YouVersion Logo
Search Icon

ପ୍ରେରିତ 18

18
ପାଉଲ କରିନ୍ଥୀରେ
1ପାଉଲ ଆଥୀନୀ ନଗର ଛାଡ଼ି କରିନ୍ଥ ନଗରକୁ ଆସିଲେ। 2ସେଠାରେ ସେ ପନ୍ତ ଦେଶୀୟ ଆକ୍ୱିଲା ନାମକ ଜଣେ ଯିହୂଦୀୟକୁ ଭେଟିଲେ। ସେ ତା'ର ସ୍ତ୍ରୀ ପ୍ରୀସ୍କିଲ୍ଲା ସହିତ ସଦ୍ୟ ଇତାଲିଆ ଦେଶରୁ ଆସିଥିଲେ। ସେ ସମୟରେ କ୍ଳାଉଦିଆ ସମ୍ରାଟ ସମସ୍ତ ଯିହୂଦୀୟମାନଙ୍କୁ ରୋମ୍ ଛାଡ଼ି ଗ୍ଭଲିଯିବା ପାଇଁ ଆଦେଶ ଦେଇଥିଲେ। ତେଣୁ ସେମାନେ ଇତାଲିଆ ଛାଡ଼ି ଗ୍ଭଲିଆସି ଥିଲେ। ପାଉଲ ସେମାନଙ୍କୁ ଦେଖିବା ପାଇଁ ଯାଇଥିଲେ। 3ସେମାନେ ତମ୍ବୁ ବ୍ୟବସାୟୀ ଥିଲେ। ପାଉଲ ମଧ୍ୟ ସେହି ବ୍ୟବସାୟୀ ଥିଲେ। ତେଣୁ ସେ ମଧ୍ୟ ସେମାନଙ୍କ ସହିତ ରହି ସେହି କାମ କଲେ।
4ପାଉଲ ପ୍ରତି ବିଶ୍ରାମବାର ଦିନ ସମାଜସଭାଗୃହରେ ଯିହୂଦୀୟ ଓ ଗ୍ରୀ‌କ୍‌‌ମାନଙ୍କ ସହିତ ଚର୍ଚ୍ଚା କରୁଥିଲେ ଓ ଉପଦେଶ ଦ୍ୱାରା ସେମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରୁଥିଲେ। 5ଶୀଲା ଓ ତୀମଥି ମାକିଦନିଆରୁ କରିନ୍ଥକୁ ଆସିବା ପରେ ପାଉଲ ତାହାଙ୍କର ସବୁ ସମୟ ସୁସମାଗ୍ଭର ପ୍ରଗ୍ଭର କରିବାରେ ଦେଲେ। ସେ ଯିହୂଦୀମାନଙ୍କ ଆଗରେ ପ୍ରମାଣିତ କରିଦେଲେ ଯେ, ଯୀଶୁ ଖ୍ରୀଷ୍ଟ ଅଟନ୍ତି। 6କିନ୍ତୁ ସେମାନେ ଯେତେବେଳେ ତାହାଙ୍କୁ ବାଧା ଦେଲେ ଓ ନାନା ଖରାପ କଥା କହିଲେ, ପାଉଲ ଏହାର ବିରୁଦ୍ଧରେ ନିଜର ଲୁଗାପଟାର ଧୂଳି ଝାଡ଼ି ଦେଲେ। ସେ କହିଲେ, “ଯଦି ତୁମ୍ଭେମାନେ ଉଦ୍ଧାର ପାଉ ନାହଁ ତାହାହେଲେ ଏହା ମୋର ଦୋଷ ନୁହେଁ। ମୁଁ ସମସ୍ତ ଚେଷ୍ଟା କରି ସାରିଛି। ମୁଁ ଏବେଠାରୁ ଅଣଯିହୂଦୀମାନଙ୍କ ପାଖକୁ ଯିବି।”
