ଗୀତସଂହିତା 87
87
ଯିରୂଶାଲମର ପ୍ରଶଂସା
ଗୀତ; କୋରହ-ସନ୍ତାନଗଣର ଗୀତ।
1ତାହାଙ୍କ ଭିତ୍ତିମୂଳ ପବିତ୍ର ପର୍ବତ- ଶ୍ରେଣୀରେ ସ୍ଥାପିତ।
2ସଦାପ୍ରଭୁ ଯାକୁବର ସମସ୍ତ ବାସସ୍ଥାନ ଅପେକ୍ଷା ସିୟୋନର ଦ୍ଵାରସମୂହକୁ ଅଧିକ ସ୍ନେହ କରନ୍ତି।
3ହେ ପରମେଶ୍ଵରଙ୍କ ନଗରୀ, ତୁମ୍ଭ ବିଷୟରେ ନାନାବିଧ ଗୌରବର କଥା କଥିତ ଅଛି।
[ସେଲା
4ମୋʼ ଜାଣିବା ଲୋକଙ୍କ ତୁଲ୍ୟ ମୁଁ ରାହବ ଓ ବାବିଲକୁ ଉଲ୍ଲେଖ କରିବି; ପଲେଷ୍ଟୀୟା ଓ ସୋର ଓ କୂଶକୁ ଦେଖ; ଏହି ଜଣ ସେଠାରେ ଜାତ ହେଲା।
5ଆହୁରି, ସିୟୋନ ବିଷୟରେ କୁହାଯିବ, ଏଜଣ ଓ ସେଜଣ ତହିଁ ମଧ୍ୟରେ ଜାତ ହେଲେ; ପୁଣି, ସର୍ବୋପରିସ୍ଥ ସ୍ଵୟଂ ତାହା ସୁସ୍ଥିର କରିବେ।
6ସଦାପ୍ରଭୁ ଗୋଷ୍ଠୀବର୍ଗର ନାମ ଲେଖିବା ସମୟରେ, ଏଜଣ ସେଠାରେ ଜାତ ହେଲା ବୋଲି ଗଣନା କରିବେ।
[ସେଲା
7ଗାୟକ ଓ ନର୍ତ୍ତକମାନେ କହିବେ, ମୋହର ସବୁ ଝର ତୁମ୍ଭଠାରେ ଅଛି।
Currently Selected:
ଗୀତସଂହିତା 87: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.