ପ୍ରେରିତ 25
25
ପାଉଲଙ୍କର କାଇସରୀଆ ଦେଖିବା ଇଚ୍ଛା
1ତା'ପରେ ଫେଷ୍ଟ ରାଜ୍ୟପାଳ ହେଲେ। ସେ ସେହି ପ୍ରଦେଶରେ ତିନି ଦିନ ରହିଲେ ଓ ତା'ପରେ କାଇସରୀଆରୁ ଯିରୁଶାଲମ ଗ୍ଭଲିଗଲେ। 2ସେଠାରେ ମୁଖ୍ୟ ଯାଜକମାନେ ଓ ଅନ୍ୟ ଯିହୂଦୀ ନେତାମାନେ ତାହାଙ୍କୁ ସାକ୍ଷାତ କରି ପାଉଲଙ୍କ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ଆଗତ କଲେ। 3ସେମାନେ ପାଉଲଙ୍କୁ ଯିରୁଶାଲମକୁ ପଠାଇଦେବା ପାଇଁ ତାହାଙ୍କୁ ଅନୁରୋଧ କଲେ। କାରଣ ସେମାନେ ତାହାଙ୍କୁ ରାସ୍ତାରେ ହତ୍ୟା କରିବାର ଷଡ଼ଯନ୍ତ୍ର କରିଥିଲେ। 4କିନ୍ତୁ ଫେଷ୍ଟ କହିଲେ, “ପାଉଲ କାଇସରୀଆରେ ରହିବେ ଓ ମୁଁ ଶୀଘ୍ର ଯାଇ ପହଞ୍ଚିବି। 5ତୁମ୍ଭମାନଙ୍କ ମଧ୍ୟରୁ କେତେକ ନେତା ମଧ୍ୟ ମୋ’ ସହିତ ଗ୍ଭଲନ୍ତୁ। ଯଦି ପାଉଲ କିଛି ଭୁଲ୍ କରିଛନ୍ତି, ତେବେ ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ ଆଣନ୍ତୁ।”
6ତା'ପରେ ଫେଷ୍ଟ ସେମାନଙ୍କ ସହିତ ଆଠ ଦଶ ଦିନ ରହି କାଇସରୀଆକୁ ଗ୍ଭଲିଗଲେ। ତହିଁ ଆରଦିନ ସେ ବିଗ୍ଭର ଆସନରେ ବସିଲେ, ଓ ପାଉଲଙ୍କୁ ଡକାଇ ପଠାଇଲେ। 7ପାଉଲ କୋଠରୀକୁ ଆସିବା ପରେ ଯିରୁଶାଲମରୁ ଯେଉଁ ଯିହୂଦୀମାନେ ଆସିଥିଲେ, ସେମାନେ ତାହାଙ୍କ ଗ୍ଭରିପାଖେ ଠିଆ ହୋଇଗଲେ। ସେମାନେ ତାହାଙ୍କ ବିରୁଦ୍ଧରେ ବହୁଗୁରୁତର ଅଭିଯୋଗମାନ କଲେ, କିନ୍ତୁ କିଛି ପ୍ରମାଣ କରି ପାରିଲେ ନାହିଁ। 8ପାଉଲ ଆତ୍ମରକ୍ଷାର ସୁଯୋଗ ପାଇ ଉତ୍ତର ଦେଲେ, “ମୁଁ ଯିହୂଦୀୟ ବ୍ୟବସ୍ଥା କି ମନ୍ଦିର କି କାଇସରଙ୍କ ବିରୁଦ୍ଧରେ କୌଣସି ଦୋଷ କରି ନାହିଁ।”
9କିନ୍ତୁ ଫେଷ୍ଟ ଯିହୂଦୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଗ୍ଭରିଲେ, “ତୁମ୍ଭେ ମୋ’ ଦ୍ୱାରା ଏହି ଅଭିଯୋଗ ସମ୍ବନ୍ଧରେ ବିଗ୍ଭର କରାଯିବା ପାଇଁ ଯିରୁଶାଲମ ଯିବା ପାଇଁ କି?”
