ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 29
29
ତୂରୀଧ୍ୱନୀ ପର୍ବର ନୈବେଦ୍ୟ
1ଆଉ ସପ୍ତମ ମାସର ପ୍ରଥମ ଦିନରେ ତୁମ୍ଭମାନଙ୍କର ଗୋଟିଏ ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ; ସେହି ଦିନ ତୁମ୍ଭମାନଙ୍କ ପ୍ରତି ତୂରୀଧ୍ୱନିର ଦିନ। 2ପୁଣି, ତୁମ୍ଭେମାନେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ ନିଖୁନ୍ତ ଏକ ପୁଂଗୋବତ୍ସ, ଏକ ମେଷ ଓ ଏକବର୍ଷୀୟ ସାତ ମେଷବତ୍ସ; 3ଆଉ ତହିଁର ଭକ୍ଷ୍ୟ-ନୈବେଦ୍ୟ ରୂପେ ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ, ଏକ ମେଷ ନିମନ୍ତେ ଦୁଇ ଦଶମାଂଶ 4ଓ ସାତ ମେଷବତ୍ସର ଏକ ଏକ ବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ଉତ୍ସର୍ଗ କରିବ; 5ପୁଣି, ଆପଣାମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପାପାର୍ଥକ ବଳି ରୂପେ ଏକ ଛାଗ ଉତ୍ସର୍ଗ କରିବ। 6ଏହି ସମସ୍ତ, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅମାବାସ୍ୟାର ହୋମ ଓ ତହିଁର ଅଗ୍ନିକୃତ ଉପହାରର ତୁଷ୍ଟିଜନକ ଆଘ୍ରାଣାର୍ଥେ ଭକ୍ଷ୍ୟ-ନୈବେଦ୍ୟ ଓ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ-ନୈବେଦ୍ୟ ପୁଣି, ବିଧିମତେ ଉଭୟର ପେୟ-ନୈବେଦ୍ୟ, ବ୍ୟତୀତ ଉତ୍ସର୍ଗ କରିବ।
ପ୍ରାୟଶ୍ଚିତ୍ତ ଦିନର ନୈବେଦ୍ୟ
7ଆହୁରି ସେହି ସପ୍ତମ ମାସର ଦଶମ ଦିନରେ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବ; ପୁଣି, ତୁମ୍ଭେମାନେ କୌଣସି ପ୍ରକାର ଖାଦ୍ୟ ଭୋଜନ କରିବ ନାହିଁ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ; 8ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ହୋମବଳି ରୂପେ ଏକ ପୁଂଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ସାତ ମେଷବତ୍ସ, ତୁମ୍ଭ ପ୍ରତି ଏମାନେ ନିଖୁନ୍ତ ହେବେ; 9ପୁଣି, ତହିଁର ଭକ୍ଷ୍ୟ-ନୈବେଦ୍ୟ ରୂପେ ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ, ଏକ ମେଷ ନିମନ୍ତେ ଦୁଇ ଦଶମାଂଶ 10ଓ ସାତ ମେଷବତ୍ସର ଏକ ଏକ ମେଷବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା; 11ପୁଣି, ପାପାର୍ଥକ ବଳି ରୂପେ ଏକ ଛାଗ ଏହି ସମସ୍ତ ତୁମ୍ଭେମାନେ ପ୍ରାୟଶ୍ଚିତ୍ତାର୍ଥକ ପାପବଳି, ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ।
ପତ୍ରକୁଟୀର ପର୍ବର ନୈବେଦ୍ୟ
12ଆଉ ସପ୍ତମ ମାସର ପଞ୍ଚଦଶ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ, ପୁଣି, ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସବ ପାଳନ କରିବ। 13ଆଉ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ହୋମବଳି ରୂପେ ତେର ପୁଂଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ ଉତ୍ସର୍ଗ କରିବ; ଏମାନେ ନିଖୁନ୍ତ ହେବେ। 14ପୁଣି, ତହିଁର ଭକ୍ଷ୍ୟ-ନୈବେଦ୍ୟ, ତେର ପୁଂଗୋବତ୍ସ ମଧ୍ୟରୁ ପ୍ରତ୍ୟେକ ବତ୍ସ ନିମନ୍ତେ ତିନି ତିନି ଦଶମାଂଶ, ଦୁଇ ମେଷ ମଧ୍ୟରୁ ପ୍ରତ୍ୟେକ ମେଷ ନିମନ୍ତେ ଦୁଇ ଦୁଇ ଦଶମାଂଶ 15ଓ ଚଉଦ ମେଷବତ୍ସ ମଧ୍ୟରୁ ପ୍ରତ୍ୟେକ ବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳମିଶ୍ରିତ ସରୁ ମଇଦା; 16ଆଉ ପାପାର୍ଥକ ବଳି ରୂପେ ଏକ ଛାଗ, ଏହି ସମସ୍ତ ତୁମ୍ଭେମାନେ ନିତ୍ୟ ହୋମ, ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ। 