ମାଥିଉ 24
24
ମନ୍ଦିର ଧ୍ୱଂସ ବିଷୟରେ ଭବିଷ୍ୟଦ୍ବାଣୀ
(ମାର୍କ 13:1-31; ଲୂକ 21:5-33)
1ଯୀଶୁ ମନ୍ଦିର ଛାଡ଼ି ବାହାରି ଆସିଲେ ଓ ଗ୍ଭଲି ଯାଉଥିଲେ। ସେହି ସମୟରେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ମନ୍ଦିରର ଭବନଗୁଡ଼ିକୁ ଦେଖାଇବା ପାଇଁ ତାହାଙ୍କ ପାଖକୁ ଆସିଲେ। 2ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ଏହି ଭବନଗୁଡ଼ିକୁ ତୁମ୍ଭେମାନେ ଦେଖି ପାରୁଛ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ସବୁତକ ଭବନ ଧ୍ୱଂସ ହୋଇଯିବ। ଏଥିର ଗୋଟିଏ ହେଲେ ପଥର ଅନ୍ୟଟି ଉପରେ ରହିପାରିବ ନାହିଁ। ସବୁତକ ପଥର ଅନ୍ୟଟି ଉପରେ ରହି ପାରିବ ନାହିଁ। ସବୁତକ ପଥର ଭୁଇଁ ଉପରେ କୁଢ଼େଇ ହୋଇ ପଡ଼ିବ।”
3ପରେ ଯେତେବେଳେ ଯୀଶୁ ଜୀତପର୍ବତ ଉପରେ ବସି ଥିଲେ, ତାହାଙ୍କର ଶିଷ୍ୟମାନେ ସେ ଏକାନ୍ତରେ ଥିବା ସମୟରେ ତାହାଙ୍କ ପାଖକୁ ଆସିଲେ। ସେମାନେ ପଗ୍ଭରିଲେ, “ଆମ୍ଭକୁ କୁହନ୍ତୁ, ଏସବୁ ଘଟଣା କେବେ ଘଟିବ? କେଉଁ ସଙ୍କେତ ଦେଖାଇବ ଯେ ଆପଣଙ୍କ ପୁନର୍ବାର ଆସିବା ଓ ଜଗତର ଅନ୍ତ ହେବା ସମୟ ହେଲାଣି?”
4ଯୀଶୁ ଉତ୍ତର ଦେଲେ, “ସାବଧାନ ହୁଅ! ତୁମ୍ଭମାନଙ୍କୁ ଯେପରି କେହି ପଥଭ୍ରଷ୍ଟ ନ କରେ। 5ମୁଁ ତୁମ୍ଭମାନଙ୍କୁ ଏ କଥା ଏଥିପାଇଁ କହୁଛି ଯେ, ଅନେକ ଲୋକ ମୋ’ ନାମରେ ଆସିବେ ଓ କହିବେ ‘ମୁଁ ନିଜେ ଖ୍ରୀଷ୍ଟ,’ ଓ ସେମାନେ ଅନେକ ଲୋକଙ୍କୁ ପଥଭ୍ରଷ୍ଟ କରିବେ। 6ତୁମ୍ଭେମାନେ ଯୁଦ୍ଧ ବିଷୟରେ ଓ ଯୁଦ୍ଧର ଗୁଜବ ବିଷୟରେ ଶୁଣିବ। କିନ୍ତୁ ଦେଖ! ଭୟ କରିବ ନାହିଁ। ଅନ୍ତକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ। 7ଗୋଟିଏ ଜାତି ଅନ୍ୟ ଜାତିର ବିରୁଦ୍ଧରେ ଓ ଗୋଟିଏ ରାଜ୍ୟ ଅନ୍ୟ ଗୋଟିଏ ରାଜ୍ୟ ବିରୁଦ୍ଧରେ ଠିଆ ହେବ। ବିଭିନ୍ନ ସ୍ଥାନରେ ଦୁର୍ଭିକ୍ଷ ପଡ଼ିବ ଓ ଭୂମିକମ୍ପ ହେବ। 8କିନ୍ତୁ ଏ ଘଟଣାଗୁଡ଼ିକ କେବଳ ପ୍ରଥମ ପ୍ରସବବେଦନା ଭଳି ହେବ।
