ଓବଦିଅ 1
1
ଇଦୋମ ଦଣ୍ତିତ ହେବେ
1ଏହା ଓବଦିୟଙ୍କର ଦର୍ଶନ ଅଟେ। ମୋର ପ୍ରଭୁ ସଦାପ୍ରଭୁ ଇଦୋମଙ୍କ ବିଷୟରେ ଯାହା କହନ୍ତି।
ମୁଁ ସଦାପ୍ରଭୁ ପରମେଶ୍ୱରଙ୍କଠାରୁ ଏକ ବିବରଣୀ ଶୁଣିଛ।
ଜଣେ ବାର୍ତ୍ତାବହ ସେହି ରାଜ୍ୟକୁ ପ୍ରେରିତ ହେଲେ।
ସେ କହିଲେ, “ଆସ, ଇଦୋମଙ୍କ ବିରୁଦ୍ଧରେ ସଂଗ୍ରାମ କରିବା।”
ସଦାପ୍ରଭୁ ଇଦୋମଙ୍କୁ କହନ୍ତି
2“ଇଦୋମ, ଆମ୍ଭେ ତୁମ୍ଭକୁ ଏକ କ୍ଷୁଦ୍ରତମ ରାଜ୍ୟ କରିବା।
ପ୍ରତ୍ୟେକ ତୁମ୍ଭକୁ ଅତ୍ୟଧିକ ଘୃଣା କରିବେ।
3ତୁମ୍ଭର ଗର୍ବ ତୁମ୍ଭକୁ ପ୍ରତାରଣା କରିଛି।
ତୁମ୍ଭେ ପର୍ବତର ସେହି ଗୁମ୍ଫା ଗୁଡ଼ିକରେ ବାସ କର।
ତୁମ୍ଭେ ସେହି ଉଚ୍ଚ ସ୍ଥାନରେ ରୁହ।
ତେଣୁ ତୁମ୍ଭେ ନିଜକୁ କହିଥାଅ,
‘ମୋତେ କେହି ଭୂମି ଉପରକୁ ଆଣି ପାରିବେ ନାହିଁ।’”
ଇଦୋମ ନିମ୍ନକୁ ଆନୀତ ହେବେ
4ସଦାପ୍ରଭୁ ଏହା କୁହନ୍ତି,
“ଏପରିକି ତୁମ୍ଭେ ଯଦିଓ ଚିଲ ପକ୍ଷୀ ପରି ଉଚ୍ଚରେ ଉଡ଼
ଏବଂ ତାରକା ଗହଳରେ ବସା ରଖ,
ତଥାପି ଆମ୍ଭେ ତୁମ୍ଭକୁ ସେଠାରୁ ନିମ୍ନକୁ ନେଇ ଆସିବା।
5ତୁମ୍ଭେ ପ୍ରକୃତରେ ଧ୍ୱଂସ ହେବ।
ଗ୍ଭେରମାନେ ତୁମ୍ଭ ନିକଟକୁ ଆସିବେ,
ଡକାୟତମାନେ ରାତ୍ରିରେ ଆସିବେ
ଏବଂ ସେହି ଗ୍ଭେରମାନେ ଯାହାସବୁ ଇଚ୍ଛା କରିବେ ତାହା ସବୁ ନେଇଯିବେ।
ଯେତେବେଳେ ଶ୍ରମିକମାନେ ତୁମ୍ଭ କ୍ଷେତରେ ଦ୍ରାକ୍ଷାଫଳ ସଂଗ୍ରହ କରନ୍ତି,
ସେମାନେ ଅଳ୍ପ କିଛି ଅଙ୍ଗୁର ପଛରେ ଛାଡ଼ିଥା’ନ୍ତି।
6କିନ୍ତୁ ଶତ୍ରୁ ଏଷୌଙ୍କର ଗୁପ୍ତଭଣ୍ତାରକୁ ତନ୍ନ ତନ୍ନ କରି ଅନ୍ନେଷଣ କରିବେ
ଏବଂ ସେହି ସମସ୍ତ ସେମାନେ ପାଇଯିବେ।
7ସେହି ସମସ୍ତେ, ଯେଉଁମାନେ କି ତୁମ୍ଭର ପ୍ରକୃତ ବନ୍ଧୁ,
ତୁମ୍ଭକୁ ବଳପୂର୍ବକ ତୁମ୍ଭର ଭୂମିରୁ ତଡ଼ି ଦେବେ।
ତୁମ୍ଭର ବନ୍ଧୁ ତୁମ୍ଭକୁ ପ୍ରଲୋଭନ ଦେଖାଇବେ
ଏବଂ ତୁମ୍ଭକୁ ଭୁଲ୍ କାର୍ଯ୍ୟ କରିବାକୁ ବାଧ୍ୟ କରିବେ।
ତୁମ୍ଭର ବନ୍ଧୁ ଯେଉଁମାନଙ୍କ ସହିତ ମିଶି ସଂଗ୍ରାମ କରିଛ ଓ ଯେଉଁମାନଙ୍କ ସହିତ ମିଶି ଖାଅ,
ସେମାନେ ତୁମ୍ଭ ପାଦତଳେ ଏକ ଫାଶ ବସାଇବା ପାଇଁ ଯୋଜନା କରନ୍ତି।
ସେମାନେ କୁହା କୁହି ହୁଅନ୍ତି, ‘ସେ କୌଣସି ବସ୍ତୁକୁ ସନ୍ଦେହ କରନ୍ତି ନାହିଁ।’”
