ଗୀତସଂହିତା 68
68
ଜାତୀୟ ବିଜୟ ସଙ୍ଗୀତ
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗାନାର୍ଥକ ଗୀତ।
1ପରମେଶ୍ଵର ଉଠନ୍ତୁ, ତାହାଙ୍କ ଶତ୍ରୁଗଣ ଛିନ୍ନଭିନ୍ନ ହେଉନ୍ତୁ; ତାହାଙ୍କ ଘୃଣାକାରୀମାନେ ମଧ୍ୟ ତାହାଙ୍କ ସାକ୍ଷାତରୁ ପଳାଉନ୍ତୁ।
2ଯେପରି ଧୂମ ଚାଳିତ ହୁଏ, ସେପରି ସେମାନଙ୍କୁ ଚଳାଅ;
ଯେପରି ଅଗ୍ନି ସମ୍ମୁଖରେ ମହମ ତରଳି ଯାଏ, ସେପରି ପରମେଶ୍ଵରଙ୍କ ସାକ୍ଷାତରେ ଦୁଷ୍ଟମାନେ ବିନଷ୍ଟ ହେଉନ୍ତୁ।
3ମାତ୍ର ଧାର୍ମିକମାନେ ଆନନ୍ଦିତ ହେଉନ୍ତୁ; ସେମାନେ ପରମେଶ୍ଵରଙ୍କ ସମ୍ମୁଖରେ ଉଲ୍ଲାସ କରନ୍ତୁ; ହଁ, ସେମାନେ ଆନନ୍ଦରେ ପ୍ରଫୁଲ୍ଲ ହେଉନ୍ତୁ।
4ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ନାମରେ ପ୍ରଶଂସା ଗାନ କର; ଯେ ବାହନରେ ମରୁଭୂମି ଦେଇ ଆସୁଅଛନ୍ତି, ତାହାଙ୍କ ପାଇଁ ରାଜପଥ ପ୍ରସ୍ତୁତ କର; ତାହାଙ୍କ ନାମ ଯାଃ; ତୁମ୍ଭେମାନେ ତାହାଙ୍କ ସାକ୍ଷାତରେ ଉଲ୍ଲାସ କର।
5ପରମେଶ୍ଵର ଆପଣା ପବିତ୍ର ବାସସ୍ଥାନରେ ପିତୃହୀନମାନଙ୍କର ପିତା ଓ ବିଧବାମାନଙ୍କର ବିଚାରକର୍ତ୍ତା ଅଟନ୍ତି।
6ପରମେଶ୍ଵର ସଙ୍ଗୀହୀନମାନଙ୍କୁ ପରିବାର ମଧ୍ୟରେ ସ୍ଥାପନ କରନ୍ତି;
ସେ ବନ୍ଦୀଗଣକୁ ବାହାର କରି କୁଶଳରେ ରଖନ୍ତି;
ମାତ୍ର ବିଦ୍ରୋହୀମାନେ ଶୁଷ୍କଭୂମିରେ ବାସ କରନ୍ତି।
7ହେ ପରମେଶ୍ଵର, ତୁମ୍ଭେ ଆପଣା ଲୋକମାନଙ୍କ ଆଗରେ ଯିବା ବେଳେ, ତୁମ୍ଭେ ପ୍ରାନ୍ତର ଦେଇ ଯାତ୍ରା କରିବା ବେଳେ,
[ସେଲା
8ପୃଥିବୀ କମ୍ପିଲା, ପରମେଶ୍ଵରଙ୍କ ସାକ୍ଷାତରେ ଆକାଶମଣ୍ତଳ ହିଁ ବିନ୍ଦୁପାତ କଲା; ସେହି ସୀନୟ ପରମେଶ୍ଵରଙ୍କର, ଇସ୍ରାଏଲର ପରମେଶ୍ଵରଙ୍କ ସାକ୍ଷାତରେ କମ୍ପିଲା।
9ହେ ପରମେଶ୍ଵର, ତୁମ୍ଭେ ପ୍ରଚୁର ବୃଷ୍ଟି ପଠାଇଲ,
