ଯିହିଜିକଲ 43
43
ସଦାପ୍ରଭୁ ତାଙ୍କ ଲୋକମାନଙ୍କ ସହିତ ବାସ କରିବେ
1ଏହା ପରେ ସେ ମୋତେ ପୂର୍ବଦ୍ୱାର ନିକଟକୁ ଆଣିଲେ। 2ଏବଂ ଇସ୍ରାଏଲର ପରମେଶ୍ୱରଙ୍କର ମହିମା ପୂର୍ବ ଦିଗରୁ ଆସୁଥିବାର ମୁଁ ଦେଖି ପାରିଲି ଏବଂ ତାଙ୍କର ସ୍ୱର ସମୁଦ୍ରର ଗର୍ଜନର ସ୍ୱର ପରି ଥିଲା ଏବଂ ଦେଶଟି ତାଙ୍କ ମହିମାରେ ଆଲୋକିତ ହୋଇଗଲା। 3ମୁଁ ଯେଉଁ ଦର୍ଶନ ସେଠାରେ ଦେଖିଲି, ତାହା ଯେତେବେଳେ ସହରକୁ ଧ୍ୱଂସ କରିବାକୁ ଆସିଲାପରି ଦେଖାଯାଉଥିଲା ଓ ମୁଁ କବାର ନଦୀରେ ଦେଖିଥିବା ଦର୍ଶନ ପରି ଥିଲା। ମୁଁ ଭୂମିଶାୟୀ ହୋଇ ପ୍ରଣିପାତ କଲି। 4ଆଉ ପୂର୍ବ ଦ୍ୱାର ଦେଇ ସଦାପ୍ରଭୁଙ୍କର ମହିମା ମନ୍ଦିର ମଧ୍ୟରେ ପ୍ରବେଶ କଲା।
5ତା'ପରେ ଆତ୍ମାଟି ମୋତେ ଉଠାଇ ଭିତର ପ୍ରାଙ୍ଗଣକୁ ଆଣିଲେ। ଆଉ ସଦାପ୍ରଭୁଙ୍କ ମହିମାରେ ମନ୍ଦିର ପରିପୂର୍ଣ୍ଣ ହେଲା। 6ତା'ପରେ କେହି ଜଣେ ମୋତେ କହିବାର ମୁଁ ଶୁଣିଲି, ଯେତେବେଳେ ଲୋକଟି ମୋ’ ପାଖରେ ଛିଡ଼ା ହେଉଥିଲେ। 7ଆଉ ସେ ମୋତେ ମନ୍ଦିର ମଧ୍ୟରୁ କହିଲେ, “ହେ ମନୁଷ୍ୟ ପୁତ୍ର ଏହା ମୋର ସିଂହାସନର ସ୍ଥାନ ଓ ମୋର ପାଦପୀଠର ସ୍ଥାନ। ମୁଁ ଇସ୍ରାଏଲ ପରିବାର ମଧ୍ୟରେ ସଦାକାଳ ବାସ କରିବି। ଆଉ ଇସ୍ରାଏଲର ଲୋକମାନେ ଏବଂ ସେମାନଙ୍କ ରାଜାଗଣ ସେମାନଙ୍କର ଶାରୀରିକ ପାପସବୁ ସହିତ ଏହି ସ୍ଥାନରେ ନିଜର ରାଜାମାନଙ୍କ ମୃତ ଶରୀର କବର ଦେବାଦ୍ୱାରା ଏହି ସ୍ଥାନକୁ ମୋର ପବିତ୍ର ନାମକୁ ଅପମାନିତ କରିବେ ନାହିଁ। 8ସେମାନେ ମୋର ଦ୍ୱାର ପ୍ରବେଶ ସ୍ଥାନ ନିକଟରେ ସେମାନଙ୍କର ଦ୍ୱାର ପ୍ରବେଶ ସ୍ଥାନ ରଖିଲେ ଓ ମୋର ଦ୍ୱାରବନ୍ଧ ନିକଟରେ ସେମାନଙ୍କର ଦ୍ୱାରବନ୍ଧ ରଖିଲେ। କେବଳ ମୋର ଓ ସେମାନଙ୍କ ମଧ୍ୟରେ ଏକ କାନ୍ଥ ପୃଥକ କରୁଥିଲା। ପୁଣି ନିଜର