9“ସେତେବେଳେ ଲୋକେ ତୁମ୍ଭମାନଙ୍କ ପ୍ରତି ଖରାପ ବ୍ୟବହାର କରିବେ। ସେମାନେ ତୁମ୍ଭମାନଙ୍କୁ ଦଣ୍ଡ ଦେବା ପାଇଁ ଧରାଇ ଦେବେ। ସେମାନେ ତୁମ୍ଭମାନଙ୍କୁ ମାରିଦେବେ। ତୁମ୍ଭେମାନେ ମୋର ଶିଷ୍ୟ ହୋଇଥିବା ଯୋଗୁଁ ସମସ୍ତ ଦେଶର ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ। 10ସେତେବେଳେ ଅନେକ ବିଶ୍ୱାସୀ ଲୋକ ବିଶ୍ୱାସ ହରେଇ ବସିବେ। ସେମାନେ ପରସ୍ପରର ବିରୋଧୀ ହେବେ ଓ ପରସ୍ପରକୁ ଘୃଣା କରିବେ। 11ଅନେକ ଭଣ୍ଡ ଭବିଷ୍ୟଦ୍ବକ୍ତା ବାହାରିବେ। ସେମାନେ ଅନେକ ଲୋକଙ୍କୁ ଠକିବେ, ଓ ସେମାନଙ୍କ କଥାରେ ପଡ଼ି ଅନେକ ଲୋକ ଭୁଲ୍ କଥାରେ ବିଶ୍ୱାସ କରିବେ। 12ସଂସାରରେ ମନ୍ଦ ବଢ଼ି ବଢ଼ି ଗ୍ଭଲିବ। ଅଧିକାଂଶ ବିଶ୍ୱାସୀ ଲୋକଙ୍କର ପରମେଶ୍ୱରଙ୍କ ପ୍ରେମ ଲୋପ ପାଇଯିବ। 13କିନ୍ତୁ ଯେଉଁ ଲୋକ ଶେଷ ପର୍ଯ୍ୟନ୍ତ ଦୃଢ଼ ଭାବରେ ତିଷ୍ଠି ରହିବ ସେ ଉଦ୍ଧାର ପାଇବ। 14ଈଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ସାରା ଜଗତରେ ପ୍ରଗ୍ଭରିତ ହେବ। ସମସ୍ତ ଦେଶର ଲୋକମାନେ ଏହା ଶୁଣିବେ। ତା'ପରେ ଅନ୍ତକାଳ ଆସିବ।
15“ଭବିଷ୍ୟଦ୍ବକ୍ତା ଦାନିୟେଲ ‘ଧ୍ୱଂସ ସାଧକ ଭୟଙ୍କର ବସ୍ତୁ’#24:15 ଧ୍ୱଂସ ସାଧକ ଭୟଙ୍କର ବସ୍ତ ଦାନିୟେଲ 9:27; 11:31; 12:11 ବିଷୟରେ କହିଲେ। ଏହି ଭୟଙ୍କର ବସ୍ତୁଟି ପବିତ୍ର ସ୍ଥାନରେ ଠିଆ ହୋଇଥିବାର ଦେଖାଯିବ।’’ (ଏହାକୁ ପଢ଼ୁଥିବା ଲୋକେ ଏହାର ଅର୍ଥ ବୁଝି ପାରିବା ଉଚିତ୍।) 16“ସେତେବେଳେ ଯିହୂଦାର ଲୋକମାନେ ପର୍ବତ ଆଡ଼କୁ ପଳେଇଯିବା ଉଚିତ୍। 17ସେତେବେଳେ କୌଣସି ଜିନିଷ ପାଇଁ ତିଳେ ହେଲେ ସମୟ ନଷ୍ଟ କରିବା ଉଚିତ୍ ନୁହେଁ। ସେତେବେଳେ ଘରର ଛାତ ଉପରେ ଥିବା ଲୋକ ଘରୁ କୌଣସି ଜିନିଷ ପାଇବା ପାଇଁ ତଳକୁ ଓହ୍ଲେଇ ନ ଆସୁ। 18ଜମିରେ ଥିବା ବ୍ୟକ୍ତି ନିଜର ଗ୍ଭଦର ଆଣିବାକୁ ଫେରି ନ ଯାଉ।
