YouVersion Logo
Search Icon

ଯିଖରିୟ 13

13
1ମାତ୍ର ସେତେବେଳେ, ଏକ ନିର୍ଝର ଦାଉଦର ପରିବାର ଓ ଯିରୁଶାଲମ ନିବାସୀ ପାଇଁ ଖୋଲା ହେବ। ସେହି ଝରଣା ସେମାନଙ୍କର ପାପସବୁ ଓ ଅପବିତ୍ରତାକୁ ଧୋଇଦେବ।
ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତା ଆଉ ହେବେ ନାହିଁ
2ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଆମ୍ଭେ ଦେଶରୁ ମୂର୍ତ୍ତି ବିନଷ୍ଟ କରିଦେବା। ଏପରିକି ଲୋକମାନେ ସେମାନଙ୍କର ନାମକୁ ସ୍ମରଣ କରିବେ ନାହିଁ। ଆଉ ମଧ୍ୟ ଆମ୍ଭେ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଗଣ ଓ ଅପବିତ୍ର ଆତ୍ମାଗୁଡ଼ିକୁ ପୃଥିବୀରୁ ବିଲୋପ କରିବା। 3ଯଦି କେହି ଭବିଷ୍ୟ‌ଦ୍‌ବାଣୀ କରୁଛି ତା'ର ପିତାମାତା ତାକୁ କହିବେ, ‘ତୁମ୍ଭେ ବଞ୍ଚିବ ନାହିଁ କାରଣ ତୁମ୍ଭେ ସଦାପ୍ରଭୁଙ୍କ ନାମରେ ମିଥ୍ୟା ବାକ୍ୟ କହିଛ।’ ତା'ର ପିତା ଏବଂ ମାତା ଯିଏ ତାକୁ ଧାରଣ କରିଛନ୍ତି ସେ ଯେତେବେଳେ ଭବିଷ୍ୟ‌ଦ୍‌ବାଣୀ କରିବ ତାକୁ ‌‌ଖ‌ଡ଼୍‌ଗରେ ବିନାଶ କରିବେ। 4ସେଦିନ ପ୍ରତ୍ୟେକ ଭବିଷ୍ୟ‌ଦ୍‌ବକ୍ତା ନିଜର କଳ୍ପିତ ଦର୍ଶନ ପାଇଁ ଲଜ୍ଜିତ ହେବେ। ସେମାନେ ଭବିଷ୍ୟ‌ଦ୍‌ବକ୍ତା ପରି ପ୍ରତାରିତ କରିବା ପାଇଁ ଲୋମଶ ବସ୍ତ୍ର ପରିଧାନ କରିବେ ନାହିଁ। 5ସେହି ଲୋକମାନେ କହିବେ, ‘ମୁଁ ଜଣେ ଭବିଷ୍ୟ‌ଦ୍‌ବକ୍ତା ନୁହେଁ, ମୁଁ ଜଣେ କୃଷକ। ଏହି ଭୂମି ମୋର ବାଲ୍ୟକାଳରୁ ମୋର ଅଧିକାରରେ ଅଛି।’ 6କିନ୍ତୁ ଅନ୍ୟଲୋକମାନେ କହିବେ, ‘ତୁମ୍ଭର ହାତରେ ଏହି କ୍ଷତଗୁଡ଼ିକ କ’ଣ? ସେ ଉତ୍ତର ଦେବେ, ‘ମୁଁ ମୋ’ ବନ୍ଧୁମାନଙ୍କ ଗୃହରେ କ୍ଷତ ବିକ୍ଷତ ହୋଇଥିଲି।’”
7ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ହେ ‌‌ଖ‌ଡ଼୍‌ଗ, ଯାଅ! ଏବଂ ମେଷପାଳକ ଆମ୍ଭର ଘନିଷ୍ଟ ବନ୍ଧୁଙ୍କୁ ଆଘାତ କର। ମେଷପାଳକଙ୍କୁ ଆଘାତ କର, ଯେପରି ମେଷପଲ ପଳାୟନ କରିବେ। ଆମ୍ଭେ ଆପଣା ହସ୍ତ ସେହି କ୍ଷୁଦ୍ରମାନଙ୍କ ବିରୁଦ୍ଧରେ ଉଠାଇବା। 8ଦେଶର ଦୁଇ ତୃତୀୟାଂଶ ଲୋକ ଚ୍ଛେଦନ ହେବେ ଓ ମୃତ୍ୟୁବରଣ କରିବେ। ମାତ୍ର ଏକ ତୃତୀୟାଂଶ ଜୀବିତ ରହିବେ। 9ତା'ପରେ ଆମ୍ଭେ ସେହି ଏକ ତୃତୀୟାଂଶ ଲୋକଙ୍କୁ ଅଗ୍ନିରେ ପରୀକ୍ଷା କରିବା। ଆମ୍ଭେ ସେମାନଙ୍କୁ ରୂପା ଯେପରି ନିର୍ମଳ ହୁଏ ସେହିପରି ବିଶୁଦ୍ଧ କରିବା। ସୁବର୍ଣ୍ଣକୁ ପରୀକ୍ଷା କଲାପରି ଆମ୍ଭେ ସେହି ଲୋକଙ୍କୁ ପରୀକ୍ଷା କରିବା। ଆମ୍ଭ ନାମ ଧରି ଆମ୍ଭକୁ ସେମାନେ ଡାକିବେ ଏବଂ ଆମ୍ଭେ ସେମାନଙ୍କୁ ଉତ୍ତର ଦେବା, ‘ଏମାନେ ଆମ୍ଭର ଲୋକ’, ଆଉ ସେମାନେ କହିବେ, ‘ସଦାପ୍ରଭୁ ଆମ୍ଭର ପରମେଶ୍ୱର ଅଟନ୍ତି।’”

Currently Selected:

ଯିଖରିୟ 13: OERV

Highlight

Copy

Compare

Share

None

Want to have your highlights saved across all your devices? Sign up or sign in