ହୋଶେୟ 12
12
ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ
1ଇଫ୍ରୟିମ ପବନ ଏକତ୍ର କରୁଛନ୍ତି। ଇସ୍ରାଏଲ ଦିନସାରା “ପବନକୁ ଅନୁସରଣ” କରେ। ଲୋକମାନେ ଅଧିକରୁ ଅଧିକ ମିଥ୍ୟା କୁହନ୍ତି। ଅଧିକ ଗ୍ଭେରି କରନ୍ତି। ସେମାନେ ଅଶୂର ସହିତ ଚୁକ୍ତି କରିଛନ୍ତି ଏବଂ ସେମାନେ ମିଶରକୁ ଅଲିଭ ତେଲ ଆଣୁଛନ୍ତି।
2ସଦାପ୍ରଭୁ କୁହନ୍ତି, “ଆମ୍ଭର ଯିହୁଦା ବିପକ୍ଷରେ ଏକ ଯୁକ୍ତି ଅଛି। ଯାକୁବ ତା'ର କୁପଥଗୁଡ଼ିକ ପାଇଁ ନିଶ୍ଚିତ ଭାବରେ ଦଣ୍ତ ପାଇବ। ସେ ମନ୍ଦକାର୍ଯ୍ୟ ପାଇଁ ସେ ନିଶ୍ଚିତ ଭାବରେ ଦଣ୍ତିତ ହେବ। 3ଯାକୁବ ମାତୃଗର୍ଭରେ ଥିଲା ଏବଂ ତା'ର ଭାଇ ସହିତ କୌଶଳ କରିଥିଲା। ସେ ଗୋଟିଏ ଶକ୍ତିଶାଳୀ ଯୁବକ ଥିଲା ଏବଂ ସେତେବେଳେ ସେ ପରମେଶ୍ୱରଙ୍କ ସହିତ ଲଢ଼ୁଥିଲା। 4ଯାକୁବ ପରମେଶ୍ୱରଙ୍କ ଦୂତ ସହିତ ମଲ୍ଲଯୁଦ୍ଧ କରୁଥିଲା ଏବଂ ଜିତୁଥିଲା। ସେ ଚିତ୍କାର କରି ପ୍ରଭୁକୃପା ମାଗୁଥିଲା। ଏହା ବୈଥଲ୍ରେ ଘଟିଥିଲା। ସେହିସ୍ଥାନରେ ସେ ପରମେଶ୍ୱରଙ୍କୁ ପାଇଲା ଓ ତାଙ୍କ ସହିତ କଥା ହେଲା। 5ହଁ, ସଦାପ୍ରଭୁ ସୈନ୍ୟବାହିନୀର ପରମେଶ୍ୱର ଅଟନ୍ତି। ତାଙ୍କର ନାମ ସଦାପ୍ରଭୁ। 6ତେଣୁ ତୁମ୍ଭେମାନେ ସେହି ପରମେଶ୍ୱରଙ୍କ ନିକଟକୁ ଫେରି ଆସ। ତାଙ୍କ ପ୍ରତି ବିଶ୍ୱସ୍ତ ହୁଅ। ଠିକ୍ କାର୍ଯ୍ୟ କର। ସର୍ବଦା ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖ।
7“ଯାକୁବ ଜଣେ ପ୍ରକୃତ ବ୍ୟବସାୟୀ। ସେ ଏପରିକି ତା'ର ବନ୍ଧୁଙ୍କୁ ମଧ୍ୟ ଠକେ। ଏପରିକି ତାଙ୍କ ନିକିତି ମଧ୍ୟ ମିଛ କହେ। 8ଇଫ୍ରୟିମ କହିଲେ, ‘ମୁଁ ଧନୀ, ମୁଁ ପ୍ରକୃତ ଧନ ଲାଭ କରିଛି। କୌଣସି ବ୍ୟକ୍ତି ମୋର ଅପରାଧ ଜାଣିବ ନାହିଁ। କେହି ମଧ୍ୟ ମୋର ପାପ ଜାଣି ପାରିବ ନାହିଁ।’
9“ମିଶରରେ ଥିବା ସମୟରୁ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ତୁମ୍ଭେମାନେ ଉତ୍ସବ ଦିନରେ କଲାପରି ଆମ୍ଭେ ତୁମ୍ଭମାନଙ୍କୁ ତମ୍ବୁରେ ରଖିବା। 10ଆମ୍ଭେ ଭବିଷ୍ୟଦ୍ବକ୍ତାମାନଙ୍କ ମାଧ୍ୟମରେ ତୁମ୍ଭମାନଙ୍କୁ ଏବଂ ସେମାନଙ୍କୁ ବହୁ ଦର୍ଶନ ଦେଲୁ। ଆମ୍ଭେ ଭବିଷ୍ୟଦ୍ବକ୍ତାମାନଙ୍କ ମାଧ୍ୟମରେ ତୁମ୍ଭକୁ ଦୃଷ୍ଟାନ୍ତ କଥା ଦେଲୁ। 11ଯେହେତୁ ଗିଲିୟଦରେ ସେମାନେ ବହୁତ ଦୁଷ୍ଟ, ସେମାନେ କିଛି ହୋଇ ପାରିବେ ନାହିଁ। କାରଣ ଗିଲ୍ଗଲ୍ରେ ସେମାନେ ଷଣ୍ଢକୁ ବଳିଦାନ ଦିଅନ୍ତି। ଖୋଲା ପଡ଼ିଆରେ ପଥର ଗଦା ପରି ସେମାନଙ୍କର ଯଜ୍ଞବେଦିଗୁଡ଼ିକ ହେବ।
12“ଯାକୁବ ଅରାମ ରାଜ୍ୟକୁ ପଳାଇଲେ। ସେହି ସ୍ଥାନରେ ଇସ୍ରାଏଲ ଗୋଟିଏ ସ୍ତ୍ରୀ ପାଇଁ କାର୍ଯ୍ୟ କରୁଥିଲେ। ସେ ଅନ୍ୟ ସ୍ତ୍ରୀ ପାଇବାକୁ ମେଷ ରଖିଲେ। 13କିନ୍ତୁ ସଦାପ୍ରଭୁ ଜଣେ ଭବିଷ୍ୟଦ୍ବକ୍ତାଙ୍କୁ ରଖିଲେ ଏବଂ ମିଶରରୁ ଇସ୍ରାଏଲକୁ ନେଇ ଆସିଲେ। ସଦାପ୍ରଭୁ ସେହି ଭବିଷ୍ୟଦ୍ବକ୍ତାଙ୍କୁ ଲଗାଇ ଇସ୍ରାଏଲକୁ ନିରାପଦ ରଖିଲେ। 14କିନ୍ତୁ ଇଫ୍ରୟିମ ସଦାପ୍ରଭୁଙ୍କୁ ରଗାଇବାର କାରଣ ହେଲା। ଇଫ୍ରୟିମ ବହୁ ଲୋକଙ୍କୁ ହତ୍ୟା କଲା। ତେଣୁ ସେ ତା'ର ଦୋଷ ପାଇଁ ଦଣ୍ତିତ ହେବ। ସେମାନଙ୍କର ମୁନିବ ପରମେଶ୍ୱର ସେହି ଅପମାନ ସେମାନଙ୍କୁ ସହ୍ୟ କରାଇବେ।”
Currently Selected:
ହୋଶେୟ 12: OERV
Highlight
Copy
Compare
Share
Want to have your highlights saved across all your devices? Sign up or sign in
Odia Holy Bible: Easy-to-Read Version (OERV)
@ 2004 Bible League International