19“ଯେଉଁ ମହିଳାମାନେ ଗର୍ଭବତୀ ଥିବେ, କି ଯାହା କୋଳରେ ଶିଶୁଟିଏ ଥିବ ସେମାନେ ଏହି ସମୟରେ ବହୁତ କଷ୍ଟ ଭୋଗିବେ। 20କିନ୍ତୁ ପ୍ରାର୍ଥନା କର ଯେ ଶୀତଦିନ କି ବିଶ୍ରାମ ଦିବସ#24:20 ବିଶ୍ରାମ ଦିବସ ଯିହୂଦୀୟ ସପ୍ତାହର ସପ୍ତମ ଦିବସ। ସେମାନଙ୍କ ପାଇଁ ଏହି ଦିବସଟି ଗୋଟିଏ ସ୍ୱତନ୍ତ୍ର ଦିବସ।ରେ ଏଗୁଡ଼ିକ ନ ଘଟୁ ଯେପରି ତୁମ୍ଭକୁ ପଳାଇବାକୁ ନ ପଡ଼େ। 21କାରଣ ସେତେବେଳେ ଏତେ ଅଧିକ ବିପଦ ଆସିବ ଯେ ସେଭଳି ବିପଦ ସୃଷ୍ଟିର ଆରମ୍ଭ କାଳରୁ ଏ ପର୍ଯ୍ୟନ୍ତ ଆସି ନାହିଁ କି ଭବିଷ୍ୟତରେ ଆସିବ ନାହିଁ।
22“ପରମେଶ୍ୱର ଏହି ବିପଦପୂର୍ଣ୍ଣ ସମୟକୁ କମେଇ ଦେବାକୁ ସ୍ଥିର କରିଛନ୍ତି, ନ ହେଲେ କେହି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ୱର ଯେଉଁମାନଙ୍କୁ ବାଛିଛନ୍ତି, କେବଳ ସେହିମାନଙ୍କ ପାଇଁ ସେହି ସମୟକୁ କମେଇ ଦେଇଛନ୍ତି।
23“ସେହି ସମୟରେ କେତେକ ଲୋକ ତୁମ୍ଭକୁ କହିପାରନ୍ତି ‘ଦେଖ, ଖ୍ରୀଷ୍ଟ ଏଠାରେ ଅଛନ୍ତି’ କି ‘ଖ୍ରୀଷ୍ଟ ସେଠାରେ ଅଛନ୍ତି।’ କିନ୍ତୁ ସେମାନଙ୍କୁ ବିଶ୍ୱାସ କରିବ ନାହିଁ। 24ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭବିଷ୍ୟଦ୍ବକ୍ତାମାନେ ବାହାରିବେ। ସେମାନେ ବହୁତ ବଡ଼ ବଡ଼ ଆଶ୍ଚର୍ଯ୍ୟଜନକ କାମ କରିବେ ଓ ଚମତ୍କାର ପ୍ରଦର୍ଶନ କରିବେ, ଯଦି ସମ୍ଭବ ହୁଏ, ତେବେ ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଲୋକମାନଙ୍କୁ ମଧ୍ୟ ସେମାନେ ବୋକା ବନେଇ ଦେବାକୁ ଚେଷ୍ଟା କରିବେ। 25ଏ ଗୁଡ଼ିକ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଚେତାବନୀ ଦେଉଛି।
