YouVersion Logo
Search Icon

ଆମୋଷ 5

5
ଇସ୍ରାଏଲ ପାଇଁ ଦୁଃଖ ସଙ୍ଗୀତ
1ହେ ଇସ୍ରାଏଲୀୟବାସୀ, ଏହି ବାର୍ତ୍ତା ଶୁଣ। ତୁମ୍ଭମାନଙ୍କ ବିଷୟରେ ଏହା ହେଉଛି ବିଳାପର ସଙ୍ଗୀତ।
2ଇସ୍ରାଏଲର କୁମାରୀ ପଡ଼ିଯାଇଛି
ଏବଂ ସେ ଆଉ ଉଠିପାରିବ ନାହିଁ।
ସେ ଏକାକିନୀ ପଡ଼ି ରହିଛି।
ସେହି ମଇଳାରୁ ତାକୁ ଉଠାଇବାକୁ କେହି ନାହିଁ।
3ସଦାପ୍ରଭୁ ମୋର ପ୍ରଭୁ ଏହି ବାକ୍ୟ କୁହନ୍ତି:
“ସହରରୁ ବାହାରକୁ ଯାଇଥିବା ଏକ ହଜାର ମଧ୍ୟରୁ
ଏକଶହ ଅବଶିଷ୍ଟ ରହିବେ,
ଏବଂ ଏକଶହ ବାହାରିଥିବା ମଧ୍ୟରୁ
ମାତ୍ର ଦଶ ଜଣ ପ୍ରତ୍ୟାବର୍ତ୍ତନ କରିବେ।”
ସଦାପ୍ରଭୁ ଇସ୍ରାଏଲକୁ ଫେରିବାକୁ ଉତ୍ସାହିତ କରନ୍ତି
4ଇସ୍ରାଏଲକୁ ସଦାପ୍ରଭୁ ଏହା ହିଁ କୁହନ୍ତି:
“ଆସ, ଆମ୍ଭର ଅନୁସନ୍ଧାନ କର ଏବଂ ବଞ୍ଚ।
5ମାତ୍ର ବୈଥଲକୁ ଖୋଜ ନାହିଁ।
ଗି‌ଲ୍‌ଗ‌ଲ୍‌କୁ ଯାଅ ନାହିଁ।
ସୀମା ଅତିକ୍ରମ କରି ବେ‌ର୍‌ଶେବାକୁ ଯାଅ ନାହିଁ।
ଗି‌ଲ୍‌ଗ‌ଲ୍‌ର ଲୋକମାନଙ୍କୁ ବନ୍ଦୀରୂପେ ନିଆଯିବ
ଏବଂ ବୈଥଲ ଧ୍ୱଂସ ହେବ।
6ସଦାପ୍ରଭୁଙ୍କ ଅନ୍ୱେଷଣ କର ଓ ବଞ୍ଚି ରୁହ।
ତୁମ୍ଭେ ଯଦି ସଦାପ୍ରଭୁଙ୍କ ନିକଟକୁ ନ ଯିବ ତାହାହେଲେ ଗୋଟିଏ ଅଗ୍ନି ସଞ୍ଚାର ହେବ
ଏବଂ ସେହି ଅଗ୍ନି ଯୋଷେଫଙ୍କ ଗୃହକୁ ଧ୍ୱଂସ କରିବ
ଏବଂ କୌଣସି ବ୍ୟକ୍ତି ବୈଥଲରେ ସେ ଅଗ୍ନିକୁ ଲିଭାଇ କରି ପାରିବେ ନାହିଁ।
7-9ପରମେଶ୍ୱର କୃତ୍ତିକାକାର ଓ ମୃଗଶୀର୍ଷ ସୃଷ୍ଟି କଲେ।
ସେ ଅନ୍ଧକାରକୁ ପ୍ରଭାତ ଆଲୋକରେ ପରିଣତ କଲେ।
ସେ ମଧ୍ୟ ଦିନକୁ
ରାତ୍ରିରେ ପରିଣତ କଲେ।
ସେ ସାଗର ଜଳକୁ ଆହ୍ୱାନ କରନ୍ତି ଓ ପୃଥିବୀ ଉପରେ ଢାଳନ୍ତି।
ତାଙ୍କର ନାମ ଯିହୋବାଃ।
ସେ କୌଣସି ଶକ୍ତିଶାଳୀ ନଗରକୁ
ବା ଦୁର୍ଗକୁ ଧ୍ୱଂସ କରି ପାରନ୍ତି।”
ଇସ୍ରାଏଲୀୟମାନେ ମନ୍ଦକାର୍ଯ୍ୟସବୁ କଲେ
ତୁମ୍ଭେମାନେ ଅମୃତକୁ ବିଷରେ ପରିଣତ କରିଛ।
ଧାର୍ମିକତାର ଅଧଃପତନ ପାଇଁ ତୁମ୍ଭେମାନେ ଦାୟୀ।
10ସହରର ଫାଟକରେ ତୁମ୍ଭେ ଭବିଷ୍ୟ‌ଦ୍‌ବକ୍ତା ଦ୍ୱାରା ଉଚ୍ଛିନ୍ନ ହେବାକୁ ଘୃଣା କର।
ତୁମ୍ଭେ ସଚ୍ଚୋଟ ବାକ୍ୟକୁ ମଧ୍ୟ ଘୃଣା କର।
11ତୁମ୍ଭେମାନେ ଦରିଦ୍ରମାନଙ୍କଠାରୁ ଅସାଧୁ ଉପାୟରେ କର ନେଉଅଛ
