ଈଶ୍ଵରଙ୍କ ଦାନ, କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ।
Explore ଏଫିସୀୟ 2:8-9
3
ଏଫିସୀୟ 2:4-5
ମାତ୍ର ଏପରି ଅପରାଧରେ ମୃତ ହେଲେ ହେଁ ଦୟାସାଗର ଯେ ଈଶ୍ଵର, ସେ ଆମ୍ଭମାନଙ୍କୁ ଯେଉଁ ମହା ପ୍ରେମରେ ପ୍ରେମ କଲେ, ସେଥିସକାଶେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ସଜୀବ କରିଅଛନ୍ତି- ଅନୁଗ୍ରହରେ ତୁମ୍ଭେମାନେ ପରିତ୍ରାଣ ପାଇଅଛ
Explore ଏଫିସୀୟ 2:4-5
4
ଏଫିସୀୟ 2:6
ପୁଣି, ତାହାଙ୍କ ସହିତ ଆମ୍ଭମାନଙ୍କୁ ଉତ୍ଥାପିତ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ତାହାଙ୍କ ସହିତ ସ୍ଵର୍ଗରେ ଉପବେଶନ କରାଇ ଅଛନ୍ତି
Explore ଏଫିସୀୟ 2:6
5
ଏଫିସୀୟ 2:19-20
ଅତଏବ, ତୁମ୍ଭେମାନେ ଆଉ ବିଦେଶୀ ବା ପ୍ରବାସୀ ନୁହଁ, କିନ୍ତୁ ସାଧୁମାନଙ୍କ ସହିତ ସହନାଗରିକ ଓ ଈଶ୍ଵରଙ୍କ ପରିବାରଭୁକ୍ତ ଅଟ; ତୁମ୍ଭେମାନେ ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛ, ଖ୍ରୀଷ୍ଟ ଯୀଶୁ ସ୍ଵୟଂ ସେଥିର କୋଣର ପ୍ରଧାନ ପ୍ରସ୍ତର
Explore ଏଫିସୀୟ 2:19-20