ଦାନିୟେଲ 7
7
ଗ୍ଭରିପଶୁଙ୍କ ବିଷୟରେ ଦାନିୟେଲଙ୍କ ସ୍ୱପ୍ନ
1ବାବିଲର ରାଜା ବେଲ୍ଶତ୍ସରଙ୍କ ରାଜତ୍ୱର ପ୍ରଥମ ବର୍ଷରେ ଦାନିୟେଲ ଆପଣା ଶଯ୍ୟା ଉପରେ ସ୍ୱପ୍ନ ଓ ମାନସିକ ଦର୍ଶନ ପ୍ରାପ୍ତ ହେଲେ। ସେ ସେହି ସ୍ୱପ୍ନରେ ସାରକଥା ଲେଖି ରଖିଲେ। 2ଦାନିୟେଲ କହିଲେ, “ମୁଁ ରାତ୍ରିକାଳରେ ମୋର ଦର୍ଶନ ପାଇଲି ଯେ ମହାସମୁଦ୍ର ଉପରେ ଆକାଶର ଚତୁର୍ଦ୍ଦିଗରୁ ବାୟୁ ପ୍ରଚଣ୍ତ ବେଗରେ ବହିଲା ସେହି ବାୟୁ ସମୁଦ୍ରକୁ ଅଶାନ୍ତ କଲା। 3ପୁଣି ମୁଁ ଦେଖିଲି, ଗ୍ଭରି ଭିନ୍ନ ପ୍ରକାରର ବୃହତ୍ ପଶୁ ସମୁଦ୍ରରୁ ଉଠି ଆସିଲେ।
4ପ୍ରଥମ ପଶୁଟି ସିଂହ ସଦୃଶ ଓ ଉତ୍କ୍ରୋଶପକ୍ଷୀର ଡେଣାପରି ତା'ର ଡେଣା ଥିଲା। ମୁଁ ନିରୀକ୍ଷଣ କରି ଦେଖିଲି, ତା'ର ଡେଣା ଉପୁଡ଼ାଗଲା। ଆଉ ସେ ପୃଥିବୀରୁ ଉଠାଗଲା। ମନୁଷ୍ୟ ପରି ଦୁଇ ପାଦରେ ତାକୁ ଠିଆ କରାଗଲା ଓ ତାକୁ ମନୁଷ୍ୟର ଅନ୍ତଃକରଣ ଦିଆଗଲା।
5“ଆଉ ତତ୍ପରେ ମୋ’ ସମ୍ମୁଖରେ ଦ୍ୱିତୀୟ ପଶୁକୁ ଦେଖିଲି ଯେ କି ଏକ ଭଲ୍ଲୁକ ସଦୃଶ ଥିଲା। ସେ ଏକ ପାର୍ଶ୍ୱରେ ଉଠାଗଲା ଓ ତାହାର ମୁଖରେ ଦନ୍ତ ମଧ୍ୟରେ ତିନି ଖଣ୍ତ ପଞ୍ଜରା ଥିଲା। ତାହାକୁ ଏହି କଥା କୁହାଗଲା, ‘ଉଠ, ଇଚ୍ଛା ଅନୁସାରେ ମାଂସ ଭକ୍ଷ୍ୟଣ କର।’
6“ଏହା ପରେ ମୁଁ ତୃତୀୟ ପଶୁକୁ ଦେଖିଲି, ସେ ଚିତାବାଘ ସଦୃଶ ଥିଲା। ତା'ର ପୃଷ୍ଠ ଭାଗରେ ପକ୍ଷୀର ଗ୍ଭରି ଡେଣା ଥିଲା। ଆଉ ମଧ୍ୟ ତାହାର ଗ୍ଭରି ମସ୍ତକ ଥିଲା ଓ ତାକୁ ଶାସନ କରିବାକୁ ଅଧିକାର ଦିଆଗଲା।
7“ଏହା ପରେ ମୁଁ ରାତ୍ରିକାଳର ଦର୍ଶନରେ ଦେଖିଲି, ମୋର ସମ୍ମୁଖରେ ଚତୁର୍ଥ ପଶୁ ଥିଲା। ସେ ଅତି ଭୟଙ୍କର, କ୍ଷମତାସମ୍ପନ୍ନ ଓ ଅତିଶୟ ବଳବାନ୍ ଥିଲା ଓ ତାହାର ବଡ଼ ବଡ଼ ଲୌହର ଦାନ୍ତ ଥିଲା। ସେ ଦୋଷୀମାନଙ୍କୁ ଗ୍ରାସ କଲା ଓ ଭାଙ୍ଗି ଚୂର୍ଣ୍ଣ କଲା। ଆଉ ଅବଶିଷ୍ଟ ଯାହା ରହିଲା ତାହା ପଦତଳେ ଦଳିତ କଲା। ସେ ପୂର୍ବବର୍ତ୍ତୀ ସବୁ ପଶୁମାନଙ୍କଠାରୁ ଭିନ୍ନ ଥିଲା ଓ ତାହାର ଦଶ ଗୋଟି ଶିଙ୍ଗ ଥିଲା।