26“କିଛି ଲୋକେ ତୁମ୍ଭକୁ କହି ପାରନ୍ତି: ‘ଦେଖ, ଖ୍ରୀଷ୍ଟ ଜନବିହୀନ ମରୁଭୂମି ଅଞ୍ଚଳରେ ଅଛନ୍ତି!’ କିନ୍ତୁ ତୁମ୍ଭେ ଖ୍ରୀଷ୍ଟଙ୍କୁ ଖୋଜିବା ପାଇଁ ଜନବିହୀନ ମରୁଭୂମି ଅଞ୍ଚଳକୁ ଯିବ ନାହିଁ। ବା ସେମାନେ ତୁମ୍ଭକୁ କହି ପାରନ୍ତି: ‘ଖ୍ରୀଷ୍ଟ ସେହି କୋଠରୀରେ ଅଛନ୍ତି।’ କିନ୍ତୁ ତୁମ୍ଭେ ସେମାନଙ୍କୁ ବିଶ୍ୱାସ କରିବ ନାହିଁ। 27ଆକାଶରେ ବିଜୁଳି ମାରିଲେ ପୂର୍ବରୁ ଆରମ୍ଭ ହୋଇ ପଶ୍ଚିମ ଆକାଶ ପର୍ଯ୍ୟନ୍ତ ବ୍ୟାପି ଯାଏ ଓ ଯେପରି ସମସ୍ତେ ତାହା ଦେଖି ପାରନ୍ତି ଠିକ୍ ସେହିଭଳି ମନୁଷ୍ୟପୁତ୍ରଙ୍କ ଆସିବା ସମୟରେ ସମସ୍ତେ ଦେଖି ପାରିବେ। 28ଯେଉଁ ସ୍ଥାନରେ ତୁମ୍ଭେ ଶାଗୁଣାମାନଙ୍କୁ ଏକାଠି ହୋଇଥିବାର ଦେଖ, ତୁମ୍ଭେ ସହଜରେ ଜାଣିପାର ଯେ ସେହି ସ୍ଥାନରେ ଗୋଟିଏ ମଲା ଜୀବ ପଡ଼ିଛି। ଠିକ୍ ସେହିଭଳି ମୋର ଆସିବା ଦିନ ଏହି ପ୍ରକାର ହେବ।
29“ସେହି ଦିନଗୁଡ଼ିକର ବିପଦ ପଡ଼ିବା ପରେ ପରେ ଏହି ଘଟଣାମାନ ଘଟିବ:
‘ସୂର୍ଯ୍ୟ ଅନ୍ଧକାରମୟ ହେବ,
ଚନ୍ଦ୍ର ଆଲୋକ ଦେବ ନାହିଁ।
ତାରାମାନେ ଆକାଶରୁ ଖସି ପଡ଼ିବେ,
ଆକାଶର ସମସ୍ତ ଶକ୍ତିଗୁଡ଼ିକ ପରିବର୍ତ୍ତିତ ହୋଇଯିବେ।’#ଯିଶାଇୟ 13:10; 34:4
30“ସେତିକିବେଳେ ମନୁଷ୍ୟପୁତ୍ରଙ୍କ ଆସିବା ସଙ୍କେତ ଆକାଶରେ ଦେଖାଦେବ। ଜଗତର ସମସ୍ତ ଲୋକ ବିଳାପ କରିବେ। ଲୋକେ ତାହାଙ୍କୁ ଆକାଶରେ ମେଘମାଳା ଉପରେ ଆସୁଥିବାର ଦେଖିବେ। ମନୁଷ୍ୟପୁତ୍ର ଶକ୍ତି ଓ ମହାନ୍ ମହିମା ସହିତ ଆସିବେ। 31ନିଜର ସ୍ୱର୍ଗଦୂତମାନଙ୍କୁ ପୃଥିବୀରେ ସର୍ବତ୍ର ପଠାଇବା ପାଇଁ ମନୁଷ୍ୟପୁତ୍ର ମହା ତୂରୀ ଧ୍ୱନି ସହିତ ଆସିବେ। ସେହି ସ୍ୱର୍ଗଦୂତମାନେ ମର୍ତ୍ତ୍ୟର ଗୋଟିଏ ଭାଗରୁ ଆଉ ଗୋଟିଏ ଭାଗ ପର୍ଯ୍ୟନ୍ତ ବୁଲି, ଗ୍ଭରିଆଡ଼ୁ ତାହାଙ୍କର ମନୋନୀତ ଲୋକଙ୍କୁ ଏକାଠି କରିବେ।
