YouVersion Logo
Search Icon

ହୋଶେୟ 4

4
ସଦାପ୍ରଭୁ ଇସ୍ରାଏଲ ବିରୋଧରେ କ୍ରୋଧାନ୍ୱିତ
1ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ଏହି ରାଜ୍ୟର ଲୋକମାନଙ୍କ ବିରୁଦ୍ଧରେ ସଦାପ୍ରଭୁ ତାଙ୍କର ଆରୋପ ଦର୍ଶାଇବେ। “ଏହି ଦେଶର ଲୋକମାନେ ପ୍ରକୃତରେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ। ଏହି ଲୋକମାନେ ପ୍ରକୃତରେ ପରମେଶ୍ୱରଙ୍କ ପ୍ରତି ସତ୍ ଓ ବିଶ୍ୱସ୍ତ ନୁହନ୍ତି। 2ଏହି ଲୋକମାନେ ଶପଥ, ମିଥ୍ୟା, ହତ୍ୟା ଓ ଗ୍ଭେରି କରନ୍ତି। ସେମାନେ ବ୍ୟଭିଗ୍ଭରିତାର ପାପ ଦ୍ୱାରା ସନ୍ତାନ ଲାଭ କରନ୍ତି। ସେମାନେ ବାରମ୍ବାର ନରହତ୍ୟା କରନ୍ତି। 3ତେଣୁ ଦେଶଟି ବ୍ୟକ୍ତି ପରି ମୃତ୍ୟୁରେ କାନ୍ଦେ ଓ ତା'ର ଲୋକମାନେ ଦୁର୍ବଳ ହୋଇପଡ଼ନ୍ତି। ଏପରିକି ସ୍ଥଳଭାଗର ପ୍ରାଣୀ, ଆକାଶର ପକ୍ଷୀ ଓ ସାମୁଦ୍ରିକ ମତ୍ସ୍ୟ ମୃତ୍ୟୁବରଣ କରନ୍ତି। 4କୌଣସି ବ୍ୟକ୍ତି ଅନ୍ୟ ସହିତ ଯୁକ୍ତି କି ଅନ୍ୟକୁ ଦୋଷ ଦେବା ଉଚିତ୍ ନୁହେଁ। ଯାଜକ, ଆମ୍ଭ ଯୁକ୍ତି ତୁମ୍ଭ ସହିତ ଅଛି। 5ତୁମ୍ଭ ଯାଜକମାନଙ୍କର ଦିନରେ ସ୍ଖଳନ ଘଟିବ ଓ ରାତ୍ରିରେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ମଧ୍ୟ ତୁମ୍ଭ ସହିତ ସ୍ଖଳନ ଘଟିବ ଏବଂ ଆମ୍ଭେ ତୁମ୍ଭମାନଙ୍କର ମାଙ୍କୁ ବିନାଶ କରିବା।
6“ଜ୍ଞାନ ଅଭାବ ଯୋଗୁଁ ଆମ୍ଭର ଲୋକମାନେ ବିନଷ୍ଟ ହୁଅନ୍ତି। କାରଣ ତୁମ୍ଭେମାନେ ଜ୍ଞାନରୁ ବିମୁଖ ହୋଇଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭ ପାଇଁ ଯାଜକ ହେବାକୁ ବାରଣ କରିବା। ତୁମ୍ଭେମାନେ ତୁମ୍ଭ ପରମେଶ୍ୱରଙ୍କ ନିୟମକୁ ଭୁଲିଯାଇଛ, ତେଣୁ ଆମ୍ଭେ ତୁମ୍ଭ ପିଲାମାନଙ୍କୁ ଭୁଲିଯିବା। 7ସେମାନଙ୍କର ସଂଖ୍ୟା ଓ ଶକ୍ତି ଯେତେ ଯେତେ ବଢ଼େ, ସେମାନେ ସେତେ ଅଧିକ ଆମ୍ଭ ବିରୁଦ୍ଧରେ ପାପ କରନ୍ତି। ତେଣୁ ସେମାନଙ୍କର ଗୌରବକୁ ଆମ୍ଭେ ଲଜ୍ଜାରେ ପରିଣତ କରିବା।
8“ଆମ୍ଭର ଲୋକମାନଙ୍କ ପାପଗୁଡ଼ିକରୁ ଯାଜକମାନେ ଲାଭବାନ ହୁଅନ୍ତି। ସେମାନେ ଲୋକମାନଙ୍କର ଦୁଷ୍ଟପଣିଆରୁ ଫାଇଦା ଉଠାଇବାରେ ଲୋଭୀ। 9ତେଣୁ ଯାଜକମାନେ ଜୀବନ ଶୈଳୀରେ ସେହି ଲୋକମାନଙ୍କ ପରି ହେଲେ। ଆମ୍ଭେ ସେମାନଙ୍କୁ ଦଣ୍ତ ଦେବା। ସେମାନଙ୍କର ମନ୍ଦକାର୍ଯ୍ୟ ଲାଗି ଆମ୍ଭେ ସେମାନଙ୍କୁ ଫଳ ଦେବା। 10ସେମାନେ ଯଦିଓ ଖାଇବେ କିନ୍ତୁ ସନ୍ତୁଷ୍ଟ ହେବେ ନାହିଁ। ସେମାନେ ଯୌନଭୋଗ ପାପ କରିବେ କିନ୍ତୁ ସନ୍ତାନ ଲାଭ କରିବେ ନାହିଁ। କାରଣ ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଥିଲେ ଓ ଗଣିକା ପରି ହୋଇଥିଲେ।