8“ସେହି ଶିଙ୍ଗଗୁଡ଼ିକ ବିଷୟରେ ଚିନ୍ତା କରୁଥିବା ବେଳେ, ମୁଁ ଅନ୍ୟ ଏକ ଶିଙ୍ଗ ଉଠିବାର ଦେଖିଲି। ତାହା କ୍ଷୁଦ୍ର ଥିଲା ଓ ଏହା ସମ୍ମୁଖରେ ପ୍ରଥମ ଶିଙ୍ଗମାନଙ୍କ ମଧ୍ୟରୁ ତିନି ଗୋଟି ଶିଙ୍ଗକୁ ସମୂଳେ ଉତ୍ପାଟିତ କଲା। ଏହା ମନୁଷ୍ୟର ଚକ୍ଷୁତୁଲ୍ୟ ଚକ୍ଷୁ ଥିଲା ଓ କ୍ଷୁଦ୍ର ଶିଙ୍ଗରେ ଏକ ପାଟି ଥିଲା। ସେହି ପାଟିଟି ଅହଂକାରପୂର୍ଣ୍ଣ କଥା କହୁଥିଲା।
ଚତୁର୍ଥ ପଶୁର ବିଗ୍ଭର
9“ମୁଁ ଗୋଟିଏ ସିଂହାସନ ସ୍ଥାପିତ ହେଉଥିବାର ଦେଖିଲି।
ଅତି ବୃଦ୍ଧାଲୋକ ସେହି ଉପରେ ବସିଲେ।
ତାଙ୍କର ବସ୍ତ୍ର ହିମତୁଲ୍ୟ ଶୁକ୍ଳବର୍ଣ୍ଣ
ଓ ତାଙ୍କର ମସ୍ତକର କେଶ ମେଷଲୋମ ସଦୃଶ ଶୁଭ୍ର ଥିଲା।
ତାଙ୍କର ସିଂହାସନ ଅଗ୍ନିମୟପରି
ଓ ସିଂହାସନର ଚକସବୁ ଜ୍ୱଳନ୍ତା ଅଗ୍ନିଶିଖା, ସଦୃଶ ଥିଲା।
10ତାଙ୍କ ସମ୍ମୁଖରୁ
ଅଗ୍ନିସ୍ରୋତ ନିର୍ଗତ ହୋଇ ବହିଲା
ଓ ସହସ୍ର ସହସ୍ର ଲୋକ
ତାଙ୍କର ଗ୍ଭରିପଟେ ଛିଡ଼ା ହେଲେ।
ବିଗ୍ଭର ସଭା ବସିଲା
ଓ ପୁସ୍ତକମାନ ଖୋଲାଗଲା।
11“ମୁଁ ଦେଖିବାରେ ଲାଗିଲି, ସେହି ଛୋଟ ଶିଙ୍ଗର କ’ଣ ହେବ। ଯେଉଁଟାକି ବହୁତ ଅହଂକାର କରୁଥିଲା। ଚତୁର୍ଥ ପଶୁଟି ମଲା ପର୍ଯ୍ୟନ୍ତ ଏବଂ ତାହାର ଶରୀର ଧ୍ୱଂସ କରି ଅଗ୍ନି ମଧ୍ୟକୁ ଫିଙ୍ଗି ପାଉଁଶ କରି ଦିଆଗଲା। 12ପୁଣି ଅନ୍ୟ ପଶୁମାନଙ୍କଠାରୁ ଅଧିକାର ଓ କର୍ତ୍ତୃତ୍ୱ କାଢ଼ି ନିଆଗଲା। ମାତ୍ର କିଛି କାଳ ଏକ ନିର୍ଦ୍ଦିଷ୍ଟ ସମୟ ବଞ୍ଚି ରହିବାକୁ ସେମାନଙ୍କୁ ଅନୁମତି ଦିଆଗଲା।
13“ଆଉ ମୁଁ ରାତ୍ରିରେ ଦର୍ଶନରେ ଦେଖିଲି, ମନୁଷ୍ୟ ସଦୃଶ କେହି ଆକାଶରେ ମେଘରେ ଆସିଲେ। ଏବଂ ସେ ଆକାଶର ମେଘଖଣ୍ତ ଉପରେ ସେହି ବୃଦ୍ଧଙ୍କ ନିକଟକୁ ଆସିଲେ ଓ ସେମାନେ ତାଙ୍କୁ ତାହାଙ୍କ ଛାମୁକୁ ଆଣିଲେ।
14“ତାହାଙ୍କୁ କର୍ତ୍ତୃତ୍ୱ, ମହିମା ଓ ରାଜ୍ୟ ପ୍ରଦତ୍ତ ହେଲା। ତେଣୁ ସମୁଦାୟ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନେ ତାଙ୍କର ଉପାସନା କରିବେ। ତାଙ୍କର ବିଧି ଅନନ୍ତକାଳୀନ ଓ ତାହା ଲୁପ୍ତ ହେବ ନାହିଁ। ଆଉ ତାଙ୍କର ରାଜ୍ୟ ଅବିନାଶୀ ହେବ।