10ପାଉଲ କହିଲେ, “ମୁଁ ବର୍ତ୍ତମାନ କାଇସରଙ୍କ ବିଗ୍ଭର ଆସନ ସମ୍ମୁଖରେ ଠିଆ ହୋଇଛି। ଏଠାରେ ହିଁ ମୋର ବିଗ୍ଭର ହେବ। ମୁଁ ଯିହୂଦୀୟମାନଙ୍କ ପ୍ରତି କୌଣସି ଭୁଲ୍ କରି ନାହିଁ, ଏହା ଆପଣ ଜାଣନ୍ତି। 11ମୁଁ ଯଦି କୌଣସି ଦୋଷ କରିଥାଏ, ଓ ମୃତ୍ୟୁ ଯୋଗ୍ୟ କୌଣସି କାର୍ଯ୍ୟ କରିଥାଏ, ତେବେ ମୁଁ ମୃତ୍ୟୁ ବରଣ କରିବା ପାଇଁ ପ୍ରସ୍ତୁତ ଅଛି। କିନ୍ତୁ ଯଦି ଏ ଅଭିଯୋଗକାରୀ ମାନଙ୍କର କଥାରେ ସତ୍ୟତା ନାହିଁ ତେବେ ମୋତେ କେହି ସେମାନଙ୍କ ହାତରେ ସମର୍ପଣ କରି ପାରିବେ ନାହିଁ। ତେଣୁ ମୁଁ କାଇସରଙ୍କ ନିକଟରେ ବିଗ୍ଭର ପାଇଁ ଆବେଦନ କରୁଛି।”
12ଫେଷ୍ଟ ତାହାଙ୍କ ପରାମର୍ଶ ଦାତାମାନଙ୍କ ସହିତ ଏ ବିଷୟରେ କଥା ହେଲେ। ସେ କହିଲେ, “ତୁମ୍ଭେ କାଇସରଙ୍କ ନିକଟରେ ଆବେଦନ କରିଛ। ତେଣୁ ତୁମ୍ଭେ ତାହାଙ୍କ ନିକଟକୁ ଯିବ।”
ପାଉଲ ହେରୋଦ ଆଗ୍ରିପ୍ପାଙ୍କ ସାମନାରେ ଉପସ୍ଥିତ ହେଲେ
13କିଛି ଦିନ ପରେ ଆଗ୍ରିପ୍ପା ରାଜା ଓ ରାଣୀ ବର୍ଣ୍ଣୀକୀ ଫେଷ୍ଟଙ୍କ ସାଙ୍ଗରେ ଦେଖା କରିବାକୁ କାଇସରୀଆ ନଗରକୁ ଗଲେ। 14ସେମାନେ ସେହି ସ୍ଥାନରେ ବହୁତ ଦିନ ରହିଲେ। ଫେଷ୍ଟ ରାଜାଙ୍କ ଆଗରେ ପାଉଲଙ୍କ ଅଭିଯୋଗ ବିଷୟରେ କହିଲେ। ସେ ତାହାଙ୍କୁ କହିଲେ, “ଏଠାରେ ଜଣେ ଲୋକ ଅଛି। ଫେଲୀକ୍ସ୍ ତାକୁ ବନ୍ଦୀ ରୂପେ ରଖି ଯାଇଛନ୍ତି। 15ମୁଁ ଯିରୁଶାଲମରେ ରହିବା ସମୟରେ ମୁଖ୍ୟ ଯାଜକମାନେ ଓ ଯିହୂଦୀମାନଙ୍କ ପ୍ରାଚୀନମାନେ ମୋ’ ନିକଟରେ ତା’ ବିରୁଦ୍ଧରେ ଅଭିଯୋଗ କରିଥିଲେ। ସେମାନେ ତା'ର ମୃତ୍ୟୁଦଣ୍ଡ ଗ୍ଭହୁଁଥିଲେ। 16ମୁଁ ସେମାନଙ୍କୁ ଉତ୍ତର ଦେଲି, ‘ଯେତେବେଳେ କୌଣସି ବ୍ୟକ୍ତି କୌଣସି ଦୋଷ ପାଇଁ ଅଭିଯୁକ୍ତ ହୁଏ, ସେ ନିଜ ଅଭିଯୋଗକାରୀମାନଙ୍କର ମୁଖାମୁଖି ନ ହେବା ପର୍ଯ୍ୟନ୍ତ ଓ ନିଜ ବିରୁଦ୍ଧରେ ଆଗତ ଅଭିଯୋଗର ଉତ୍ତର ନ ଦେବା ପର୍ଯ୍ୟନ୍ତ ରୋମୀୟମାନେ ସେହି ଲୋକକୁ ଅନ୍ୟ କାହାକୁ ବିଗ୍ଭର ପାଇଁ ଦିଅନ୍ତି ନାହିଁ।’