11“ଯୌନ ଭୋଗ ପାପ, ଅତ୍ୟଧିକ ଦ୍ରାକ୍ଷାରସ ପାନ ଗୋଟିଏ ବ୍ୟକ୍ତିର ସ୍ୱାଧୀନ ଚିନ୍ତା କରିବାର ଧ୍ୱଂସ କରେ। 12ଆମ୍ଭର ଲୋକମାନେ କାଠଖଣ୍ତିକୁ ଉପଦେଶ ଲାଗି ପଗ୍ଭରନ୍ତି। ସେମାନେ ଭାବନ୍ତି ସେହି କାଠଖଣ୍ତଗୁଡ଼ିକ ସେମାନଙ୍କୁ ଉତ୍ତର ଦେବ। କାରଣ, ସେମାନେ ଗଣିକାମାନଙ୍କପରି ମିଥ୍ୟାପ୍ରତିମାର ପଛରେ ଅନୁଧାବନ କରିଛନ୍ତି। ସେମାନେ ପରମେଶ୍ୱରଙ୍କୁ ବଳିଦାନ କରିଥିଲେ ଓ ଗଣିକା ହୋଇଯାଇଥିଲେ। 13ସେମାନେ ପର୍ବତର ଅଗ୍ରଭାଗରେ ବଳି ଦିଅନ୍ତି ଓ ପାହାଡ଼ ଉପରେ ଥିବା ଅଲୋନ, ଲି‌ବ୍‌ନା ଓ ଏଲା ଗଛ ତଳେ ଧୂପ ଦିଅନ୍ତି। କାରଣ ସେହି ଗଛଗୁଡ଼ିକର ଛାୟା ତରୁଣ ଦେଖାଯାଏ। ତେଣୁ ତୁମ୍ଭର କନ୍ୟାମାନେ ଗଣିକା ପରି ସେହି ଗଛତଳେ ପଡ଼ି ରହନ୍ତି। ଏବଂ ତୁମ୍ଭର ବୋହୂମାନେ ଯୌନଭୋଗ ପାପ କରନ୍ତି।
14“ଆମ୍ଭେ ତୁମ୍ଭର ସେହି ଗଣିକା କନ୍ୟାମାନଙ୍କୁ କି ଯୌନ ଭୋଗୀ ପାପିନୀ ବୋହୂମାନଙ୍କୁ ଦୋଷ ଦେଇ ପାରୁ ନାହୁଁ। ଲୋକମାନେ ଯାଇ ଗଣିକାମାନଙ୍କ ସହିତ ଶୟନ କରନ୍ତି। ସେମାନେ ସେହି ମନ୍ଦିରର ଗଣିକାମାନଙ୍କ ସହିତ ମନ୍ଦିରରେ ବଳିଦାନ ଉତ୍ସର୍ଗ କରନ୍ତି। ତେଣୁ ସେ ନିର୍ବୋଧମାନେ ନିଜେ ନିଜକୁ ନଷ୍ଟ କରୁଛନ୍ତି।
ଇସ୍ରାଏଲ ଲଜ୍ଜାଜନକ ପାପ
15“ଇସ୍ରାଏଲ, ଯଦି ତୁମ୍ଭେ ନିହାତି ଗଣିକା ପରି କାର୍ଯ୍ୟ କର, ତୁମ୍ଭ ଅପରାଧ ପାଇଁ ଯିହୁଦାକୁ ଦୋଷୀ କର ନାହିଁ। ଗି‌‌ଲ୍‌‌‌‌ଗଲ୍ କି ବୈଥ୍-ଆବନକୁ ଯାଅ ନାହିଁ। ସଦାପ୍ରଭୁଙ୍କ ନାମରେ ଶପଥ କର ନାହିଁ। ‘ଯେହେତୁ ସଦାପ୍ରଭୁ ବାସ କରନ୍ତି ଏପରି କୁହ ନାହିଁ।’ 16ଇସ୍ରାଏଲ ଏକ ଜି‌‌ଦ୍‌‌ଖୋର ବାଛୁରି ତୁଲ୍ୟ ବିଦ୍ରୋହ କରେ। ତେଣୁ ସଦାପ୍ରଭୁ ତାକୁ ଖୋଲା ପଡ଼ିଆରେ ଥିବା ଗୋଟିଏ ମେଣ୍ଢାଛୁଆ ପରି ଗ୍ଭରଣଭୂମିକୁ ନେଇ ଗଲେ।
17“ଇଫ୍ରୟିମ ପ୍ରତିମା ପୂଜାରେ ଯୋଗ ଦେଇଛନ୍ତି। ତେଣୁ ତାକୁ ଏକୁଟିଆ ପ୍ରଭୁ ଛାଡ଼ନ୍ତି। 18ମାତାଲ ହୋଇଗଲା ପରେ ସେମାନେ ବ୍ୟଭିଗ୍ଭରିଣୀ ପରି ବ୍ୟବହାର କରନ୍ତି। ସେମାନେ ଲାଞ୍ଚକୁ ଭଲ ପାଆନ୍ତି ଓ ଏହା ମାଗନ୍ତି। ସେମାନଙ୍କର ଶାସକଗଣ ସେମାନଙ୍କର ଲୋକମାନଙ୍କ ଉପରକୁ ଲଜ୍ଜା ଆଣନ୍ତି। 19ଘୂର୍ଣ୍ଣିବାୟୁ ଦ୍ୱାରା ସେମାନେ ପତିତ ହୋଇଛନ୍ତି। ସେମାନେ ଆପଣା ମୂର୍ତ୍ତି ନିକଟରେ ବଳି କାରଣରୁ ଲଜ୍ଜିତ ହେବେ।”

Currently Selected:

ହୋଶେୟ 4: OERV

Highlight

Copy

Compare

Share

None

Want to have your highlights saved across all your devices? Sign up or sign in