32“ଡିମିରିଗଛରୁ ଗୋଟିଏ ଶିକ୍ଷା ଲାଭ କର। ଯେତେବେଳେ ଡିମିରିଗଛର ଡାଳଗୁଡ଼ିକ ଶାଗୁଆ ଓ ନରମ ହୁଏ, ସେତେବେଳେ ତୁମ୍ଭେ ଜାଣ ଯେ, ଖରାଦିନ ଶୀଘ୍ର ଆସିଯିବ। 33ଠିକ୍ ସେହିଭଳି ମୁଁ କହିଥିବା କଥାଗୁଡ଼ିକ ଯେତେବେଳେ ଘଟିବାର ତୁମ୍ଭେ ଦେଖିବ, ତୁମ୍ଭେ ଜାଣିବ ଯେ ଖ୍ରୀଷ୍ଟଙ୍କ ଆସିବା ସମୟ ନିକଟ ହେଲାଣି। 34ମୁଁ ତୁମ୍ଭକୁ ସତ୍ୟ କହୁଛି। ବର୍ତ୍ତମାନର ଲୋକେ ବଞ୍ଚିଥିବା ସମୟରେ ହିଁ ଏସବୁ ଘଟଣା ଘଟିବ। 35ପୃଥିବୀ ଓ ଆକାଶ ନଷ୍ଟ ହୋଇଯିବ, କିନ୍ତୁ ମୋର ବାକ୍ୟ କେବେ ଅନ୍ୟଥା ହେବ ନାହିଁ।
କେବଳ ପରମେଶ୍ୱର ଉଚିତ୍ ସମୟ ଜାଣନ୍ତି
(ମାର୍କ 13:32-37; ଲୂକ 17:26-30,34-36)
36“ସେହି ଦିନ ବା ସେହି ସମୟ କେବେ ଆସିବ, କେହି ଜାଣନ୍ତି ନାହିଁ। ଏପରିକି ସ୍ୱର୍ଗର ଦୂତମାନେ ଜାଣନ୍ତି ନାହିଁ। ଏପରିକି ପୁତ୍ର ଜାଣନ୍ତି ନାହିଁ, କେବଳ ପରମପିତା ଏହା ଜାଣନ୍ତି।
37“ନୋହଙ୍କ ସମୟରେ ଯେଭଳି ଘଟିଥିଲା, ମନୁଷ୍ୟପୁତ୍ରଙ୍କ ଆସିବା ସମୟରେ ସେହିପରି ଘଟିବ। 38ସେତେବେଳେ ବନ୍ୟା ଆସିବା ପୂର୍ବରୁ ଲୋକମାନେ ଭୋଜନପାନ କରୁଥିଲେ, ଲୋକେ ବିବାହ କରୁଥିଲେ ଏବଂ ପିଲାମାନଙ୍କୁ ବିବାହ ଦେଉଥିଲେ। ନୋହଙ୍କର ଜାହାଜରେ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଏସବୁ କରୁଥିଲେ। 39ଯାହାସବୁ ସେତେବେଳେ ଘଟି ଯାଉଥିଲା, ଲୋକେ ତାହା ଜାଣିପାରୁ ନ ଥିଲେ। ସେତିକିବେଳେ ବନ୍ୟା ମାଡ଼ିଆସିଲା। ସବୁ ଲୋକ ନଷ୍ଟ ହୋଇଗଲେ।
“ମନୁଷ୍ୟପୁତ୍ର ଆସିବା ସମୟରେ ଠିକ୍ ସେହିପରି ହେବ। 40ଦୁଇଜଣ ଲୋକ ଏକାଠି କାମ କରୁଥିବେ, ସେମାନଙ୍କ ମଧ୍ୟରୁ ଜଣକୁ ସେଠାରେ ଛାଡ଼ି ଆର ଜଣକୁ ନିଆଯିବ। 41ଦୁଇଜଣ ସ୍ତ୍ରୀଲୋକ ମିଶି ଚକିରେ ଶସ୍ୟ ପେଷୁଥିବେ, ସେମାନଙ୍କ ମଧ୍ୟରୁ ଜଣକୁ ସେଠାରେ ପରିତ୍ୟାଗ କରି ଆରଜଣକୁ ନିଆଯିବ।
42“ତେଣୁ ସଦାବେଳେ ପ୍ରସ୍ତୁତ ରୁହ। ତୁମ୍ଭର ପ୍ରଭୁ କେଉଁଦିନ ଆସିବେ ତାହା ତୁମ୍ଭେ ଜାଣ ନାହିଁ। 43ମନେରଖ, ଯଦି ଘରମାଲିକ ଜାଣିଥା’ନ୍ତା ଯେ ଗ୍ଭେର କେତେବେଳେ ଆସିବ, ତେବେ ସେ ସତର୍କ ରହନ୍ତେ ଓ ଗ୍ଭେରକୁ ଘରେ ପଶିବାକୁ ଦିଅନ୍ତେ ନାହିଁ। 44ଠିକ୍ ସେହିଭଳି ତୁମ୍ଭେ ଜାଗ୍ରତ ରୁହ। କାରଣ ତୁମ୍ଭେ ଯେତେବେଳେ ଆଶା କରୁ ନ ଥିବ, ଠିକ୍ ସେତେକି ବେଳେ ମନୁଷ୍ୟପୁତ୍ର ଆସିଯିବେ।
