YouVersion Logo
Search Icon

ହୋଶେୟ 8

8
ପ୍ରତିମାପୂଜା ଧ୍ୱଂସାଭିମୁଖୀ
1“ତୂରୀ ବାଦନ କରି ଲୋକମାନଙ୍କୁ ସତର୍କ କରିଦିଅ। ସଦାପ୍ରଭୁଙ୍କ ଗୃହ ଉପରେ ବାଜପକ୍ଷୀ ପରି ଜଗି ରୁହ। ଇସ୍ରାଏଲ ଅଧିବାସୀଗଣ ଆମ୍ଭ ଚୁକ୍ତି ଭଙ୍ଗ କରିଛନ୍ତି। ସେମାନେ ଆମ୍ଭ ବ୍ୟବସ୍ଥା ବିଷୟକୁ ଅମାନ୍ୟ କରିଛନ୍ତି। 2ସେମାନେ ଆମ୍ଭକୁ ଚିତ୍କାର କରି କହନ୍ତି, ‘ହେ ପରମେଶ୍ୱର ଆମ୍ଭେ ଇସ୍ରାଏଲବାସୀ ତୁମ୍ଭକୁ ଜାଣୁ।’ 3କିନ୍ତୁ ଇସ୍ରାଏଲ ଭଲ ଜିନିଷ ଗ୍ରହଣ କରି ନ ଥିଲା। ତେଣୁ ଶତ୍ରୁମାନେ ତାକୁ ଆକ୍ରମଣ କରୁଛନ୍ତି। 4ଇସ୍ରାଏଲୀୟମାନେ ତାଙ୍କର ରାଜା ବାଛିଲେ କିନ୍ତୁ ସେମାନେ ଆମ୍ଭ ଉପଦେଶ ମାନି ନ ଥିଲେ। ଇସ୍ରାଏଲୀୟମାନେ ସେମାନଙ୍କର ନେତା ବାଛିଲେ କିନ୍ତୁ ସେମାନେ ଆମ୍ଭେ ଜାଣିଥିବା ଲୋକକୁ ବାଛି ନ ଥିଲେ। ସେମାନେ ସୁନା, ରୂପା ବ୍ୟବହାର କରି ସେମାନଙ୍କ ପାଇଁ ପ୍ରତିମା ଗଢ଼ିଲେ। ତେଣୁ ସେମାନେ ଧ୍ୱଂସ ହେବେ। 5-6ହେ ଶମରିୟା, ସଦାପ୍ରଭୁ ତୁମ୍ଭ ଦ୍ୱାରା ପୂଜିତ ହେଉଥିବା ବାଛୁରି ମୂର୍ତ୍ତିକୁ ପ୍ରତ୍ୟାଖ୍ୟାନ କଲେ। ପରମେଶ୍ୱର କହନ୍ତି, ‘ଆମ୍ଭେ ଇସ୍ରାଏଲୀୟମାନଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ।’ ସେମାନେ ସେମାନଙ୍କର ପାପ ପାଇଁ ଦଣ୍ତିତ ହେବେ। କେତେକ ଶ୍ରମିକ ସେହି ମୂର୍ତ୍ତି ନିର୍ମାଣ କରିଥିଲେ। ସେମାନେ କିନ୍ତୁ ଈଶ୍ୱର ନୁହନ୍ତି। ଶମରିୟାର ବାଛୁରି ମୂର୍ତ୍ତିଗୁଡ଼ିକ ଖଣ୍ତ ବିଖଣ୍ତ ହୋଇ ଭାଙ୍ଗିଯିବ। 7ଇସ୍ରାଏଲୀୟମାନେ ଗୋଟିଏ ନିର୍ବୋଧ କାମ କଲେ। ସେମାନେ ବାୟୁରେ ଗଛ ଲଗାଇବାକୁ ଚେଷ୍ଟା କରୁଥିଲେ। ସେମାନେ କେବଳ ଦୁଃଖହିଁ ପାଇବେ। ସେମାନେ ଘୂର୍ଣ୍ଣିବାତ୍ୟାକୁ ନିମନ୍ତ୍ରଣ କଲେ। ଜମିରେ ଉତ୍ପନ୍ନ ହେଉଥିବା ଶସ୍ୟ ଖାଦ୍ୟ ଯୋଗାଇବ ନାହିଁ। ଏପରି ଯଦି କିଛି ଉତ୍ପନ୍ନ ହେଲା ତେବେ ତାକୁ ଅଜଣା ଲୋକ ଭକ୍ଷ୍ୟଣ କରିବେ।