17ଆଉ ଦ୍ୱିତୀୟ ଦିନରେ ନିଖୁନ୍ତ ବାର ପୁଂଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ, 18ପୁଣି, ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ, 19ଆଉ ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ- ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ। 20ଆଉ ତୃତୀୟ ଦିନରେ ନିଖୁନ୍ତ ଏଗାର ଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ, 21ପୁଣି, ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କର ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ, 22ଆଉ ପାପାର୍ଥକ ବଳି ରୂପେ ଏକ ଛାଗ, ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ। 23ଆଉ ଚତୁର୍ଥ ଦିନରେ ନିଖୁନ୍ତ ଦଶ ଗୋବତ୍ସ, ଦୁଇ ମେଷ, ଏକବର୍ଷୀୟ ଚଉଦ ମେଷବତ୍ସ, 24ଗୋବତ୍ସର, ମେଷର, ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ, 25ପୁଣି, ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ। 26ଆଉ ପଞ୍ଚମ ଦିନରେ ନିଖୁନ୍ତ ନଅ ଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ, 27ପୁଣି, ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ, 28ପୁଣି, ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ- ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ। 29ଆଉ ଷଷ୍ଠ ଦିନରେ ନିଖୁନ୍ତ ଆଠ ଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ, 30ଆଉ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ, 31ପୁଣି, ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ। 32ଆଉ ସପ୍ତମ ଦିନରେ ନିଖୁନ୍ତ ସାତ ଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ, 33ଆଉ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କର ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ, 34ପୁଣି, ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ। 35ଆଉ ଅଷ୍ଟମ ଦିନରେ ତୁମ୍ଭମାନଙ୍କର ମହାସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ। 36ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ହୋମବଳି ରୂପେ ନିଖୁନ୍ତ ଏକ ଗୋବତ୍ସ, ଏକ ମେଷ ଓ ଏକବର୍ଷୀୟ ସାତ ମେଷବତ୍ସ, 37ଆଉ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ, 38ପୁଣି, ପାପାର୍ଥକ ବଳିରୂପେ ଏକ ଛାଗ, ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ। 39ତୁମ୍ଭେମାନେ ଏହି ସମସ୍ତ, ଆପଣା ଆପଣା ମାନତ, ସ୍ୱେଚ୍ଛାଦତ୍ତ ଉପହାର ସମ୍ବନ୍ଧୀୟ ତୁମ୍ଭମାନଙ୍କ ହୋମବଳି, ତୁମ୍ଭମାନଙ୍କ ଭକ୍ଷ୍ୟ-ନୈବେଦ୍ୟ, ତୁମ୍ଭମାନଙ୍କ ପେୟ-ନୈବେଦ୍ୟ ଓ ତୁମ୍ଭମାନଙ୍କ ମଙ୍ଗଳାର୍ଥକ ବଳି ବ୍ୟତୀତ ନିରୂପିତ ପର୍ବମାନଙ୍କରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। 40ସଦାପ୍ରଭୁ ମୋଶାଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଲେ, ମୋଶା ସେହି ସମସ୍ତ ଇସ୍ରାଏଲ-ସନ୍ତାନଗଣଙ୍କୁ କହିଲେ।
Currently Selected:
ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 29: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0