17“ତେଣୁ ଏହି ଯିହୂଦୀୟମାନେ ବିଗ୍ଭର ପାଇଁ କାଇସରୀଆକୁ ଆଣିବାର ମୁଁ ସମୟ ନଷ୍ଟ ନ କରି ତହିଁ ଆରଦିନ ବିଗ୍ଭର ସ୍ଥାନରେ ବସିଲି ଓ ସେହି ଲୋକକୁ ବିଗ୍ଭରାଳୟକୁ ଆଣିବା ପାଇଁ ଆଦେଶ ଦେଲି। 18ଯିହୂଦୀମାନେ ଠିଆ ହୋଇ ତାହାଙ୍କୁ ଦୋଷୀ କଲେ। କିନ୍ତୁ କୌଣସି ଖରାପ ଅପରାଧ ପାଇଁ ସେମାନେ ତାକୁ ଅଭିଯୁକ୍ତ କରି ପାରିଲେ ନାହିଁ। 19ତା’ ପରିବର୍ତ୍ତେ ସେମାନେ କେବଳ ନିଜ ଧର୍ମ ଓ ଯୀଶୁ ନାମକ ଜଣେ ମୃତ ବ୍ୟକ୍ତି ବିଷୟରେ ଯୁକ୍ତିତର୍କ କଲେ। କିନ୍ତୁ ପାଉଲ ଯୀଶୁଙ୍କୁ ଜୀବିତ ବୋଲି ଦାବୀ କଲେ। 20ମୁଁ ଏ ସବୁ ବିଷୟରେ ବେଶି ଜାଣି ନ ଥିଲି। ତେଣୁ ମୁଁ କିଛି ପ୍ରଶ୍ନ ପଗ୍ଭରିଲି ନାହିଁ। ମୁଁ ପାଉଲଙ୍କୁ ପଗ୍ଭରିଲି, ‘ଏହି ଅଭିଯୋଗଗୁଡ଼ିକର ବିଗ୍ଭର ପାଇଁ ତୁମ୍ଭେ ଯିରୁଶାଲମ ଯିବାକୁ ଗ୍ଭହୁଁଛ କି?’ 21କିନ୍ତୁ ପାଉଲ ବନ୍ଦୀଗୃହରେ ରହିବା ପାଇଁ ଓ ସମ୍ରାଟଙ୍କ ଦ୍ୱାରା ବିଗ୍ଭର ହେବା ପାଇଁ ଅନୁରୋଧ କଲେ। ତେଣୁ ମୁଁ ତାହାକୁ ସମ୍ରାଟଙ୍କ ପାଖକୁ ପଠାଇବାର ବ୍ୟବସ୍ଥା କରିବା ପର୍ଯ୍ୟନ୍ତ ବନ୍ଦୀଗୃହରେ ରହିବା ପାଇଁ ଆଦେଶ ଦେଲି।”
22ତା'ପରେ ଆଗ୍ରିପ୍ପା ଫେଷ୍ଟଙ୍କୁ କହିଲେ, “ମୁଁ ସେହି ଲୋକଠାରୁ ନିଜେ ଶୁଣିବାକୁ ଗ୍ଭହେଁ।”
ଫେଷ୍ଟ କହିଲେ, “ଆପଣ ଆସନ୍ତା କାଲି ତା'ଠାରୁ ଶୁଣିବେ।”
23ତହିଁ ଆରଦିନ ଆଗ୍ରିପ୍ପା ଓ ବର୍ଣ୍ଣୀକୀ ମହାଆଡ଼ମ୍ବରେ ଉଚ୍ଚପଦସ୍ଥ ସାମରିକ କର୍ମଗ୍ଭରି ତଥା ନଗରର ମୁଖ୍ୟ ବ୍ୟକ୍ତିଙ୍କ ସହିତ ବିଗ୍ଭରାଳୟରେ ପ୍ରବେଶ କଲେ। ଫେଷ୍ଟଙ୍କ ଆଦେଶ ଅନୁଯାୟୀ ପାଉଲଙ୍କୁ ସେଠାକୁ ଅଣାଗଲା।