ତୁମ୍ଭ ଅଧିକାର କ୍ଳା; ଥିବା ସମୟରେ ତୁମ୍ଭେ ତାହା ସୁସ୍ଥିର କଲ।
10ତୁମ୍ଭ ସମାଜ ତହିଁ ମଧ୍ୟରେ ବାସ କଲେ; ହେ ପରମେଶ୍ଵର, ତୁମ୍ଭେ ଆପଣା ମଙ୍ଗଳ ଭାବରେ ଦୁଃଖୀ-ମାନଙ୍କ ପାଇଁ ଆୟୋଜନ କଲ।
11ପ୍ରଭୁ ବାକ୍ୟ ପ୍ରଦାନ କରନ୍ତି; ଶୁଭବାର୍ତ୍ତା ପ୍ରଚାରିକା ସ୍ତ୍ରୀଗଣ ମହାବାହିନୀ ଅଟନ୍ତି।
12ସୈନ୍ୟଶ୍ରେଣୀର ରାଜଗଣ ପଳାୟନ କରନ୍ତି, ସେମାନେ ପଳାୟନ କରନ୍ତି;
ପୁଣି, ଗୃହସ୍ଥିତା ସ୍ତ୍ରୀ ଲୁଟଦ୍ରବ୍ୟ ବିଭାଗ କରଇ।
13ଯେଉଁ କପୋତର ହରିତ୍ ସୁବର୍ଣ୍ଣ-ମଣ୍ତିତ ଡେଣା, ତାହାର ରୌପ୍ୟ-ମଣ୍ତିତ ପରସବୁ ପରି ତୁମ୍ଭେମାନେ କି ମେଷଶାଳା ମଧ୍ୟରେ ଶୟନ କରିବ?
14ସଲ୍ମୋନାରେ ହିମପାତ ବେଳେ ଯେପରି, ସର୍ବଶକ୍ତିମାନ ଦେଶରେ ରାଜାମାନଙ୍କୁ ଛିନ୍ନଭିନ୍ନ କଲା ବେଳେ ସେପରି ହେଲା।
15ବାଶନ୍ର ପର୍ବତ ପରମେଶ୍ଵରଙ୍କ ପର୍ବତ; ବାଶନ୍ର ପର୍ବତ ଏକ ଉଚ୍ଚ ପର୍ବତ।
16ହେ ଉଚ୍ଚ ପର୍ବତଗଣ, ପରମେଶ୍ଵର ଆପଣା ନିବାସ ନିମନ୍ତେ ଯେଉଁ ପର୍ବତ ବାଞ୍ଛା କରିଅଛନ୍ତି, ତହିଁ ପ୍ରତି ତୁମ୍ଭେମାନେ କାହିଁକି କୁଟିଳ ଦୃଷ୍ଟି କରୁଅଛ? ଅବଶ୍ୟ ସଦାପ୍ରଭୁ ତହିଁରେ ସଦାକାଳ ବାସ କରିବେ।
17ପରମେଶ୍ଵରଙ୍କର ରଥ ଅୟୁତ ଅୟୁତ ଓ ଲକ୍ଷ ଲକ୍ଷ; ଯେପରି ପ୍ରଭୁ ଆପଣା ପବିତ୍ରସ୍ଥାନ ସୀନୟରେ, ସେପରି ସେସବୁର ମଧ୍ୟରେ ଅଛନ୍ତି।
18ତୁମ୍ଭେ ଊର୍ଦ୍ଧ୍ଵରେ ଆରୋହଣ କରିଅଛ, ତୁମ୍ଭେ ଆପଣା ବନ୍ଦୀମାନଙ୍କୁ ବନ୍ଦୀସ୍ଥାନକୁ ନେଇଅଛ;
ତୁମ୍ଭେ ମନୁଷ୍ୟମାନଙ୍କ ମଧ୍ୟରେ ଦାନପ୍ରାପ୍ତ ହୋଇଅଛ, ହଁ, ଯେପରି ସଦାପ୍ରଭୁ ପରମେଶ୍ଵର ସେମାନଙ୍କ ମଧ୍ୟରେ ବାସ କରିବେ, ଏଥିପାଇଁ ବିଦ୍ରୋହୀମାନଙ୍କ ମଧ୍ୟରେ ହିଁ ଦାନପ୍ରାପ୍ତ ହୋଇଅଛ।