ଏବଂ ସେମାନଙ୍କର ଗହମ ବଳପୂର୍ବକ ନେଉଅଛ।
ତୁମ୍ଭେମାନେ କାରୁକାର୍ଯ୍ୟ ପଥରରେ ସୁନ୍ଦର ଘର ନିର୍ମାଣ କରିଛ,
କିନ୍ତୁ ତୁମ୍ଭେମାନେ ସେହି ଘରେ ରହିପାରିବ ନାହିଁ।
ତୁମ୍ଭେମାନେ ସୁନ୍ଦର ଦ୍ରାକ୍ଷାଗଛ କ୍ଷେତ୍ରରେ ଲଗାଇଛ
କିନ୍ତୁ ସେ ଦ୍ରାକ୍ଷାରସ ପାନ କରି ପାରିବ ନାହିଁ।
12ଆମ୍ଭେ ତୁମ୍ଭମାନଙ୍କର ଅନେକ ଜଘନ୍ୟ ପାପ ଜାଣୁ।
ତୁମ୍ଭେମାନେ ଧାର୍ମିକ ଲୋକଙ୍କୁ କଷ୍ଟ ଦେଲ।
ତୁମ୍ଭେ ଲାଞ୍ଚ ନେଇଛ
ଏବଂ ଦରିଦ୍ର ଲୋକଙ୍କ ପ୍ରତି ନ୍ୟାୟଳୟରେ ଅନ୍ୟାୟ ଆଚରଣ କରିଅଛ।
13ସେତେବେଳେ ଜ୍ଞାନୀ ବ୍ୟକ୍ତିମାନେ ନୀରବ ରହିବେ
କାରଣ ସମୟ ଅତି ମନ୍ଦ ଅଟେ।
14ତୁମ୍ଭେ କୁହ, ପରମେଶ୍ୱର ତୁମ୍ଭମାନଙ୍କ ସହିତ ଅଛନ୍ତି।
ତେଣୁ ତୁମ୍ଭେ ଉତ୍ତମ କାର୍ଯ୍ୟ କର।
ମନ୍ଦଠାରୁ ଦୂରେଇ ରୁହ।
ତାହାହେଲେ ସଦାପ୍ରଭୁ ପରମେଶ୍ୱର ସର୍ବଶକ୍ତିମାନ ପ୍ରକୃତରେ ତୁମ୍ଭର ସହବର୍ତ୍ତୀ ହେବେ।
15ମନ୍ଦକୁ ଘୃଣା କର, ଭଲକୁ ଆଦର କର।
ନ୍ୟାୟ ବିଗ୍ଭର କର।
ସଦାପ୍ରଭୁ ପରମେଶ୍ୱର ସର୍ବଶକ୍ତିମାନ ହୁଏତ
ଯୋଷେଫଙ୍କ ଅବଶିଷ୍ଟାଂଶ ପରିବାର ପ୍ରତି କୃପାମୟ ହୋଇପାରନ୍ତି।
ଅତି ଦୁଃଖର ସମୟ ଆସୁଛି
16ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର କୁହନ୍ତି,
“ଲୋକମାନେ ସର୍ବଶକ୍ତିମାନ ସ୍ଥାନରେ କ୍ରନ୍ଦନ କରିବେ।
ପ୍ରତ୍ୟେକ ରାସ୍ତାରେ ସେମାନେ କହିବେ ହାୟ! ହାୟ!
ସେମାନେ କୃଷକମାନଙ୍କୁ ଶୋକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବେ
ଓ ପେଷାଦାର ଶୋକକାରୀମାନଙ୍କୁ ଶୋକ କରିବାକୁ ଭଡ଼ାରେ ଆଣିବେ।”
17ସଦାପ୍ରଭୁ ଏହା ମଧ୍ୟ କହନ୍ତି:
“ଲୋକମାନେ ଦ୍ରାକ୍ଷାକ୍ଷେତ୍ରରେ କ୍ରନ୍ଦନ କରିବେ।
ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ଅତିକ୍ରମ କରିବା
ଏବଂ ତୁମ୍ଭଙ୍କୁ ଦଣ୍ତ ଦେବା।”
18ତୁମ୍ଭମାନଙ୍କ ମଧ୍ୟରୁ କେତେକ ସଦାପ୍ରଭୁଙ୍କର ବିଶେଷଦିନ ପାଇଁ ଅପେକ୍ଷା କରିଛ।
କିନ୍ତୁ ତୁମ୍ଭେ ଅପେକ୍ଷା କରିବା ଉଚିତ୍ ନୁହଁ।
ସଦାପ୍ରଭୁଙ୍କର ସେହି ବିଶେଷ ଦିବସଟି କେବଳ ଗ୍ଭରିଆଡ଼ୁ ଅନ୍ଧକାର ଆଣିବ,
