YouVersion Logo
Search Icon

ରୋମୀୟ 13

13
ତୁମ୍ଭ ସରକାରଙ୍କ ନିୟମ ମାନ
1ପ୍ରତ୍ୟେକ ଲୋକର ସରକାରୀ ଶାସକମାନଙ୍କ ଅଧୀନତା ସ୍ୱୀକାର କରିବା ଉଚିତ୍। କାରଣ ସେମାନଙ୍କ ଏହି କ୍ଷମତା ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଛି ଏବଂ ବର୍ତ୍ତମାନ ଯେଉଁମାନେ ଅଧିକାରୀ, ପରମେଶ୍ୱରଙ୍କ ଦ୍ୱାରା ସେମାନଙ୍କୁ ଏହି କ୍ଷମତା ପ୍ରଦାନ କରାଯାଇଛି। 2ଅତଏବ ଅଧିକାର ବିରୋଧ କରୁଥିବା ଲୋକମାନେ ପ୍ରକୃତରେ ପରମେଶ୍ୱରଙ୍କ ଆଜ୍ଞାର ବିରୋଧୀ। ଏପରି ବିରୋଧ କରୁଥିବା ଲୋକ, ନିଜ ପାଇଁ ଦଣ୍ତ ପାଇବା ବ୍ୟବସ୍ଥା କରିଥାଏ। 3ଯେଉଁମାନେ ଠିକ୍ କାମ କରନ୍ତି, ଶାସକଙ୍କୁ ଭୟ କରିବାର କୌଣସି କାରଣ ସେମାନଙ୍କଠାରେ ନାହିଁ, କିନ୍ତୁ ଯେଉଁମାନେ ମନ୍ଦ ବା ଭୁଲ୍ କାମ କରନ୍ତି ସେମାନେ ଭୟ କରିବାକୁ ବାଧ୍ୟ। ଶାସକ ମାନଙ୍କ ଭୟରୁ ମୁକ୍ତି କରିବା ପାଇଁ ଏକ ମାତ୍ର ଉପାୟ ହେଉଛି ଭଲ କାମ କରିବା। ଭଲ କାମ କଲେ ଶାସକମାନେ ତୁମ୍ଭର ପ୍ରଶଂସା କରିବେ।
4ତୁମ୍ଭକୁ ସାହାଯ୍ୟ କରିବା ପାଇଁ ଶାସକ ହେଉଛନ୍ତି ପରମେଶ୍ୱରଙ୍କ ସେବକ। କିନ୍ତୁ ତୁମ୍ଭେ ଭୁଲ୍ କଲେ ଭୟ କରିବ। ଶାସକର ଦଣ୍ତ ଦେବା କ୍ଷମତା ଅଛି, ସେ ସେହି କ୍ଷମତାର ପ୍ରୟୋଗ କରି ମନ୍ଦ କାମ କରୁଥିବା ଲୋକକୁ ଦଣ୍ତ ଦେବେ। 5ସେଥିପାଇଁ ଶାସକଙ୍କ ଆଜ୍ଞା ପାଳନ କରିବାକୁ ତୁମ୍ଭେ ବାଧ୍ୟ। ପାଳନ ନ କରିବା କାରଣରୁ ଯେ ଦଣ୍ତିତ ହେବ, ସେଥିପାଇଁ ଆଜ୍ଞା ପାଳନ କର ନାହିଁ। ଅଧିକନ୍ତୁ ଶାସନକୁ ମାନିବା ଠିକ୍ କାମ ବୋଲି ଜାଣିଥିବାରୁ ତୁମ୍ଭେ ଏପରି କରିବା ଉଚିତ୍।
6ଏହି ଦୃଷ୍ଟିରୁ ତୁମ୍ଭେମାନେ ସରକାରକୁ କର ମଧ୍ୟ ଦିଅ। ସେମାନେ ପରମେଶ୍ୱରଙ୍କ ସେବାରେ ରହିଛନ୍ତି, ଏବଂ ସେହି କାର୍ଯ୍ୟ କରିବା ପାଇଁ ନିଜର ସମ୍ପୂର୍ଣ୍ଣ ସମୟ ଦେଉଛନ୍ତି। 7ସମାଜରେ ଯାହାଙ୍କର ଯାହା ପ୍ରାପ୍ୟ ତାହାଙ୍କୁ ତାହା ଦିଅ। ଯାହାଙ୍କୁ ଶୁଳ୍କ ଦେବା କଥା ତାହାଙ୍କୁ ସମସ୍ତ ପ୍ରକାରର ଶୁଳ୍କ ଦେଇ ଦିଅ। ଯାହାଙ୍କୁ ଭୟ ସହିତ ଆଦର କରିବା କଥା ସେମାନଙ୍କୁ ଭୟ ଓ ଆଦର କର। ଯାହାଙ୍କୁ ସମ୍ମାନ ଦେବା କଥା ସେମାନଙ୍କୁ ସମ୍ମାନ ଦିଅ।
ଅନ୍ୟ ଲୋକଙ୍କୁ ପ୍ରେମ କରିବା ହିଁ ବ୍ୟବସ୍ଥା ଅଟେ
