ମାଥିଉଲିଖିତ 2:12-13
ମାଥିଉଲିଖିତ 2:12-13 OCB
କିନ୍ତୁ ହେରୋଦଙ୍କ ନିକଟକୁ ନ ଯିବା ପାଇଁ ସ୍ଵପ୍ନରେ ପ୍ରତ୍ୟାଦେଶ ପାଇ, ସେମାନେ ଅନ୍ୟ ଏକ ପଥରେ ସ୍ଵଦେଶକୁ ଫେରିଗଲେ। ସେମାନେ ଚାଲିଯିବା ପରେ, ପ୍ରଭୁଙ୍କର ଜଣେ ଦୂତ ସ୍ଵପ୍ନରେ ଯୋସେଫଙ୍କୁ ଦେଖାଦେଇ କହିଲେ, “ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ମିଶର ଦେଶକୁ ପଳାଅ। ଏବଂ ମୁଁ ତୁମକୁ ନ କହିବା ପର୍ଯ୍ୟନ୍ତ ସେହିଠାରେ ରୁହ, କାରଣ ହେରୋଦ ଶିଶୁଙ୍କୁ ଖୋଜି ହତ୍ୟା କରିବାକୁ ଉଦ୍ୟତ ହୋଇଅଛି।”





