ହୋଶେୟ 10
10
ଇସ୍ରାଏଲର ଧନସମ୍ପଦ ପ୍ରତିମାପୂଜାର ଅଗ୍ରଗାମୀ
1ଇସ୍ରାଏଲ ଦ୍ରାକ୍ଷାଲତା ସଦୃଶ ପ୍ରଚୁର ଫଳ ଧାରଣ କରେ।
କିନ୍ତୁ ଯେତେବେଳେ ଇସ୍ରାଏଲ ଅଧିକ ଜିନିଷ ଲାଭକଲେ
ସେତେବେଳେ ସେ ଭଣ୍ତ ଦେବତାଙ୍କ ପୂଜା ପାଇଁ ଅଧିକ ଯଜ୍ଞବେଦି ନିର୍ମାଣ କଲେ।
ତାଙ୍କର ରାଜ୍ୟ ଅଧିକ ଭଲ ହେଲା।
ତେଣୁ ସେ ଭଣ୍ତ ଦେବତାଙ୍କ ପୂଜାଲାଗି ଅତିସୁନ୍ଦର ପଥରମାନ ସ୍ଥାପନ କଲେ।
2ଇସ୍ରାଏଲର ଲୋକମାନେ ପରମେଶ୍ୱରଙ୍କୁ ଠକିବାକୁ ଚୋଷ୍ଟା କଲେ
କିନ୍ତୁ ବର୍ତ୍ତମାନ ସେମାନେ ସେମାନଙ୍କର ଦୋଷ ସ୍ୱୀକାର କରିବେ।
ସଦାପ୍ରଭୁ ସେମାନଙ୍କର ଯଜ୍ଞବେଦିକୁ ଭାଙ୍ଗି ଦେବେ।
ସେ ସେମାନଙ୍କର ସ୍ମୃତିସ୍ତମ୍ଭକୁ ଧ୍ୱଂସ କରି ଦେବେ।
ଇସ୍ରାଏଲୀୟମାନଙ୍କ ମନ୍ଦ ନିଷ୍ପତ୍ତି
3ବର୍ତ୍ତମାନ ଇସ୍ରାଏଲୀୟମାନେ କୁହନ୍ତି, “ଆମ୍ଭମାନଙ୍କର ରାଜା ନାହାନ୍ତି। ଆମ୍ଭେ ସଦାପ୍ରଭୁଙ୍କୁ ସମ୍ମାନ କରୁ ନାହୁଁ ଏବଂ ତାଙ୍କର ରାଜା ଆମ୍ଭମାନଙ୍କର କିଛି କରି ପାରିବେ ନାହିଁ।”
4ସେମାନେ ଶପଥ ନିଅନ୍ତି କିନ୍ତୁ ସେମାନେ କେବଳ ମିଥ୍ୟା କୁହନ୍ତି। ସେମାନେ ସେମାନଙ୍କର ଶପଥ ରକ୍ଷା କରନ୍ତି ନାହିଁ। ସେମାନେ ଚୁକ୍ତି କରନ୍ତି। ସେଥିପାଇଁ ନ୍ୟାୟ କୃଷିକ୍ଷେତ୍ରରେ ବିଷାକ୍ତ ଅନାବନା ଘାସ ପରି ବଢ଼େ।
5ଶମରିୟାର ଲୋକମାନେ ବୈଥ୍-ଆବନର ବାଛୁରିମାନଙ୍କୁ ପୂଜା କରନ୍ତି। ସେହି ଲୋକମାନେ ପ୍ରକୃତରେ କାନ୍ଦିବେ। ଯାଜକମାନେ ମଧ୍ୟ ପ୍ରକୃତରେ କାନ୍ଦିବେ। କାରଣ ସେମାନଙ୍କର ସୁନ୍ଦର ପ୍ରତିମା ଗ୍ଭଲିଗଲା। ତାକୁ ଦୂରେଇ ନିଆଗଲା। 6ଅଶୂରକୁ ମହାନ ରାଜାଙ୍କ ଉପହାର ସ୍ୱରୂପ ଏହାକୁ ନିଆଗଲା। ସେ ଇଫ୍ରୟିମଙ୍କର ଲଜ୍ଜାଜନକ ପ୍ରତିମା ରଖିବ। ଇସ୍ରାଏଲ ତା'ର ମୂର୍ତ୍ତି ପାଇଁ ଲଜ୍ଜିତ ହେବ। 7ପାଣିରେ ଗୋଟିଏ କାଠଖଣ୍ତ ଭାସି ଗଲାପରି, ଶମରିୟାର ରାଜା ଧ୍ୱଂସ ହେବେ।
8ଇସ୍ରାଏଲ ବହୁ ପାପ କଲା ଏବଂ ବହୁତ ଉଚ୍ଚସ୍ଥାନ ନିର୍ମାଣ କଲା। ଆବେନ୍ର ଉଚ୍ଚସ୍ଥାନଗୁଡ଼ିକ ଧ୍ୱଂସ ହେବ। ସେମାନଙ୍କର ଯଜ୍ଞବେଦି ଉପରେ କଣ୍ଟା ଓ ଅନାବନା ଘାସ ଜନ୍ମିବ। ତା'ପରେ ସେମାନେ ପର୍ବତଗୁଡ଼ିକୁ କହିବେ, “ଆମ୍ଭମାନଙ୍କୁ ଆବୃତ୍ତ କର” ଏବଂ ପାହାଡ଼ଗୁଡ଼ିକୁ କହିବେ, “ଆମ୍ଭମାନଙ୍କ ଉପରେ ପଡ଼ିଯାଅ।”