ଜଘନ୍ୟ କର୍ମ ଦ୍ୱାରା ମୋର ପବିତ୍ର ନାମ ସେମାନେ ଅପବିତ୍ର କରିଅଛନ୍ତି। ଏଣୁ ମୁଁ ଆପଣା କ୍ରୋଧରେ ସେମାନଙ୍କୁ ବିନାଶ କରିଅଛିା 9ପୁତ୍ର, ବର୍ତ୍ତମାନ ସେମାନଙ୍କୁ ସେମାନଙ୍କର ଶାରୀରିକ ପାପସବୁରୁ ଦୂରେଇ ରୁହନ୍ତୁ ଓ ସେମାନଙ୍କର ରାଜାମାନଙ୍କର ମୃତ ଶରୀର ଆମ୍ଭ ନିକଟରୁ ଦୂର କରନ୍ତୁ, ତେଣୁ ମୁଁ ସଦାକାଳ ସେମାନଙ୍କ ମଧ୍ୟରେ ବାସ କରିବି।
10“ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲ ବଂଶକୁ ଏହି ମନ୍ଦିର ବିଷୟରେ ବର୍ଣ୍ଣନା କର। ସେମାନେ ସେହି ଗୃହର ଯୋଜନା ଜାଣିଲେ ନିଜର ପାପ କାର୍ଯ୍ୟ ପାଇଁ ହୁଏତ ଲଜ୍ଜିତ ହୋଇପାରନ୍ତି। 11ଯଦି ସେମାନେ ସେମାନଙ୍କର କୃତ କୁକର୍ମ ପାଇଁ ଲଜ୍ଜିତ ହୁଅନ୍ତି, ସେଥିପାଇଁ ସେମାନଙ୍କୁ ମନ୍ଦିରର ନକ୍ସା ବିଷୟରେ ଜଣାଅ। ଆଉ ସେମାନେ ଯେପରି ଗୃହର ସକଳ ଆକୃତି ଓ ତହିଁର ସମସ୍ତ ବିଧି ରକ୍ଷାକରି ତଦନୁସାର କର୍ମ କରିବେ ଏଥିପାଇଁ ସେମାନଙ୍କୁ ଗୃହର ଆକାର, ତାହାର ଗଠନ ନିର୍ଗମ ସ୍ଥାନ ଓ ପ୍ରବେଶ ସ୍ଥାନ, ସକଳ ଆକୃତି ଓ ତାହାର ସମସ୍ତ ବିଧି, ସମସ୍ତ ଆକୃତି ଓ ତହିଁର ସମସ୍ତ ବ୍ୟବସ୍ଥା ସେମାନଙ୍କୁ ଜଣାଅ। ଏବଂ ସେମାନଙ୍କ ଉପସ୍ଥିତିରେ ସେସବୁ ଲେଖ। 12ସଦାପ୍ରଭୁଙ୍କ ମନ୍ଦିରର ବ୍ୟବସ୍ଥା, ଏହି ପର୍ବତ ଶୃଙ୍ଗର ଉପରିସ୍ଥ ଚତୁର୍ଦ୍ଦିଗର ସମୁଦାୟ ସୀମା ମହାପବିତ୍ର ଅଟେ। ଏହା ହିଁ ମନ୍ଦିରର ବ୍ୟବସ୍ଥା ଅଟେ।
ଯଜ୍ଞବେଦି
13“ଦୀର୍ଘ ହାତର ମାପ ବ୍ୟବହାର କରି ଏଗୁଡ଼ିକ ଯଜ୍ଞବେଦିର ମାପ। ପ୍ରତିହାତ ଏକ ହାତ ଗ୍ଭରି ଅଙ୍ଗୁଳି ପରିମାଣ ବେଦିର ମୂଳ ଏକ ହାତ ଗଭୀର ଓ ପ୍ରସ୍ଥ ଏକ ହାତ। ଆଉ ଚତୁର୍ଦ୍ଦିଗରେ ତହିଁର ପ୍ରାନ୍ତ ଧାର ଏକ ଗ୍ଭଖଣ୍ଡ#43:13 ଗ୍ଭଖଣ୍ଡ ଏକ ଗ୍ଭଖଣ୍ଡ ‘ବାଇଶି ସେଣ୍ଟିମିଟର।’ ପରିମିତ ହେବ। ଏହା ଯଜ୍ଞବେଦିର ଉଚ୍ଚତା ଅଟେ। 14ଭୂମିସ୍ଥ ମୂଳଠାରୁ ତଳ ଥାକ ପର୍ଯ୍ୟନ୍ତ ଦୁଇ ହାତ ଓ ପ୍ରସ୍ଥ ଏକ ହାତ ହେବ। ସେହି କ୍ଷୁଦ୍ରତମ ଥାକଠାରୁ ବଡ଼ଥାକ ପର୍ଯ୍ୟନ୍ତ ଗ୍ଭରି ହାତ ଓ ପ୍ରସ୍ଥ ଏକ ହାତ ହେବ। 15ଯଜ୍ଞବେଦିର ହୋମ ପାଇଁ ସ୍ଥାନ ଗ୍ଭରି ହାତ ଉଚ୍ଚ ହେବ ଏବଂ ଏହାର ଗ୍ଭରିକୋଣ ଶିଙ୍ଗ ସଦୃଶ ହେବ। 16ଯଜ୍ଞବେଦିର ଅଗ୍ନିସ୍ଥାନର ଦୈର୍ଘ୍ୟ ବାର ହାତ ଓ ପ୍ରସ୍ଥ ବାର ହାତ ଓ ତାହା ସମ୍ପୂର୍ଣ୍ଣ ବର୍ଗାକାର। 17ପାର୍ଶ୍ୱଗୁଡ଼ିକ ମଧ୍ୟ ବର୍ଗାକାର ପୁଣି ଥାକର ଗ୍ଭରିପାଖର ଦୈର୍ଘ୍ୟ ଚଉଦ ହାତ ଓ ପ୍ରସ୍ଥ ଚଉଦ ହାତ ହେବ। ତହିଁର ଧାର ଗ୍ଭରି ଦିନରେ ଅଧହାତ ଓ ତହିଁର ମୂଳ ଗ୍ଭରିଆଡ଼େ ଏକ ହାତ ପରିମିତ ହେବ। ତା'ର ପାବଚ୍ଛଗୁଡ଼ିକ ପୂର୍ବାଭିମୁଖ ହେବ।”
18ଆଉ ସେ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି। ‘ଯେତେବେଳେ ସେମାନେ ଯଜ୍ଞବେଦି ନିର୍ମାଣ କରନ୍ତି ଓ ଯେଉଁ ସମୟରେ ତାହା ଉପରେ ହୋମବଳି ଓ ରକ୍ତ ସେଚନ କରନ୍ତି, ସେମାନଙ୍କୁ ଏହି ନିୟମ ମାନିବାକୁ ପଡ଼ିବ।’” 19ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, ‘ସାଦୋକ ବଂଶଜାତ ଯେଉଁ ଲେବୀୟ ଯାଜକଗଣ ଆମ୍ଭର ପରିଚର୍ଯ୍ୟା କରିବା ପାଇଁ ଆମ୍ଭର ନିକଟବର୍ତ୍ତୀ ଅଟନ୍ତି ସେମାନଙ୍କୁ ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଗୋଟିଏ ଯୁବା ବୃଷଭ ଦେବ। 20ଆଉ ତୁମ୍ଭେ ତାହାର ରକ୍ତ ନେଇ ଯଜ୍ଞବେଦିର ଗ୍ଭରିକୋଣରେ ଥିବା ଗ୍ଭରି ଶିଙ୍ଗରେ, ଥାକର ଗ୍ଭରିକୋଣ ଉପରେ ଓ ଧାରର ଗ୍ଭରିଆଡ଼େ ଦେବ। ଏହିରୂପେ ତୁମ୍ଭେ ବେଦିକି ଶୁଚି କରି ତାହା ପାଇଁ ପ୍ରାୟଶ୍ଚିତ କରିବ। 21ଏବଂ ତୁମ୍ଭେ ସେହି ପାପାର୍ଥକ ବଳି ବୃଷଭକୁ ନେଇ ପବିତ୍ର ସ୍ଥାନର ବାହାରେ ମନ୍ଦିରର ନିରୂପିତ ସ୍ଥାନରେ ତାହା ଦଗ୍ଧ କରିବ।’