7ପାଉଲ ସମାଜଗୃହ ଛାଡ଼ି ସତ୍ୟ ପରମେଶ୍ୱରଙ୍କର ଜଣେ ଉପାସକ ତୀତସ ଯୁସ୍ତଙ୍କ ଘରକୁ ଗଲେ। ତାହାଙ୍କ ଘର ସମାଜଗୃହ ପାଖରେ ଥିଲା। 8କ୍ରୀଷ୍ପ ସେ ସମାଜଗୃହର ମୁଖ୍ୟ ଥିଲେ। ସେ ଓ ତାହାଙ୍କର ପରିବାରର ସମସ୍ତେ ପ୍ରଭୁଙ୍କୁ ବିଶ୍ୱାସ କଲେ। ଅନେକ କରିନ୍ଥୀୟ ଲୋକମାନେ ପାଉଲଙ୍କ ଶିକ୍ଷା ଶୁଣିଲେ, ବିଶ୍ୱାସ କଲେ ଓ ବାପ୍ତିଜିତ ହେଲେ।
9ଦିନେ ରାତିରେ ପ୍ରଭୁ ପାଉଲଙ୍କୁ ସ୍ୱପ୍ନରେ କହିଲେ, “ଭୟ କର ନାହିଁ। ନୀରବ ରୁହ ନାହିଁ। କଥା କୁହ। 10ମୁଁ ତୁମ୍ଭ ସହିତ ଅଛି। କେହି ତୁମ୍ଭର କିଛି କ୍ଷତି କରିବେ ନାହିଁ। ମୋର ଅନେକ ଲୋକ ଏ ନଗରରେ ଅଛନ୍ତି।” 11ତେଣୁ ପାଉଲ ସେଠାରେ ଦେଢ଼ ବର୍ଷ ପର୍ଯ୍ୟନ୍ତ ରହିଲେ ଓ ସେମାନଙ୍କୁ ପରମେଶ୍ୱରଙ୍କ ସୁସମାଗ୍ଭର ବିଷୟରେ ଉପଦେଶ ଦେଲେ।
ପାଉଲଙ୍କୁ ଗାଲ୍ଲିୟୋ‌ନଙ୍କ ସମ୍ମୁଖକୁ ଅଣା ଯିବା
12ଗାଲ୍ଲିୟୋନ୍ ଆଖାୟାର ରାଜ୍ୟପାଳ ହେଲେ। ସେ ସମୟରେ ଯିହୂଦୀୟମାନେ ମିଳିତ ଭାବରେ ଚେଷ୍ଟା କରି ପାଉଲଙ୍କୁ ଆକ୍ରମଣ କଲେ। ସେମାନେ ତାହାଙ୍କୁ ଅଦାଲତକୁ ନେଇଗଲେ। 13ସେମାନେ କହିଲେ, “ଏହି ଲୋକ ଯେଉଁ ଉପାୟରେ ପରମେଶ୍ୱରଙ୍କ ଉପାସନା କରିବା ପାଇଁ ଲୋକମାନଙ୍କୁ ମତାଇ ଅଛି, ତାହା ଆମ୍ଭ ବ୍ୟବସ୍ଥାର ବିରୁଦ୍ଧ ଅଟେ।”
14ପାଉଲ କହିବା ଆରମ୍ଭ କହିବା ମାତ୍ରେ ଗାଲ୍ଲିୟୋନ୍ ଯିହୂଦୀୟମାନଙ୍କୁ କହିଲେ, “ଯଦି ଏହା କୌଣସି ଅପରାଧ ବା କୌଣସି ସାଂଘାତିକ ଦୁର୍ବ୍ୟବହାର ବିଷୟରେ ଅଭିଯୋଗ ହୋଇଥା’ନ୍ତା, ତେବେ ତୁମ୍ଭମାନଙ୍କର କଥା ଶୁଣିବା ମୋର କର୍ତ୍ତବ୍ୟ ହୋଇଥା’ନ୍ତା, 15କିନ୍ତୁ ତୁମ୍ଭ ବ୍ୟବସ୍ଥାରେ ଲେଖାଥିବା ବାକ୍ୟ ଓ ନାମ ବିରୁଦ୍ଧରେ ଏହି ବଚସା ସୃଷ୍ଟି ହୋଇଥିବାରୁ ତୁମ୍ଭେମାନେ ନିଜେ ନିଜେ ଏହାର ସମାଧାନ କର। ଏହିସବୁ ବିଷୟରେ ମୁଁ କୌଣସି ବିଗ୍ଭର କରିବି ନାହିଁ।” 16ସେ ଏହା କହି ସେମାନଙ୍କୁ ଅଦାଲତରୁ ବାହାର କରିଦେଲେ।