ଚତୁର୍ଥ ପଶୁ ସମ୍ମନ୍ଧରେ ସ୍ୱପ୍ନର ଅର୍ଥପ୍ରକାଶ
15“ମୁଁ, ଦାନିୟେଲ ଦ୍ୱନ୍ଦରେ ପଡ଼ିଲି ଓ ବ୍ୟସ୍ତ ହୋଇଗଲି। ଆଉ ମୋର ମାନସିକ ଦର୍ଶନ ମୋତେ ଉଦ୍ବିଗ୍ନ କଲା। 16ସେଠାରେ ଛିଡ଼ା ହୋଇଥିବା ଲୋକମାନଙ୍କ ମଧ୍ୟରୁ ଜଣକ ନିକଟକୁ ଯାଇ ଏସବୁ ତଥ୍ୟ ପଗ୍ଭରିଲି। ତେଣୁ ସେ ମୋତେ ସେ ସବୁର ଅର୍ଥ ବୁଝାଇ କହିଲେ। 17‘ସେହି ଗ୍ଭରି ବୃହତ ପଶୁ ଗ୍ଭରି ରାଜା ଅଟନ୍ତି। ଆଉ ସେମାନେ ଏହି ପୃଥିବୀରୁ ଉତ୍ପନ୍ନ ହେବେ। 18ମାତ୍ର ପରମେଶ୍ୱରଙ୍କ ପବିତ୍ର ଲୋକମାନେ ରାଜ୍ୟ ପ୍ରାପ୍ତ ହେବେ ଓ ଅନନ୍ତକାଳ ପର୍ଯ୍ୟନ୍ତ ରାଜ୍ୟ ଭୋଗ କରିବେ।’
19“ତା'ପରେ ମୁଁ ଚତୁର୍ଥ ପଶୁ ସମ୍ମନ୍ଧରେ ସମସ୍ତ ତଥ୍ୟ ଜାଣିବାକୁ ଇଚ୍ଛା କଲି। ଏହା ଅତି ଭୟଙ୍କର ଥିଲା ଓ ଏହାର ଲୁହାର ଦାନ୍ତ ଓ ପିତ୍ତଳ ନଖସବୁ ଥିଲା। ସେ ସବୁକିଛି ଭାଙ୍ଗି ଚୂର୍ଣ୍ଣ କଲା ଓ ଗ୍ରାସ କଲା ଓ ଅବଶିଷ୍ଟ ସବୁ ପାଦରେ ଦଳି ଦେଲା। 20ସେହି ଚତୁର୍ଥ ପଶୁର ମସ୍ତକରେ ଯେଉଁ ଦଶ ଶିଙ୍ଗ ଥିଲା, ଅନ୍ୟ ଯେଉଁ କ୍ଷୁଦ୍ର ଶିଙ୍ଗ ଉଠିଲା ଓ ଯାହା ସାକ୍ଷାତରେ ଦଶଶିଙ୍ଗ ମଧ୍ୟରୁ ତିନିଶିଙ୍ଗ ପଡ଼ିଗଲା, ଯେଉଁ ଶିଙ୍ଗର ଚକ୍ଷୁ ଓ ଅହଙ୍କାର ବାକ୍ୟବାଦି ମୁଖ ଥିଲା ଓ ଯାହାର ଆକାର ଅନ୍ୟମାନଙ୍କଠାରୁ ଦାମ୍ଭିକ ଥିଲା, ତାହାର ତଥ୍ୟ ଜାଣିବାକୁ ମୁଁ ଇଚ୍ଛା କଲି। 21ଆଉ ମୁଁ ଦେଖିଲି ସେହି ଶିଙ୍ଗ ପରମେଶ୍ୱରଙ୍କ ପବିତ୍ର ଲୋକଙ୍କୁ ଆକ୍ରମଣ କଲା ଓ ସେମାନଙ୍କୁ ବଧ କଲା। 22ତା'ପରେ ସେହି ବୃଦ୍ଧ ଲୋକଟି ଆସିଲେ ଓ ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କ ସପକ୍ଷରେ ଓ ଶିଙ୍ଗ ବିପକ୍ଷରେ ନ୍ୟାୟ ହେଲା। ଆଉ ପରମେଶ୍ୱର ସେହି ପବିତ୍ର ଲୋକମାନଙ୍କର ରାଜତ୍ୱ କରିବାର ସମୟ ଉପସ୍ଥିତ ହେଲା।