ଇସ୍ରାଏଲ ପାପ ପାଇଁ ପରିଶୋଧ କରିବ
9“ଇସ୍ରାଏଲ, ତୁମ୍ଭେ ଗିବିୟାଙ୍କ ସମୟରୁ ପାପ କରି ଗ୍ଭଲିଛ ଏବଂ ତୁମ୍ଭ ଲୋକମାନେ ସେଠାରେ ଲଗାତାର ପାପ କରି ଗ୍ଭଲିଛନ୍ତି। ଯୁଦ୍ଧ ପ୍ରକୃତରେ ସେହି ମନ୍ଦ ଲୋକମାନଙ୍କୁ ଗିବିୟାରେ ଧରିବ। 10ମୁଁ ସେମାନଙ୍କୁ ଦଣ୍ତ ଦେବାକୁ ଆସିବି। ଦେଶଗୁଡ଼ିକୁ ମିଳିତ ଭାବରେ ସେମାନଙ୍କ ବିରୁଦ୍ଧରେ ଯିବେ। ସେମାନେ ଇସ୍ରାଏଲ ଅଧିବାସୀଙ୍କୁ ସେମାନଙ୍କର ଦୁଇଗୁଣା ପାପ ପାଇଁ ଦଣ୍ତ ଦେବେ।
11“ଇଫ୍ରୟିମ ତାଲିମପ୍ରାପ୍ତ ଗାଈ ପରି ଖଳାରେ ଶସ୍ୟ ଉପରେ ବିଚରଣ କରିବାକୁ ଭଲପାଏ। ଆମ୍ଭେ ଗୋଟିଏ ଭଲ ଯୁଆଳି ତା’ କାନ୍ଧରେ ପକାଇବା। ଆମ୍ଭେ ତାକୁ ଦଉଡ଼ିରେ ବାନ୍ଧିବା। ତା'ପରେ ଯିହୁଦା ହଳ ଆରମ୍ଭ କରିବ। ଯାକୁବ ନିଜେ ଭୂମିକୁ ଫଟାଇବ।”
12ତୁମ୍ଭେ ଯଦି ଭଲପଣିଆ ବୁଣିବ ତେବେ ପ୍ରକୃତ ପ୍ରେମ ଅମଳ କରିବ। ଭୂମିକୁ ହଳ କରିବ ଏବଂ ସଦାପ୍ରଭୁଙ୍କ ସହିତ ଅମଳ କରିବ। ପ୍ରଭୁ ଆସିବେ ଏବଂ ତୁମ୍ଭମାନଙ୍କ ଉପରେ ଭଲ ଜିନିଷ ବର୍ଷା ପରି ପକାଇବେ।
13କିନ୍ତୁ ତୁମ୍ଭେମାନେ ମନ୍ଦ ଜିନିଷ ଲଗାଇଲ ଏବଂ ତୁମ୍ଭେମାନେ ଦୁଃଖ ଅମଳ କଲ। ତୁମ୍ଭ ମିଥ୍ୟାର ଫଳ ତୁମ୍ଭେ ଭକ୍ଷ୍ୟଣ କଲ। କାରଣ ତୁମ୍ଭେମାନେ ତୁମ୍ଭ ଶକ୍ତି ଓ ସୈନ୍ୟବାହିନୀ ଉପରେ ବିଶ୍ୱାସ ରଖିଛ। 14ତେଣୁ ତୁମ୍ଭମାନଙ୍କର ସୈନ୍ୟବାହିନୀ ଯୁଦ୍ଧର ଶବ୍ଦ ଶୁଣିବେ ଏବଂ ତୁମ୍ଭମାନଙ୍କର ସମସ୍ତ ଦୁର୍ଗ ଧ୍ୱଂସ ପାଇବ। ଶଲମନ ବୈଥ୍-ଅରବେଲକୁ ଧ୍ୱଂସ କଲାପରି ଏହା ଘଟିବ। ଯୁଦ୍ଧ ସମୟରେ ମାମାନଙ୍କୁ ସେମାନଙ୍କର ପିଲାମାନଙ୍କ ସହିତ ହତ୍ୟା କରାଗଲା। 15ବୈଥେଲ୍, ତୁମ୍ଭର ଦୁଷ୍ଟାମୀ ଯୋଗୁଁ ଏହିପରି ହେବ। ଯେତେବେଳେ ସକାଳ ହେବ ଇସ୍ରାଏଲର ରାଜା ସମ୍ପୂର୍ଣ୍ଣ ଧ୍ୱଂସ ହେବେ।”
Currently Selected:
ହୋଶେୟ 10: OERV
Highlight
Copy
Compare
Share
Want to have your highlights saved across all your devices? Sign up or sign in
Odia Holy Bible: Easy-to-Read Version (OERV)
@ 2004 Bible League International