8ସଦାପ୍ରଭୁ କୁହନ୍ତି, “ସେହି ଦିନ
ଆମ୍ଭେ ଇଦୋମରୁ ଜ୍ଞାନୀ ଲୋକମାନଙ୍କୁ ଧ୍ୱଂସ କରିବା।
ଆମ୍ଭେ ଏଷୌ ପର୍ବତରେ ବୁଦ୍ଧିମାନ ଲୋକମାନଙ୍କୁ ଧ୍ୱଂସ କରିବା।
9ତୈମନ, ତୁମ୍ଭର ଶକ୍ତିଶାଳୀ ଲୋକମାନେ ଭୟଭୀତ ହେବେ।
ଏଷୌ ପର୍ବତର ସମସ୍ତ ଲୋକ ଧ୍ୱଂସ ପାଇବେ।
ଅନେକ ଲୋକ ନିହତ ହେବେ।
10ତୁମ୍ଭେ ଲଜ୍ଜିତ ହେବ ଓ ଚିରଦିନ ପାଇଁ ଧ୍ୱଂସ ହେବ।
କାରଣ, ତୁମ୍ଭେ ତୁମ୍ଭର ଭାଇ ଯାକୁବ ପ୍ରତି ଅତି ନିଷ୍ଠୁର ଥିଲ।
11ତୁମ୍ଭେ ଇସ୍ରାଏଲର ଶତ୍ରୁମାନଙ୍କ ସହିତ ମିଶିଲ।
ଅଜଣା ଲୋକ ଇସ୍ରାଏଲ ଧନ ସମ୍ପତ୍ତି ଅଧିକାର କଲେ।
ବିଦେଶୀମାନେ ଯିରୁଶାଲମ ନଗରଦ୍ୱାର ଦେଇ ପ୍ରବେଶ କଲେ।
ସେହି ବିଦେଶୀମାନେ ଯିରୁଶାଲମର କେଉଁ ଅଂଶ ପାଇବେ ବୋଲି ବହୁ ପଥର ଫିଙ୍ଗିଲେ ତୁମ୍ଭେ ସେମାନଙ୍କ ମଧ୍ୟରୁ ଜଣେ ହେଲ।
12ତୁମ୍ଭେ ତୁମ୍ଭର ଭାଇର ଦୁଃଖରେ ହସିଥିଲ।
ତୁମ୍ଭେ ତାହା କରିବା ଉଚିତ୍ ନ ଥିଲା।
ଯେତେବେଳେ ଯିହୁଦା ଧ୍ୱଂସ ହେଲା, ତୁମ୍ଭେ ଖୁସୀ ହେଲ।
ତାହା ମଧ୍ୟ ତୁମ୍ଭର କରିବା ଉଚିତ୍ ନ ଥିଲା।
ତୁମ୍ଭେ ସେମାନଙ୍କ ଦୁଃଖରେ ଯେଉଁ ବଡ଼ିମା ଦେଖାଇଲ
ତାହା ତୁମ୍ଭର କରିବା ଉଚିତ୍ ନ ଥିଲା।
13ତୁମ୍ଭେ ଆମ୍ଭ ଲୋକମାନଙ୍କର ନଗରଦ୍ୱାର ଦେଇ ପ୍ରବେଶ କଲ
ଏବଂ ଆମ୍ଭ ଲୋକମାନଙ୍କର ସମସ୍ୟାରେ ଉପହାସ କଲ,
ଯାହାକି କରିବା ତୁମ୍ଭର ଅନୁଚିତ ଥିଲା।
ସେମାନଙ୍କର ଦୁଃଖ ସମୟରେ ତୁମ୍ଭେ ସେମାନଙ୍କର ଧନସମ୍ପଦ ନେଲ,
ଯାହାକି କରିବା ତୁମ୍ଭର ଅନୁଚିତ ଥିଲା।
14ତୁମ୍ଭେ ରାସ୍ତାର ଛକମାନଙ୍କରେ ଦଣ୍ଡାୟମାନ ହୋଇଥିଲ
ଏବଂ ନିର୍ବାସିତମାନଙ୍କୁ ଧ୍ୱଂସ କରୁଥିଲ।
ଜୀବନ ରକ୍ଷା ପାଇଁ ପଳାୟନ କରୁଥିବା ନିର୍ବାସିତମାନଙ୍କୁ ତୁମ୍ଭେ ସେମାନଙ୍କର ଅନୁଧାବନକାରୀମାନଙ୍କୁ ହସ୍ତଗତ କରିଦେଲ।
ଯାହାକି ତୁମ୍ଭ ପକ୍ଷେ ଠିକ୍ ନ ଥିଲା।
15ସବୁଦେଶ ପ୍ରତି
ସଦାପ୍ରଭୁଙ୍କ ଦିନ ଆସି ଯାଉଛି।
ତୁମ୍ଭେମାନେ ଯେଉଁସବୁ ମନ୍ଦକାର୍ଯ୍ୟ କରିଥିଲ,
ତାହା ତୁମ୍ଭମାନଙ୍କ ପକ୍ଷରେ ଘଟିବ।
ସେହି ଏକା ପ୍ରକାର ମନ୍ଦ ଜିନିଷ
ତୁମ୍ଭମାନଙ୍କ ମୁଣ୍ତ ଉପରକୁ ଫେରି ଆସିବ।