24ତା'ପରେ ଫେଷ୍ଟ କହିଲେ, “ହେ ରାଜା ଆଗ୍ରିପ୍ପା ଓ ଉପସ୍ଥିତ ଭଦ୍ର ବ୍ୟକ୍ତି ବୃନ୍ଦ, ଏ ହେଉଛନ୍ତି ସେହି ଲୋକ, ଯାହାଙ୍କ ବିଷୟରେ ଉଭୟ ଯିରୁଶାଲମ ଓ ଏଠାରେ ଥିବା ସମସ୍ତ ଯିହୂଦୀୟ ଲୋକମାନେ ମୋ’ ନିକଟରେ ଚିତ୍କାର କରି ଆବେଦନ କରିଛନ୍ତି ଯେ, ତାହାକୁ ଆଉ ବଞ୍ଚିରହିବାକୁ ଦିଆ ନ ଯାଉ। 25କିନ୍ତୁ ମୁଁ ଯେତେବେଳେ ତାହାଙ୍କର ବିଗ୍ଭର କଲି ସେତେବେଳେ ତାହାଙ୍କର କିଛି ଭୁଲ୍ ଦେଖିଲି ନାହିଁ। ତାହାଙ୍କୁ ମୃତ୍ୟୁଦଣ୍ଡ ଦେଲା ଭଳି କୌଣସି କାରଣ ଦେଖିଲି ନାହିଁ। ସେ ସମ୍ରାଟଙ୍କ ନିକଟରେ ବିଗ୍ଭରିତ ହେବା ପାଇଁ ଆବେଦନ କରିଥିବାରୁ ମୁଁ ତାହାକୁ ରୋମ୍ ପାଠାଇବା ପାଇଁ ସ୍ଥିର କଲି। 26କିନ୍ତୁ ମୁଁ ପ୍ରକୃତରେ ଜାଣି ପାରୁ ନାହିଁ, ସମ୍ରାଟଙ୍କୁ ତା’ ବିଷୟରେ କ’ଣ ଲେଖିବି? ତେଣୁ ମୁଁ ତାକୁ ଆପଣମାନଙ୍କ ପାଖକୁ ଓ ହେ ରାଜା ଆଗ୍ରିପ୍ପା ବିଶେଷକରି ଆପଣଙ୍କ ପାଖକୁ ଆଣିଛି। ମୋର ଆଶା, ଆପଣ ତାକୁ ପ୍ରଶ୍ନ ପଗ୍ଭରି ପାରିବେ, ଓ କାଇସରଙ୍କୁ ଲେଖିବା ପାଇଁ ମୋତେ କିଛି କହିବେ। 27ତେଣୁ ମୁଁ ଭାବୁଛି, ଜଣେ ବନ୍ଦୀ ବିରୁଦ୍ଧରେ କୌଣସି ଅଭିଯୋଗ ନ ଲେଖି ସମ୍ରାଟଙ୍କ ପାଖକୁ ପଠାଇବା ମୋର ମୂର୍ଖାମୀ ହେବ।”
Currently Selected:
ପ୍ରେରିତ 25: OERV
Highlight
Share
Compare
Copy
Want to have your highlights saved across all your devices? Sign up or sign in
Odia Holy Bible: Easy-to-Read Version (OERV)
@ 2004 Bible League International