23“ଆଉ ସେ ମୋତେ ବୁଝାଇ କହିଲେ, ‘ଚତୁର୍ଥ ପଶୁ ପୃଥିବୀର ଚତୁର୍ଥ ରାଜ୍ୟ ହେବ, ତାହା ଅନ୍ୟ ସମସ୍ତ ରାଜ୍ୟଠାରୁ ଭିନ୍ନ ହେବ ଓ ସମୁଦାୟ ପୃଥିବୀକୁ ଗ୍ରାସ କରିବ। ଆଉ ପାଦରେ ଦଳି ଖଣ୍ତ ଖଣ୍ତ କରି ତାହା ଭାଙ୍ଗି ପକାଇବ। 24ପୁଣି ସେହି ଦଶ ଶିଙ୍ଗର ତାତ୍ପର୍ଯ୍ୟ ହେଉଛି ଯେ ସେହି ରାଜ୍ୟରୁ ଦଶ ରାଜା ଉତ୍ପନ୍ନ ହେବେ। ସେମାନଙ୍କ ପରେ ଆଉ ଜଣେ ଉତ୍ପନ୍ନ ହେବ ଓ ସେ ତାଙ୍କର ପୂର୍ବବର୍ତ୍ତୀମାନଙ୍କଠାରୁ ଭିନ୍ନ ହେବ ଓ ସେ ତିନି ରାଜାଙ୍କୁ ଦମନ କରିବ। 25ଏବଂ ସେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ବିରୁଦ୍ଧରେ କଥା କହିବ ଓ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କୁ ବଧ କରିବ। ଆଉ ସେ ସମୟ ଓ ଆଜ୍ଞାର ପରିବର୍ତ୍ତନ କରିବାକୁ ଚିନ୍ତା କରିବ। ସାଢ଼େ ତିନି ବର୍ଷ ପାଇଁ ସେମାନେ ତା’ ହସ୍ତରେ ସମର୍ପିତ ହେବେ।
26“‘ମାତ୍ର ବିଗ୍ଭର ସଭା ବସିବ ଓ ରାଜାଙ୍କର କର୍ତ୍ତୃତ୍ୱ କାଢ଼ି ନିଆଯିବ ଓ ରାଜ୍ୟ ସମ୍ପୂର୍ଣ୍ଣ ଭାବରେ ବିନାଶ ହେବ। 27ଆଉ ରାଜତ୍ୱ, କର୍ତ୍ତୃତ୍ୱ ଓ ରାଜ୍ୟ ସମୂହର ମହିମା ସର୍ବୋପରିସ୍ଥ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହେବ। ତାଙ୍କର ରାଜ୍ୟ ଅନନ୍ତ କାଳ ପାଇଁ ସ୍ଥାୟୀ ହେବ ଓ ଅନ୍ୟ ସମସ୍ତ ଶାସକ ଗୋଷ୍ଠୀ ତାଙ୍କର ସେବା କରିବେ ଓ ତାଙ୍କର ଆଜ୍ଞାବହ ହେବେ।’
28“ଏହିଠାରେ ମୋର ସ୍ୱପ୍ନ ଶେଷ ହେଲା। ମୁଁ ଦାନିୟେଲ ମୋର ଭାବନା ମୋତେ ଉଦ୍ବିଗ୍ନ କଲା ଓ ମୋର ମୁଖ ବିବର୍ଣ୍ଣ ହେଲା। ମାତ୍ର ମୁଁ ସେ କଥା ଅନ୍ୟ ଆଗରେ କହି ପାରିଲି ନାହିଁ।”
Currently Selected:
ଦାନିୟେଲ 7: OERV
Highlight
Copy
Compare
Share
Want to have your highlights saved across all your devices? Sign up or sign in
Odia Holy Bible: Easy-to-Read Version (OERV)
@ 2004 Bible League International