8“ଇସ୍ରାଏଲ ଧ୍ୱଂସ ହୋଇଯାଇଛି।
କେହି ବ୍ୟବହାର କରିବାକୁ ଗ୍ଭହୁଁ ନ ଥିବା ଅଦରକାରୀ ଯନ୍ତ୍ର ପରି
ଇସ୍ରାଏଲର ଲୋକମାନେ ଦେଶର ଗ୍ଭରିଆଡ଼େ ବିଛାଡ଼ି ହୋଇଗଲେ।
9ଗୋଟିଏ ବନ୍ୟ ଗଧ ନିଜ ସାଥୀ ଖୋଜିବାକୁ ଗଲାପରି, ଇଫ୍ରୟିମ ଅଶୂରକୁ ଯାଇଛନ୍ତି।
ସେମାନେ ନିଜ ପାଇଁ ‘ପ୍ରେମିକମାନଙ୍କୁ’ ଭଡ଼ାରେ ଆଣିଛନ୍ତି।
10ଯଦ୍ୟପି ଇସ୍ରାଏଲ ଅନ୍ୟ ରାଷ୍ଟ୍ରମାନଙ୍କରୁ ‘ପ୍ରେମିକମାନଙ୍କୁ’ ଭଡ଼ାରେ ଆଣିଲେ।
ଆମ୍ଭେ ତାକୁ ବିଗ୍ଭର ପାଇଁ ଏକତ୍ରିତ କରିବା।
ସେମାନେ ରାଜାମାନଙ୍କ ଓ ରାଜକୁମାରମାନଙ୍କଠାରୁ
ଖୁବ୍ ଶୀଘ୍ର ହଇରାଣ ଓ ଅତ୍ୟାଗ୍ଭରିତ ହେବେ।
ଇସ୍ରାଏଲ ପରମେଶ୍ୱରଙ୍କୁ ଭୁଲି ପ୍ରତିମାପୂଜା କରେ
11“ଇଫ୍ରୟିମ ପାପପୂର୍ଣ୍ଣ ମୂର୍ତ୍ତି ପୂଜା କରିବା ପାଇଁ
ଅଧିକରୁ ଅଧିକ ଯଜ୍ଞବେଦି ନିର୍ମାଣ କଲା।
ତା’ ପାଇଁ ଏଗୁଡ଼ିକ ପାପ କରିବାର ଯଜ୍ଞବେଦି ହୋଇଛି।
12ଏପରିକି ଆମ୍ଭେ ଇଫ୍ରୟିମ ପାଇଁ 10,000 ନିୟମ ଲେଖିଲେ ମଧ୍ୟ ସେ
ସେଗୁଡ଼ିକ ଅଜଣା ଦ୍ରବ୍ୟ ପରି ବିବେଚନା କରିବ।
13ଇସ୍ରାଏଲୀୟମାନେ ବଳିଦାନକୁ ଭଲ ପାଆନ୍ତି।
ସେ ମାଂସ ଅର୍ପଣ କରି ତାକୁ ଭକ୍ଷ୍ୟଣ କରନ୍ତି।
ସଦାପ୍ରଭୁ ସେମାନଙ୍କର ବଳିଦାନକୁ ଗ୍ରହଣ କରନ୍ତି ନାହିଁ।
ସେ ସେମାନଙ୍କର ପାପକୁ ମନେ ରଖନ୍ତି।
ଏଥିପାଇଁ ସେ ସେମାନଙ୍କୁ ଦଣ୍ତ ଦେବେ
ଏବଂ ସେମାନେ ବନ୍ଦୀ ଭାବରେ ମିଶରକୁ ପ୍ରେରିତ ହେବେ।
14ଇସ୍ରାଏଲ ରାଜାଙ୍କର ଅଟ୍ଟାଳିକା ନିର୍ମାଣ କଲେ
କିନ୍ତୁ ସୃଷ୍ଟିକର୍ତ୍ତାଙ୍କୁ ଭୁଲିଗଲେ।
ବର୍ତ୍ତମାନ ଯିହୁଦା ସୁଦୃଢ଼ ଦୁର୍ଗ ନିର୍ମାଣ କରିବ
ଯାହାକୁ ଆମ୍ଭେ ଅଗ୍ନି ପଠାଇ ସେହି ସୁଦୃଢ଼ ଦୁର୍ଗକୁ ପୋଡ଼ି ଧ୍ୱଂସ କରିବା।”

Currently Selected:

ହୋଶେୟ 8: OERV

Highlight

Copy

Compare

Share

None

Want to have your highlights saved across all your devices? Sign up or sign in