17ତା'ପରେ ସେମାନେ ସମାଜଗୃହର ପ୍ରଧାନ କର୍ତ୍ତା ସୋସ୍ଥନାଙ୍କୁ ଧରିନେଇ ଅଦାଲତ ସାମନାରେ ପିଟିଲେ। କିନ୍ତୁ ଗାଲ୍ଲିୟୋନ୍ ଏଥି ପ୍ରତି ମୋଟେ ଦୃଷ୍ଟି ଦେଲେ ନାହିଁ।
ପାଉଲଙ୍କ ଆନ୍ତିୟଖିଆକୁ ଫେରିବା
18ପାଉଲ ସେଠାରେ ଭାଇମାନଙ୍କ ସହିତ ଅନେକ ଦିନ ରହିଲେ। ତା'ପରେ ସେ ବିଦାୟ ନେଇ ଜଳପଥରେ ସୁରିଆ ଦେଶକୁ ଗଲେ। ତାହାଙ୍କ ସହିତ ପ୍ରୀସ୍କିଲ୍ଲା ଓ ଆକ୍ୱିଲା ମଧ୍ୟ ଗଲେ। ପରମେଶ୍ୱରଙ୍କ ନିକଟରେ ଏକ ଶପଥ କରିଥିବାରୁ ପାଉଲ କେଙ୍କ୍ରେୟାରେ ଲଣ୍ଡା ହେଲେ। 19ତା'ପରେ ସେମାନେ ଏଫିସ ନଗରରେ ପହଞ୍ଚିଲେ। ସେଠାରେ ପାଉଲ ପ୍ରୀସ୍କିଲ୍ଲା ଓ ଆକ୍ୱିଲାଙ୍କୁ ଛାଡ଼ି ନିଜେ ସମାଜଗୃହରେ ପ୍ରବେଶ କଲେ ଓ ଯିହୂଦୀୟମାନଙ୍କ ସହିତ କଥାବାର୍ତ୍ତା କଲେ। 20ସେମାନେ ତାହାଙ୍କୁ ସେଠାରେ ଆଉ କିଛି ଦିନ ରହିବାକୁ କହିଲେ, କିନ୍ତୁ ସେ ରାଜି ହେଲେ ନାହିଁ। 21ସେ ଗଲାବେଳେ କହିଲେ, “ଯଦି ପରମେଶ୍ୱର ଗ୍ଭହାନ୍ତି, ତେବେ ମୁଁ ପୁଣି ତୁମ୍ଭମାନଙ୍କ ପାଖକୁ ଆସିବି।” ତା'ପରେ ସେ ଜଳପଥରେ ଏଫିସରୁ ବିଦାୟ ନେଲେ।
22ପାଉଲ କାଇସରୀଆରେ ପହଞ୍ଚି ଯିରୁଶାଲମର ମଣ୍ଡଳୀକୁ ଯାଇ ସେମାନଙ୍କ ସହିତ ସାକ୍ଷାତ କଲେ। ତା'ପରେ ସେ ଆନ୍ତିୟଖିଆ ନଗରକୁ ଗଲେ। 23ସେଠାରେ ପାଉଲ କିଛିଦିନ ରହିଲେ। ତା'ପରେ ସେ ଗାଲାତୀୟ ଓ ଫ୍ରୁଗିଆ ଅଞ୍ଚଳକୁ ଗ୍ଭଲିଗଲେ। ସେଠାରେ ସେ ସହରରୁ ସହର ବୁଲି ଯୀଶୁଙ୍କର ସମସ୍ତ ଶିଷ୍ୟମାନଙ୍କୁ ବଳବାନ୍ କଲେ।
ଏଫିସ ଓ କରିନ୍ଥରେ ଆପଲ୍ଲ