16କାହିଁକି ତାହା ଘଟିବ? କାରଣ ତୁମ୍ଭେ ଆମ୍ଭ ପବିତ୍ର ପର୍ବତ ଉପରେ ରକ୍ତ ପାନ କରିଥିଲ।
ତେଣୁ ସମସ୍ତ ଦେଶ ତୁମ୍ଭର ରକ୍ତ ପାନ କରିବ।
ତୁମ୍ଭର ସମାପ୍ତି ଘଟିବ
ଯେପରି ତୁମ୍ଭର କୌଣସି ସତ୍ତା ରହିବ ନାହିଁ।
17କିନ୍ତୁ ଆମ୍ଭର ଲୋକମାନଙ୍କ ମଧ୍ୟରୁ ବଞ୍ଚିଥିବା ଲୋକମାନଙ୍କୁ ଏକତ୍ରିତ କରିବା
ଏବଂ ସିୟୋନ ପର୍ବତକୁ ଫେରାଇ ଆଣିବା।
ସେମାନେ ସିୟୋନ ପର୍ବତରେ ଚିରଦିନ ବାସ କରିବେ।
ଯାକୁବ ତାଙ୍କର ରାଜ୍ୟ ଫେରି ପାଇବେ।
18ଯାକୁବଙ୍କ ପରିବାର ଅଗ୍ନି ସଦୃଶ ହେବ
ଓ ଯୋଷେଫଙ୍କ ରାଜ୍ୟ ଅଗ୍ନିଶିଖା ସଦୃଶ ହେବ।
କିନ୍ତୁ ଏଷୌଙ୍କ ରାଜ୍ୟ ପାଉଁଶ ହୋଇଯିବ,
ଯିହୁଦାର ଲୋକେ ଇଦୋମଙ୍କୁ ଜାଳି ଦେବେ।
ଯିହୁଦା ଲୋକେ ଇଦୋମଙ୍କୁ ଧ୍ୱଂସ କରି ଦେବେ।
ତା'ପରେ ଏଷୌ ରାଜ୍ୟରେ କେହି ତିଷ୍ଠି ରହିବେ ନାହିଁ।”
କାରଣ ସଦାପ୍ରଭୁ ପରମେଶ୍ୱର ଏହା କହିଛନ୍ତି।
19ଦକ୍ଷିଣର ଲୋକେ
ଏଷୌର ପର୍ବତ ଉପରେ ବଞ୍ଚି ରହିବେ।
ପାହାଡ଼ର ପାଦ ଦେଶରେ ଥିବା ଲୋକେ
ପଲେଷ୍ଟୀୟ ରାଜ୍ୟ ଦଖଲ କରିବେ।
ସେହି ଲୋକମାନେ ଇଫ୍ରୟିମ ଓ ଶମରିୟାର ରାଜ୍ୟରେ ବାସ କରିବେ।
ବିନ୍ୟାମୀନ ଗିଲିୟଦ ଅଧିକାର କରିବେ।
20ଇସ୍ରାଏଲର ଲୋକମାନେ ସେମାନଙ୍କର ଗୃହ ପରିତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ।
କିନ୍ତୁ ସେହି ଲୋକମାନେ ସାରିଫତ୍ର ବାଟରେ ଥିବା କନାନୀୟ ରାଜ୍ୟକୁ ଅଧିକାର କରିବେ।
ଯିହୁଦାର ଲୋକମାନେ ଯିରୁଶାଲମ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ଏବଂ ସଫାରଦରେ ବାସ କଲେ।
କିନ୍ତୁ ସେମାନେ ଦକ୍ଷିଣର ନଗରଗୁଡ଼ିକୁ ଅଧିକାର କରିବେ।
21ବିଜେତାକାରୀମାନେ ସିୟୋନ ପର୍ବତ ଉପରକୁ ଯିବେ
ଏବଂ ଏଷୌ ପର୍ବତ ବାସ କରୁଥିବା ଲୋକମାନଙ୍କୁ ଶାସନ କରିବେ
ଏବଂ ରାଜ୍ୟ ସଦାପ୍ରଭୁଙ୍କର ଅଧିକୃତ ହେବ।
Currently Selected:
ଓବଦିଅ 1: OERV
Highlight
Copy
Compare
Share
Want to have your highlights saved across all your devices? Sign up or sign in
Odia Holy Bible: Easy-to-Read Version (OERV)
@ 2004 Bible League International