22“ତୁମ୍ଭେ ଦ୍ୱିତୀୟ ଦିନରେ ପାପାର୍ଥକ ବଳିରୂପେ ଏକ ନିଖୁଣ ପୁଂ ଛାଗ ଉତ୍ସର୍ଗ କରିବ। ଷଣ୍ଢ ଦ୍ୱାରା ଯେପରି ଶୁଚି କରିଥିଲେ ସେପରି ଯଜ୍ଞବେଦିକୁ ଶୁଚି କରିବା ଉଚିତ୍। 23ତୁମ୍ଭେ ଏହି ଶୁଚିକାର୍ଯ୍ୟ ସମାପ୍ତ କରିବା ପରେ ଗୋଟିଏ ନିଖୁଣ ଯୁବା ଷଣ୍ଢ ଓ ପଲରୁ ଏକ ନିଖୁଣ ଅଣ୍ଡିରା ମେଷ ଉତ୍ସର୍ଗ କରିବ। 24ପୁଣି ତୁମ୍ଭେ ସେସବୁକୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। ଆଉ ଯାଜକମାନେ ସେମାନଙ୍କ ଉପରେ ଲବଣ ଛିଞ୍ଚିବେ ଏବଂ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେସବୁକୁ ହୋମବଳି ଉତ୍ସର୍ଗ କରିବେ। 25ସାତ ଦିନ ପର୍ଯ୍ୟନ୍ତ ପାପାର୍ଥକ ବଳିରୂପେ ତୁମ୍ଭେ ଏକ ଛାଗ ଉତ୍ସର୍ଗ କରିବ। ତୁମ୍ଭେମାନେ ଉଭୟ ଏକ ନିଖୁଣ ଯୁବା ବୃଷଭ ଏବଂ ଏକ ନିଖୁଣ ମେଷଛୁଆ ଉତ୍ସର୍ଗ କରିବ। 26ସାତ ଦିନ ଯାଏ ଯାଜକମାନେ ଯଜ୍ଞବେଦି ନିମନ୍ତେ ପୂଜା କରି ତାହା ଶୁଚି କରିବେ। 27ସାତ ଦିନ ପରେ ଅଷ୍ଟମ ଦିନରୁ ଯାଜକମାନେ ଯଜ୍ଞବେଦି ଉପରେ ତୁମ୍ଭମାନଙ୍କର ହୋମାର୍ଥକ ବଳି ଓ ସହଭାଗିତାର ବଳି ଉତ୍ସର୍ଗ କରିବେ। ତା'ପରେ ମୁଁ ତୁମ୍ଭକୁ ଗ୍ରହଣ କରିବି।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
Currently Selected:
ଯିହିଜିକଲ 43: OERV
Highlight
Copy
Compare
Share
Want to have your highlights saved across all your devices? Sign up or sign in
Odia Holy Bible: Easy-to-Read Version (OERV)
@ 2004 Bible League International