ଉତ୍ତମ ଓ ମନ୍ଦ ସେବକ
(ଲୂକ 12:41-48)
45“କିଏ ବିଶ୍ୱାସ ଯୋଗ୍ୟ ଓ ବିଜ୍ଞ ଗ୍ଭକର? ଯିଏ ଅନ୍ୟ ଗ୍ଭକରମାନଙ୍କୁ ଠିକ୍ ସମୟରେ ସେମାନଙ୍କର ଖାଦ୍ୟ ଦେବ, ମାଲିକ ସେହିଭଳି ଗ୍ଭକରକୁ ବିଶ୍ୱାସ କରିଥା’ନ୍ତି। କିଏ ସେ ଗ୍ଭକର, ସେହି କାମ କରିବା ପାଇଁ, ସେ କେଉଁ ଗ୍ଭକରକୁ ବିଶ୍ୱାସ କରିବେ? 46ଯେତେବେଳେ ମାଲିକ ଫେରି ଆସି ଦେଖିବେ ଯେ ସେ ଗ୍ଭକରଟିକୁ ଯେଉଁ କାମ ଦେଇଥିଲେ, ସେ ସେହି କାମ ଠିକ୍ ଭାବରେ କରୁଛି, ସେତେବେଳେ ସେ ଗ୍ଭକରଟି ଉପରେ ବହୁତ ଖୁସୀ ହେବ। 47ମୁଁ ତୁମ୍ଭକୁ ସତ୍ୟ କହୁଛି, ମାଲିକ ତାହାଙ୍କ ନିଜର ସମସ୍ତ ସମ୍ପତ୍ତିର ଦାୟିତ୍ୱ ଦେବା ପାଇଁ ସେହି ଗ୍ଭକରଟିକୁ ବାଛିବେ।
48“ଅନ୍ୟ ପକ୍ଷରେ ଗ୍ଭକରଟି ଯଦି ମନ୍ଦ ଲୋକ ହୋଇଥିବ, ଏବଂ ସେ ମନେ ମନେ ଭାବିବ ଯେ ମାଲିକ ଏତେ ଶୀଘ୍ର ଆସିବେ ନାହିଁ। 49ତେବେ ସେ ଅନ୍ୟ ଗ୍ଭକରମାନଙ୍କୁ ପିଟିବା ଆରମ୍ଭ କରିଦେବ। ସେ ଖାଇ ଓ ଅନ୍ୟ ଲୋକମାନଙ୍କ ସହିତ ମଦ୍ୟପାନ କରି ରହିବ। 50ଗ୍ଭକରଟି ଆଶା କରି ନ ଥିବା ଦିନ ଓ ତାକୁ ଜଣା ନ ଥିବା ସମୟରେ ସେ ମାଲିକ ଆସି ପହଞ୍ଚିବେ। 51ମାଲିକ ତାକୁ କଠିନ ଶାସ୍ତି ଦେବେ। ସେ ତାକୁ କପଟୀଲୋକଙ୍କ ସହିତ ଯେଉଁଠାରେ ଲୋକମାନେ କାନ୍ଦନ୍ତି ଓ ଯନ୍ତ୍ରଣାରେ ଦାନ୍ତ କଡ଼ମଡ଼ କରନ୍ତି ସେହି ସ୍ଥାନକୁ ପଠାଇଦେବେ।
Currently Selected:
ମାଥିଉ 24: OERV
Highlight
Share
Compare
Copy
Want to have your highlights saved across all your devices? Sign up or sign in
Odia Holy Bible: Easy-to-Read Version (OERV)
@ 2004 Bible League International