ତୁମ୍ଭେ ଆଶା କରିଥିବା ଆଲୋକକୁ ନୁହେଁ।
19ସଦାପ୍ରଭୁଙ୍କର ଦିନଟି ଏପରି ସମୟ ହେବ,
ଯେତେବେଳେ ଜଣେ ବ୍ୟକ୍ତି ସିଂହ ମୁହଁରୁ ରକ୍ଷା ପାଇ
ଭାଲୁ ଦ୍ୱାରା ଆକ୍ରମିତ ହୁଏ କି
ନିଜ ଘରର କାନ୍ଥରେ ହାତ ରଖି ବିଶ୍ରାମ ନେବା ସମୟରେ ଦନ୍ତଘାତ ହୁଏ।
20ସଦାପ୍ରଭୁଙ୍କର ବିଶେଷଦିନଟି
ଆନନ୍ଦର ଦିନ ନ ହୋଇ ଦୁଃଖମୟ ହେବ।
ଏହା ଆଲୋକିତ ନ ହୋଇ ଅନ୍ଧକାର ପୂର୍ଣ୍ଣ ହେବ।
ସଦାପ୍ରଭୁ ଇସ୍ରାଏଲୀୟଙ୍କ ଉପାସନାକୁ ପ୍ରତ୍ୟାଖ୍ୟାନ କଲେ
21“ଆମ୍ଭେ ତୁମ୍ଭମାନଙ୍କର ପର୍ବ ଦିନକୁ ଘୃଣା କରୁ।
ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ଧାର୍ମିକ ମହାସଭାକୁ ଗ୍ରହଣ କରୁ ନାହୁଁ।
22ଏପରିକି ତୁମ୍ଭେ ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଅର୍ପଣ କଲେ ହେଁ
ଆମ୍ଭେ ସେଗୁଡ଼ିକୁ ଗ୍ରହଣ କରିବା ନାହିଁ।
ଆଉ ମଧ୍ୟ ମଙ୍ଗଳ ବିଧାନ ପାଇଁ ବଳି ଯୋଗ୍ୟ ପୁଷ୍ଟ ପଶୁଗଣ ପ୍ରତି
ଆମ୍ଭେ ଦୃଷ୍ଟି ଦେବା ନାହିଁ।
23ତୁମ୍ଭମାନଙ୍କର ସେହି ଉଚ୍ଚସ୍ୱର ସଙ୍ଗୀତ ବନ୍ଦ କର।
କାରଣ ଆମ୍ଭେ ସେଗୁଡ଼ିକୁ ଶୁଣିବାକୁ ଗ୍ଭହୁଁ ଓ ତୁମ୍ଭର ବୀଣାବାଦନଗୁଡ଼ିକ ଦୂର କର।
24ତୁମ୍ଭର ନ୍ୟାୟ ବିଗ୍ଭରଧାରା ପ୍ରବାହିତ ଜଳ ସଦୃଶ ହେବା ଉଚିତ୍
ଏବଂ ଧାର୍ମିକତା ଗୋଟିଏ ଝରଣା ପରି ହେବା ଉଚିତ୍।
ଯାହା କେବେ ଶୁଖେ ନାହିଁ।
25ହେ ଇସ୍ରାଏଲୀୟମାନେ, ତୁମ୍ଭେମାନେ ଦୀର୍ଘ ଗ୍ଭଳିଶ୍ ବର୍ଷ ମରୁଭୂମିରେ ଥିଲା ବେଳେ
ତୁମ୍ଭର ସେବା ଓ ବଳିଦାନ ଆମ୍ଭକୁ ଦେଇଥିଲ କି?
26ତୁମ୍ଭେ ସିକୂତକୁ ତୁମ୍ଭର ରାଜା ରୂପେ
ଏବଂ କୀୟନଙ୍କୁ ତୁମ୍ଭର ତାରକା ସଦାପ୍ରଭୁ ରୂପେ
ତୁମ୍ଭେ ନିଜେ ତିଆରି କରିଛ।
27ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଦମ୍ମେଶକ ସହରର
ବହୁତ ଦୂରକୁ ବନ୍ଦୀକରି ନିର୍ବାସିତ କରାଇବା।”
ସର୍ବଶକ୍ତିମାନ ପରମେଶ୍ୱର
ଏହି କଥା କହିଲେ।

Currently Selected:

ଆମୋଷ 5: OERV

Highlight

Copy

Compare

Share

None

Want to have your highlights saved across all your devices? Sign up or sign in