ଯିହିଜିକଲ 45
45
ପବିତ୍ର ବ୍ୟବହାର ନିମନ୍ତେ ଦେଶ ବିଭାଗ
1“ଏବଂ ଯେଉଁ ସମୟରେ ତୁମ୍ଭେମାନେ ଉତ୍ତରାଧିକାରୀ ପାଇଁ ଗୁଲିବାଣ୍ଟ ଦ୍ୱାରା ଭୂମି ବିଭାଗ କରିବ, ତୁମ୍ଭେ ଏଥିରୁ ଏକ ପବିତ୍ର ଅଂଶପରି ସଦାପ୍ରଭୁଙ୍କ ପାଇଁ ଅଲଗା ରଖିବା ଉଚିତ୍। ତାହାର ଦୈର୍ଘ୍ୟ 25,000 ହାତ ଓ ପ୍ରସ୍ଥ 20,000 ହାତ ହେବ। ସେ ସମସ୍ତ ଭୂମି ପବିତ୍ର ହେବ। 2ତାହା ମଧ୍ୟରୁ 500 ହାତ ଦୈର୍ଘ୍ୟ ଓ 500 ହାତ ପ୍ରସ୍ଥ ବିଶିଷ୍ଟ ଏକ ବର୍ଗାକାର କ୍ଷେତ୍ର ସଦାପ୍ରଭୁଙ୍କ ପବିତ୍ର ମନ୍ଦିର ନିମନ୍ତେ ରହିବ। ତାହାର ଚତୁର୍ଦ୍ଦିଗରେ ପଗ୍ଭଶ୍ ହାତ ପରିମିତ ଏକ ଖୋଲା ସ୍ଥାନ ରହିବ। 3ଆଉ ଏହି ପରିମିତ ଅଂଶରୁ ତୁମ୍ଭେ 25,000 ହାତ ଦୈର୍ଘ୍ୟ ଓ 10,000 ହାତ ପ୍ରସ୍ଥ ଭୂମି ମାପିବ। ଏହାରି ମଧ୍ୟରେ ମନ୍ଦିର ଓ ମହାପବିତ୍ର ସ୍ଥାନ ହେବ।
4“ଦେଶର ଏହି ଅଂଶ ପବିତ୍ର ଅଟେ। ଯାଜକମାନେ, ଯିଏ ସଦାପ୍ରଭୁଙ୍କ ଉପାସନା କରିବାକୁ ଆସନ୍ତି ଏବଂ ପବିତ୍ର ମନ୍ଦିରରେ ସେବା କରେ ଏହି ଭୂମି ସଦାପ୍ରଭୁଙ୍କ ପାଇଁ ପାଇବେ। ଆଉ ଏହି ସ୍ଥାନ ସେମାନଙ୍କର ମନ୍ଦିର ନିର୍ମାଣ ପାଇଁ ଓ ଧର୍ମଧାମ ପାଇଁ ପବିତ୍ର ସ୍ଥାନ ହେବ। 5ପୁଣି 25,000 ହାତ ଦୈର୍ଘ୍ୟ ଓ 10,000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ଯେଉଁ ଲେବୀୟମାନେ ପ୍ରଭୁଙ୍କ ମନ୍ଦିରର ଉପାସନା ପାଇଁ ନିଯୁକ୍ତ ହୁଅନ୍ତି ଏହା ସେମାନଙ୍କର ବାସ କରିବା ପାଇଁ ନଗର ହେବ।
6“ପୁଣି ନଗରର ପାଇଁ ପବିତ୍ର ଅଞ୍ଚଳ ପାଖେ ପାଖେ 5,000 ହାତ ପ୍ରସ୍ଥ ଓ 25,000 ହାତ ଦୈର୍ଘ୍ୟ ଭୂମି ନିରୂପଣ କରିବି। ତାହା ସମୁଦାୟ ଇସ୍ରାଏଲ ବଂଶର ନିମନ୍ତେ ହେବ। 7ପୁଣି ଅଧିପତି ନିମନ୍ତେ ଯାହା ହେବ ସେ ଭୂମି ପବିତ୍ର ଉପହାର ଓ ନଗର ଅଧିକାର ଭୂମିରେ ଉଭୟ ପାଖରେ ରହିବ। ଆଉ ପଶ୍ଚିମ ସୀମାଠାରୁ ପୂର୍ବ ସୀମା ପର୍ଯ୍ୟନ୍ତ ବଢ଼ିକି ଏହାର ଓସାର ଗୋଟିଏ ପରିବାରବର୍ଗର ଭୂମି ଅଂଶ ସହିତ ସମାନ ହେବ। 8ଏହା ଦେଶ ମଧ୍ୟରେ ତାହା ଅର୍ଥାତ୍ ଇସ୍ରାଏଲ ମଧ୍ୟରେ ତାହାର ଅଧିକାରାର୍ଥେ ହେବ। ପୁଣି ଆମ୍ଭର ଅଧିପତିମାନେ ଆମ୍ଭ ଲୋକମାନଙ୍କ ପ୍ରତି ଆଉ ଉପଦ୍ରବ କରିବେ ନାହିଁ। ମାତ୍ର ଇସ୍ରାଏଲ ବଂଶକୁ ସେମାନଙ୍କର ଗୋଷ୍ଠୀ ଅନୁସାରେ ଦେଶ ଦେବେ।”
9ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ହେ ଇସ୍ରାଏଲର ଅଧିପତିମାନେ, ଯଥେଷ୍ଟ! ତୁମ୍ଭମାନଙ୍କ ନିମନ୍ତେ ଏହା ଯଥେଷ୍ଟ ହେଉ। ତୁମ୍ଭେମାନେ ଲୋକମାନଙ୍କ ପ୍ରତି ନିଷ୍ଠୁରତା ଓ ଧନ ଅପହରଣ କରିବା ଦୂର କର। ଆଉ ସେମାନଙ୍କ ପ୍ରତି ନ୍ୟାୟ ଓ ଯଥାର୍ଥ ବିଗ୍ଭର କର। ମୋର ଲୋକମାନଙ୍କଠାରୁ ଭୂମି ନେଇଯିବା ବନ୍ଦ କର।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
10“ଲୋକମାନଙ୍କୁ ଠକିବା ବନ୍ଦ କର। ଯଥାର୍ଥ ତରାଜୁ ଓ ଐଫା ଓ ଯଥାର୍ଥ ମାପ ବ୍ୟବହାର କର। 11ବାତ୍ ଯେପରି ହୋମରର ଏକ ଦଶମାଂଶ ହେବ, ଐଫା ହୋମରର ସହିତ ସମାନ ହେବ। ଏଥିପାଇଁ ଐଫା ଓ ବାତର ଏକ ସମାନ ପରିମାଣ ହେବ। ତହିଁର ପରିମାଣ ହୋମର ଅନୁସାରେ ହେବ। 12ପୁଣି ଏକ ଶେକଲ କୋଡ଼ିଏ ଗେରା ହେବ, ଏକ ମିନା କୋଡ଼ିଏ ଶେକଲ, ପଚିଶ୍ ଶେକଲ, ପନ୍ଦର ଶେକଲ ହେବ।
13“ତୁମ୍ଭେମାନେ ଏହି ବିଶେଷ ନୈବେଦ୍ୟ ଉତ୍ସର୍ଗ କରିବ।
ପ୍ରତ୍ୟେକ ହୋମର ଏକ ଷଷ୍ଠାଂଶ ଗହମ
ଓ ଏକ ଷଷ୍ଠାଂଶ ବାଲି ତୁମ୍ଭେମାନେ ଦେବ।
14ପୁଣି ବାତ୍ ସମ୍ବନ୍ଧୀୟ ତୈଳର ନିରୂପିତ ଅଂଶ କୋରରୁ ଏକ ବାତ୍ର ଦଶମାଂଶ ହେବ।
କୋର୍ ଦଶ ବାତ୍ ଅର୍ଥାତ୍ ଏକ ହୋମର, କାରଣ ଦଶ ବାତରେ ଏକ ହୋମର ହୁଏ।
15ଆଉ ଇସ୍ରାଏଲର ଭଲ ଜଳ ହୋଇଥିବା ଗ୍ଭରଣଭୂମି ସ୍ଥାନରୁ ପଲର 200 ମେଷ ମଧ୍ୟରୁ ଏକ ମେଷ ଦେବ।
“ତାହା ଲୋକମାନଙ୍କ ନିମନ୍ତେ ବିଶେଷ ନୈବେଦ୍ୟ ହେବ। ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କରିବା ପାଇଁ ଏହି ଶସ୍ୟ ବଳି, ହୋମବଳି ଓ ମଙ୍ଗଳାର୍ଥକ ବଳି ହେବ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
16“ଦେଶର ସମସ୍ତ ଲୋକ ଇସ୍ରାଏଲର ଅଧିପତିଙ୍କ ପାଇଁ ଏହି ଉପହାର ଦେବେ। 17ପୁଣି ପର୍ବ ଦିନରେ; ଅମାବାସ୍ୟାରେ ଓ ବିଶ୍ରାମବାରଗୁଡ଼ିକରେ ଇସ୍ରାଏଲ ବଂଶର ସକଳ ନିରୂପିତ ପର୍ବ ସମୟରେ ହୋମବଳି, ଶସ୍ୟବଳି ଓ ପେୟନୈବେଦ୍ୟ ଓ ସହଭାଗିତାର ନୈବେଦ୍ୟ ଅଧିପତି ଦେବେ। ଅଧିପତି ଇସ୍ରାଏଲକୁ ପବିତ୍ର କରିବା ପାଇଁ ସମସ୍ତ ପାପାର୍ଥକ ବଳି, ଶସ୍ୟ ନୈବେଦ୍ୟ, ହୋମବଳି, ସହଭାଗିତାର ନୈବେଦ୍ୟ ଉତ୍ସର୍ଗ କରିବେ।”
18ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ପ୍ରଥମ ମାସର ପ୍ରଥମ ଦିନ ତୁମ୍ଭେ ଏକ ନିଖୁଣ ଗୋବତ୍ସ ନେଇ ପବିତ୍ର ସ୍ଥାନକୁ ଶୁଚି କରିବ। 19ପୁଣି ଯାଜକ ପାପାର୍ଥକ ବଳିର ରକ୍ତର କିଛି ନେଇ ମନ୍ଦିରର ଚୌକାଠମାନର ଉପରେ ଯଜ୍ଞବେଦି ଥାକର ଗ୍ଭରି କୋଣର ଉପରେ ଆଉ ଭିତର ପ୍ରାଙ୍ଗଣର ଦ୍ୱାର ଚୌକାଠର ଉପରେ ଲଗାଇବା ଉଚିତ୍। 20ଆଉ ଯେଉଁ ଲୋକ ଭ୍ରାନ୍ତିରେ କୌଣସି ପାପ କରେ ତାହା ପାଇଁ ଓ ସେହିମାନଙ୍କ ପାଇଁ ଅଜାଣତରେ ପାପ କରେ, ତାହା ପାଇଁ ତୁମ୍ଭେ ମାସର ସପ୍ତମ ଦିନରେ ଏହି ପ୍ରକାର କରିବ। ଏହିରୂପେ ତୁମ୍ଭେମାନେ ମନ୍ଦିରକୁ ପବିତ୍ର କରିବ।
ନିସ୍ତାରପର୍ବ ସମୟର ବଳି
21“ପ୍ରଥମ ମାସର ଚତୁର୍ଦ୍ଦଶ ଦିବସରେ ତୁମ୍ଭମାନଙ୍କର ନିସ୍ତାରପର୍ବ ହେବ। ସେହି ପର୍ବ ସାତ ଦିନ ଧରି ପାଳିତ ହେବ। ସେ ସମୟରେ ତୁମ୍ଭମାନଙ୍କୁ ତାଡ଼ୀଶୂନ୍ୟ ରୋଟୀ ଭୋଜନ କରିବ। 22ପୁଣି ସେହି ସମୟରେ ଅଧିପତି ଆପଣା ନିମନ୍ତେ ଓ ଦେଶସ୍ଥ ସକଳ ଲୋକଙ୍କ ନିମନ୍ତେ ପାପାର୍ଥକ ବଳିରୂପେ ଏକ ବୃଷଭ ଉତ୍ସର୍ଗ କରିବେ। 23ଭୋଜିର ସାତ ଦିନ ସମୟ ଯାଏ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବା ଉଚିତ୍। ସାତ ଦିନ ଯାଏ ପ୍ରତିଦିନ ନିର୍ଦ୍ଦୋଷ ସାତ ବୃଷଭ ଓ ସାତ ମେଷ, ଆଉ ପାପାର୍ଥକ ବଳିରୂପେ ପ୍ରତିଦିନ ଏକ ଛାଗ ଉତ୍ସର୍ଗ କରିବେ। 24ଏବଂ ଅଧିପତି ଏକ ଏକ ବୃଷଭ ସହିତ ଏକ ଏକ ଐଫା ଯବ ଓ ଏକ ଏକ ମେଷ ସହିତ ଏକ ଏକ ଐଫା ଯବ ଓ ପ୍ରତି ଐଫା ପାଇଁ ଏକ ହୀନ ତୈଳର ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରିବେ। 25ଏବଂ ସେହି ଅଧିପତି ସପ୍ତମ ମାସର ପଞ୍ଚଦଶ ଦିନ ପର୍ବ ସମୟରେ ସାତ ଦିନ ଯାଏ ଏହିରୂପ ଅର୍ଥାତ୍ ପାପାର୍ଥକ ବଳି, ହୋମାର୍ଥକ ବଳି, ଶସ୍ୟ ନୈବେଦ୍ୟ ଆଉ ତୈଳ ଦାନର ବିଧି ଅନୁଯାୟୀ ଉତ୍ସର୍ଗ କରିବେ।”
Currently Selected:
ଯିହିଜିକଲ 45: OERV
Highlight
Copy
Compare
Share
Want to have your highlights saved across all your devices? Sign up or sign in
Odia Holy Bible: Easy-to-Read Version (OERV)
@ 2004 Bible League International