ହୋଶେୟ 14
14
ସଦାପ୍ରଭୁଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନ
1ଇସ୍ରାଏଲ, ତୁମ୍ଭର ପତନ ହେଲା ଏବଂ ତୁମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କଲ। ତେଣୁ ତୁମ୍ଭର ପ୍ରିୟ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସ। 2କ’ଣ କହିବ ସେ ବିଷୟରେ ଚିନ୍ତା କର ଏବଂ ସଦାପ୍ରଭୁଙ୍କ ପାଖକୁ ଫେରି ଆସ। ତାଙ୍କୁ କୁହ,
“ଆମ୍ଭର ପାପକୁ ନେଇଯାଅ।
ଆମ୍ଭେ କରିଥିବା ଉତ୍ତମ କର୍ମକୁ ଗ୍ରହଣ କର।
ଆମ୍ଭେ ଆମ୍ଭର ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରୁଛୁ।
3ଅଶୂର ଆମ୍ଭକୁ ରକ୍ଷା କରିବ ନାହିଁ।
ଆମ୍ଭେମାନେ ଯୁଦ୍ଧ ଅଶ୍ୱରେ ଆରୋହଣ କରିବୁ ନାହିଁ।
ଆମ୍ଭର ହସ୍ତ ନିର୍ମିତ ମୂର୍ତ୍ତିଗୁଡ଼ିକୁ ‘ଆମ୍ଭର ପରମେଶ୍ୱର’ ବୋଲି
ଆମ୍ଭେ ପୁଣି କହିବୁ ନାହିଁ।
କାରଣ ତୁମ୍ଭେ ହେଉଛ ସେହି ପରମେଶ୍ୱର ଯିଏ କି ଅନାଥକୁ ଦୟା ଦେଖାଅ
ଏବଂ ଆମ୍ଭମାନଙ୍କୁ ଦୟା କରିବ।”
ସଦାପ୍ରଭୁ ଇସ୍ରାଏଲକୁ କ୍ଷମା ଦେବେ
4ସଦାପ୍ରଭୁ କହନ୍ତି,
“ଆମ୍ଭେ ସେମାନଙ୍କୁ ପୁରାତନ ମାର୍ଗରୁ ସୁସ୍ଥ କରିବା।
ଆମ୍ଭେ ସେମାନଙ୍କୁ ସ୍ୱାଧୀନ ଭାବରେ ଭଲ ପାଇବା,
କାରଣ ଆମ୍ଭେ ଆମ୍ଭର କ୍ରୋଧଭାବ ତ୍ୟାଗ କରିଛୁ।
5ଇସ୍ରାଏଲ ପାଇଁ ଆମ୍ଭେ କୁହୁଡ଼ି ପରି ହେବା।
ଇସ୍ରାଏଲ କଇଁଫୁଲ ପରି ଫୁଟିବ।
ସେ ଲିବାନୋନ୍ର ଦେବଦାରୁ ଗଛପରି ବଢ଼ିବ।
6ଇସ୍ରାଏଲ ଶାଖାଗୁଡ଼ିକ ବଢ଼ିବେ
ଓ ସେ ଗୋଟିଏ ସୁନ୍ଦର ଅଲିଭ୍ ଗଛ ଭଳି ହେବ।
ଲିବାନୋନ୍ର ଦେବଦାରୁ ଗଛଗୁଡ଼ିକ
ସୁବାସ ବିତରଣ କଲାପରି ସେ ହେବ।
7ଇସ୍ରାଏଲ ଲୋକମାନେ ପୁନର୍ବାର ମୋର ସୁରକ୍ଷାରେ ବଞ୍ଚିବେ।
ସେମାନେ ଶସ୍ୟ ସଦୃଶ ବଢ଼ିବେ,
ସେମାନେ ଦ୍ରାକ୍ଷାଲତା ପରି ଫଳ ଧାରଣ କରିବେ।
ସେମାନେ ଲିବାନୋନ୍ର ଦ୍ରାକ୍ଷାରସ ପରି ସମୃଦ୍ଧ ହେବେ।
ପ୍ରତିମା ବିଷୟରେ ଇସ୍ରାଏଲକୁ ସଦାପ୍ରଭୁଙ୍କର ସତର୍କ ବାଣୀ
8“ଇଫ୍ରୟିମ କହିବ, ପ୍ରତିମାଗୁଡ଼ିକରେ ମୋର କିଛି କରିବାର ନାହିଁ।
ଆମ୍ଭେ ଉତ୍ତର ଦେବା, ଆମ୍ଭେ ସେହି ପ୍ରଭୁ ତୁମ୍ଭର ପ୍ରାର୍ଥନା ଶୁଣୁ ଓ ତୁମ୍ଭମାନଙ୍କ ଉପରେ ଦୃଷ୍ଟି ରଖୁ।
ଆମ୍ଭେ ଗୋଟିଏ ଦେବଦାରୁ ଗଛପରି ଚିର ସବୁଜ।
ତୁମ୍ଭର ଫଳ ଆମ୍ଭଠାରୁ ଆସେ।”
ଶେଷ ଉପଦେଶ
9ଜଣେ ଜ୍ଞାନୀ ବ୍ୟକ୍ତି ଏହି ଜିନିଷଗୁଡ଼ିକୁ ବୁଝେ।
ଜଣେ କର୍ମଠ ବ୍ୟକ୍ତି ଏହିସବୁ ଜିନିଷଗୁଡ଼ିକୁ ଶିକ୍ଷା କରିବା ଉଚିତ୍।
ସଦାପ୍ରଭୁଙ୍କ ମାର୍ଗ ସର୍ବଦା ଠିକ୍।
ଉତ୍ତମଲୋକ ସେହି ମାର୍ଗ ଦ୍ୱାରା ବଞ୍ଚିବେ
ଓ ପାପୀମାନେ ତା’ ଦ୍ୱାରା ମୃତ୍ୟୁବରଣ କରିବେ।
Currently Selected:
ହୋଶେୟ 14: OERV
Highlight
Copy
Compare
Share
Want to have your highlights saved across all your devices? Sign up or sign in
Odia Holy Bible: Easy-to-Read Version (OERV)
@ 2004 Bible League International