24ଆପଲ୍ଲ ନାମକ ଜଣେ ଯିହୂଦୀୟ ସେଠାରେ ଥିଲେ। ତାହାଙ୍କର ଜନ୍ମସ୍ଥାନ ଆଲେ‌କ୍‌ଜାଣ୍ଡ୍ରିୟା। ସେ ଏଫିସ ନଗରକୁ ଆସିଲେ। ସେ ଜଣେ ଅତି ଭଲ ବକ୍ତାଥିଲେ। ଧର୍ମଶାସ୍ତ୍ରରେ ତାହାଙ୍କର ବହୁତ ଭଲ ଜ୍ଞାନ ଥିଲା। 25ତାହାଙ୍କୁ ପ୍ରଭୁଙ୍କ ପଥ ବିଷୟରେ ଶିକ୍ଷା ଦିଆଯାଇଥିଲା ଓ ସେ ଉତ୍ସାହଜନକ ଆତ୍ମାରେ ପୂର୍ଣ୍ଣ ହୋଇ କଥା କହୁଥିଲେ। କେବଳ ଯୋହନଙ୍କର ବାପ୍ତିସ୍ମ ବିଷୟରେ ଜାଣିଥିଲେ ମଧ୍ୟ ସେ ଯୀଶୁଙ୍କ ବିଷୟରେ ସମ୍ପୂର୍ଣ୍ଣ ଶିକ୍ଷା ଠିକ୍ ଭାବରେ ଦେଉଥିଲେ। 26ସେ ନିର୍ଭୟରେ ସମାଜଗୃହରେ କହିବା ଆରମ୍ଭ କଲେ। ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ କଥା ଶୁଣି ତାହାଙ୍କୁ ନିଜ ପାଖକୁ ନେଇ ଆସିଲେ। ସେମାନେ ପରମେଶ୍ୱରଙ୍କ ପଥ ବିଷୟରେ ଆହୁରି ପରିଷ୍କାର ଭାବରେ ତାହାଙ୍କୁ ବୁଝାଇ ଦେଲେ।
27ସେ ଯେତେବେଳେ ଆଖାୟାକୁ ବାହାରିଲେ, ସେତେବେଳେ ଭାଇମାନେ ତାହାଙ୍କୁ ଉତ୍ସାହିତ କଲେ। ସେମାନେ ତାହାଙ୍କୁ ସ୍ୱାଗତ କରିବା ପାଇଁ ଶିଷ୍ୟମାନଙ୍କୁ ପତ୍ର ଲେଖିଲେ। ସେ ସେଠାରେ ପହଞ୍ଚି ପରମେଶ୍ୱରଙ୍କ ଅନୁଗ୍ରହରେ ବିଶ୍ୱାସ କରିଥିବା ଲୋକମାନଙ୍କର ବହୁତ ସାହାଯ୍ୟ କଲେ। 28କାରଣ ସେ ଯିହୂଦୀମାନଙ୍କ ସହିତ ସର୍ବସାଧାରଣରେ ଦୃଢ଼ଭାବେ ଯୁକ୍ତିତର୍କ କରି ସେମାନଙ୍କୁ ପରାସ୍ତ କଲେ ଓ ଧର୍ମଶାସ୍ତ୍ରରୁ ପ୍ରମାଣ କରି ଦେଖାଇ ଦେଲେ ଯେ କେବଳ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି।

Highlight

Share

Compare

Copy

None

Want to have your highlights saved across all your devices? Sign up or sign in