ହୋଶେୟ 6
6
ସଦାପ୍ରଭୁଙ୍କ ନିକଟକୁ ଫେରିବାର ପୁରସ୍କାର
1“ଆସ, ସଦାପ୍ରଭୁଙ୍କ ପାଖକୁ ଫେରିଯିବା।
ସେ ଆମ୍ଭକୁ ଆଘାତ କଲେ ଓ ସେ ମଧ୍ୟ ଆମ୍ଭକୁ ସୁସ୍ଥ କରିବେ।
ସେ ଆମ୍ଭକୁ କ୍ଷତ ବିକ୍ଷତ କରିଛନ୍ତି ଏବଂ ସେ ଆମ୍ଭର କ୍ଷତରେ ପଟି ବାନ୍ଧି ଦେବେ।
2ଦୁଇ ଦିନ ପରେ ସେ ଆମ୍ଭମାନଙ୍କୁ ପୁନର୍ଜୀବନ ଦେବେ।
ତିନି ଦିନ ପରେ ସେ ଆମ୍ଭକୁ ଛିଡ଼ା କରାଇବେ।
ତା'ପରେ ଆମ୍ଭେ ତାଙ୍କ ନିକଟରେ ବଞ୍ଚି ଉଠିବା।
3ଆସ, ସଦାପ୍ରଭୁଙ୍କ ସମ୍ବନ୍ଧରେ ଅଧ୍ୟୟନ କରିବା।
ତାଙ୍କ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ କଠୋର ଅଧ୍ୟବସାୟ କରିବା।
ପ୍ରଭାତ ଆସିଲା ପରି
ସଦାପ୍ରଭୁ ଆସୁଛନ୍ତି ବୋଲି ଆମ୍ଭେ ଜାଣୁଛୁ।
ବର୍ଷା ଓ ବସନ୍ତବର୍ଷା ଭୂମିକୁ ଜଳମୟ କଲା ପରି
ପରମେଶ୍ୱର ଆମ୍ଭମାନଙ୍କ ନିକଟକୁ ଆସିବେ।”
ଲୋକମାନେ ବିଶ୍ୱସ୍ତ ନୁହନ୍ତି
4“ହେ ଇଫ୍ରୟିମ, ହେ ଯିହୁଦା,
ଆମ୍ଭେ ତୁମ୍ଭମାନଙ୍କ ପ୍ରତି କିପରି ବ୍ୟବହାର କରିବୁ?
ତୁମ୍ଭମାନଙ୍କର ବିଶ୍ୱସ୍ତତା ସକାଳର କୁହୁଡ଼ି ଓ କାକର ପରି ଅଟେ
ଯେ କି ଅତି ପ୍ରତ୍ୟୁଷରେ ଉଭେଇ ଯାଏ।
5ଆମ୍ଭେ ସେମାନଙ୍କୁ ନିପାତ କରିବା ପାଇଁ
ଭବିଷ୍ୟଦ୍ବକ୍ତାମାନଙ୍କୁ ନିଯୁକ୍ତି କଲୁ
ଓ ଆମ୍ଭେ ଆପଣା ଆଦେଶରେ ଲୋକମାନଙ୍କୁ ମୃତ୍ୟୁ ଦେଲୁ।
କିନ୍ତୁ ସେହି ନିର୍ଣ୍ଣୟରୁ ନ୍ୟାୟ ସଦୃଶ ଆଲୋକ ଆସିବ।
6କାରଣ ଆମ୍ଭେ ବିଶ୍ୱସ୍ତ ପ୍ରେମ ଗ୍ଭହୁଁ,
ବଳିଦାନ ନୁହେଁ।
ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତୁ ବୋଲି ଆମ୍ଭେ ଗ୍ଭହୁଁ,
କିନ୍ତୁ ହୋମବଳି ଆଣନ୍ତୁ ବୋଲି ନୁହେଁ।
7କିନ୍ତୁ ଠିକ୍ ଆଦମ ପରି ସେମାନେ ଚୁକ୍ତି ଭଙ୍ଗ କଲେ।
ସେମାନେ ନିଜ ଭୂମିରେ ଆମ୍ଭ ସହିତ ପ୍ରତାରଣା କଲେ।
8ଗିଲିୟଦ ଗୋଟିଏ ସହର ଯେ କି ମନ୍ଦକାର୍ଯ୍ୟ କରୁଥିବା ଲୋକମାନଙ୍କରେ ପରିପୂର୍ଣ୍ଣ,
ହତ୍ୟାକାରୀମାନଙ୍କର ରକ୍ତାକ୍ତ ପାଦ ଚିହ୍ନରେ ରଞ୍ଜିତ।
9ଡକାୟତମାନଙ୍କ ପରି ସେମାନେ ଲୋକମାନଙ୍କୁ ଆକ୍ରମଣ କରିବାକୁ ଅପେକ୍ଷା କରନ୍ତି।
ସେହିପରି, ଯାଜକଙ୍କ ଦଳ ଶିଖିମକୁ ଯାଉଥିବା ଲୋକମାନଙ୍କୁ
ରାସ୍ତାରେ ଅପେକ୍ଷା କରନ୍ତି ଓ ସେମାନଙ୍କୁ ଆକ୍ରମଣ କରନ୍ତି।
ସେମାନେ ଏକତ୍ରିତ ହୋଇ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରନ୍ତି।
10ଆମ୍ଭେ ଇସ୍ରାଏଲ ରାଜ୍ୟରେ ଗୋଟିଏ ଭୟଙ୍କର ଜିନିଷ ଦେଖିଛୁ।
ଇଫ୍ରୟିମ ପରମେଶ୍ୱରଙ୍କ ପ୍ରତି ଅବିଶ୍ୱସ୍ତ ଥିଲେ।
ଇସ୍ରାଏଲ ପାପରେ କଳୁଷିତ।
11ହେ ଯିହୁଦା, ତୁମ୍ଭ ପାଇଁ ଅମଳର ସମୟ ଅଛି।
ଏହା ହିଁ ଘଟିବ।
ଏକ ସମୟରେ ଆମ୍ଭେ ଆମ୍ଭର ଲୋକମାନଙ୍କୁ ବନ୍ଦୀ ଅବସ୍ଥାରୁ ମୁକ୍ତ କରିବା।
Currently Selected:
ହୋଶେୟ 6: OERV
Highlight
Copy
Compare
Share
Want to have your highlights saved across all your devices? Sign up or sign in
Odia Holy Bible: Easy-to-Read Version (OERV)
@ 2004 Bible League International