8କାହାର ଋଣୀ ହୁଅ ନାହିଁ। କିନ୍ତୁ ପରସ୍ପର ପ୍ରତି ପ୍ରେମର ଋଣରେ ଋଣୀ ହୁଅ। ଯେଉଁ ଲୋକ ପ୍ରତିବାସିକୁ ପ୍ରେମ କରେ ସେ ସମ୍ପୂର୍ଣ୍ଣ ବ୍ୟବସ୍ଥା ମାନିଛି। 9ମୁଁ ଏପରି କହୁଛି, କାରଣ ବ୍ୟବସ୍ଥା କୁହେ: “ବ୍ୟଭିଗ୍ଭର କର ନାହିଁ, କାହାକୁ ବଧ କର ନାହିଁ, କୌଣସି ଜିନିଷ ଗ୍ଭେରି କର ନାହିଁ, ଅନ୍ୟ ଲୋକର ଜିନିଷ ପ୍ରତି ଲୋଭ ରଖ ନାହିଁ।”#ଯାତ୍ରା ପୁସ୍ତକ 20:13-15,17 ଏହି ସମସ୍ତ ଆଦେଶ ଗୁଡ଼ିକ ଓ ଅନ୍ୟ ସମସ୍ତ ଆଦେଶ ଗୁଡ଼ିକ ସାରାଂଶ ଭାବେ ଏହି ବ୍ୟବସ୍ଥାର ଅନ୍ତର୍ଗତ ଅଟେ, ଯଥା: “ନିଜକୁ ପ୍ରେମ କଲା ଭଳି ଅନ୍ୟ ପ୍ରତିବାସିକୁ ପ୍ରେମ କର।”#ଲେବୀୟ ପୁସ୍ତକ 19:18 10ପ୍ରେମ ଅନ୍ୟ ଲୋକକୁ ଆଘାତ କରେ ନାହିଁ, ଅତଏବ ପ୍ରେମ କରିବା ସମ୍ପୂର୍ଣ୍ଣ ବ୍ୟବସ୍ଥା ପାଳନର ସମକକ୍ଷ।
11ମୁଁ ଏହି ସମସ୍ତ କଥା କହୁଛି, କାରଣ ଆମ୍ଭର ଏହି ସମୟଟି ଅତି ମହତ୍ତ୍ୱପୂର୍ଣ୍ଣ। ନିଦ୍ରାରୁ ଜାଗ୍ରତ ହେବାର ସମୟ ଉପସ୍ଥିତ ହୋଇଅଛି। ଆରମ୍ଭ କାଳରେ ବିଶ୍ୱାସ କରିବା ତୁଳନାରେ ଏବେ ଆମ୍ଭେ ଉଦ୍ଧାର ପାଇବା ସମୟର ନିକଟତର ହୋଇଛୁ। 12‘ରାତି’ ପ୍ରାୟ କଟି ଗଲାଣି। ‘ଦିନ’ ପ୍ରାୟ ଏହିଠାରେ। ଅତଏବ ଅନ୍ଧକାରରେ କରୁଥିବା ପାପ କାମ ଆମ୍ଭେ ବନ୍ଦ କରିବା ଉଚିତ୍। ଆମ୍ଭେ ପ୍ରକାଶରେ ହେଉଥିବା ଭଲ କାମ କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍। 13ଆମ୍ଭେ ଉତ୍ତମ ଲୋକଙ୍କ ଭଳି, ଦିବସର ଲୋକଙ୍କ ଭଳି ଠିକ୍ ଭାବରେ ରହିବା ଉଚିତ୍। ଆମ୍ଭେ ଖର୍ଚ୍ଚାନ୍ତ ରଙ୍ଗରସରେ ମାତିବା ଠିକ୍ ନୁହେଁ। ମାତାଲ ହେବା ଉଚିତ୍ ନୁହେଁ। ଯୌନଗତ ପାପକର୍ମ ଓ ଅନ୍ୟ ସମସ୍ତ ଭୋଗ ବିଳାସରେ ଲିପ୍ତ ହେବା ଠିକ୍ ନୁହେଁ। ଯୁକ୍ତିତର୍କ କରିବା ଓ ଈର୍ଷାଳୁ ହେବା ଉଚିତ୍ ନୁହେଁ। 14ନିଜର ପାପପୂର୍ଣ୍ଣ ସ୍ୱାର୍ଥପର ଇଚ୍ଛାକୁ ତୃପ୍ତି କରିବାରେ ଲାଗି ନ ରହି ଆମ୍ଭେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପରିଧାନ କରିବା ଉଚିତ୍।

Currently Selected:

ରୋମୀୟ 13: OERV

Highlight

Share

Compare

Copy

None

Want to have your highlights saved across all your devices? Sign up or sign in