19ଯେଉଁ ପ୍ରଭୁ ଦିନକୁ ଦିନ ଆମ୍ଭମାନଙ୍କ ଭାର ବହନ୍ତି, ସେ ଧନ୍ୟ ହେଉନ୍ତୁ; ସେହି ପରମେଶ୍ଵର ଆମ୍ଭମାନଙ୍କର ପରିତ୍ରାଣ।
[ସେଲା
20ପରମେଶ୍ଵର ଆମ୍ଭମାନଙ୍କ ପକ୍ଷରେ ଉଦ୍ଧାରସାଧକ ପରମେଶ୍ଵର ଅଟନ୍ତି ଓ ମୃତ୍ୟୁରୁ ରକ୍ଷା ଯିହୋବାଃ ପ୍ରଭୁଙ୍କର ଅଧୀନ।
21ମାତ୍ର ପରମେଶ୍ଵର ଆପଣା ଶତ୍ରୁମାନଙ୍କ ମସ୍ତକ ଓ ଯେଉଁ ଜନ ନିଜ ଅପରାଧରେ ଅଗ୍ରସର, ତାହାର କେଶଯୁକ୍ତ କପାଳ ବିନ୍ଧି ପକାଇବେ।
22ପ୍ରଭୁ କହିଲେ, ଆମ୍ଭେ ବାଶନ୍ରୁ ପୁନର୍ବାର ଆଣିବା,
ଆମ୍ଭେ ସମୁଦ୍ରର ଗଭୀର ସ୍ଥଳରୁ ପୁନର୍ବାର ସେମାନଙ୍କୁ ଆଣିବା;
23ତହିଁରେ ତୁମ୍ଭେ ରକ୍ତରେ ଆପଣା ଚରଣ ବୁଡ଼ାଇବ,
ତୁମ୍ଭ କୁକ୍କୁରଗଣର ଜିହ୍ଵା ତୁମ୍ଭ ଶତ୍ରୁମାନଙ୍କଠାରୁ ଅଂଶ ପାଇବ।
24ହେ ପରମେଶ୍ଵର, ଲୋକମାନେ ତୁମ୍ଭର ଗତି, ଅର୍ଥାତ୍, ପବିତ୍ର ସ୍ଥାନକୁ ଆମ୍ଭ ପରମେଶ୍ଵର ଆମ୍ଭ ରାଜାଙ୍କ ଗତି ଦେଖିଅଛନ୍ତି।
25ଦାରାବାଦ୍ୟବାଦିନୀ କୁମାରୀମାନଙ୍କ ମଧ୍ୟରେ ଗାୟକମାନେ ଆଗେ ଆଗେ, ବାଦ୍ୟକରମାନେ ପଛେ ପଛେ ଗମନ କଲେ।
26ତୁମ୍ଭେମାନେ ଜନ-ସମାଗମ ମଧ୍ୟରେ ପରମେଶ୍ଵରଙ୍କର ଧନ୍ୟବାଦ କର, ହେ ଇସ୍ରାଏଲର ନିର୍ଝରରୁ ଜାତ ଲୋକମାନେ, ତୁମ୍ଭେମାନେ ପ୍ରଭୁଙ୍କର ଧନ୍ୟବାଦ କର।
27କନିଷ୍ଠ ବିନ୍ୟାମୀନ୍ ସେମାନଙ୍କର ଶାସନକର୍ତ୍ତା,
ଯିହୁଦାର ଅଧିପତିମାନେ ଓ ସେମାନଙ୍କ ଲୋକଦଳ, ସବୂଲୂନ୍ର ଅଧିପତିମାନେ, ନପ୍ତାଲିର ଅଧିପତିମାନେ ସେଠାରେ ଅଛନ୍ତି।
28ତୁମ୍ଭ ପରମେଶ୍ଵର ତୁମ୍ଭ ବଳର ଆଜ୍ଞା କରିଅଛନ୍ତି; ହେ ପରମେଶ୍ଵର, ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଯାହା ସାଧନ କରିଅଛ, ତାହା ସବଳ କର।
29ଯିରୂଶାଲମସ୍ଥ ତୁମ୍ଭ ମନ୍ଦିର ସକାଶୁ ରାଜଗଣ ତୁମ୍ଭ ନିକଟକୁ ଦର୍ଶନୀ ଆଣିବେ।
30ନଳବନସ୍ଥ ବନ୍ୟ ପଶୁକୁ, ଗୋଷ୍ଠୀବର୍ଗରୂପ ଗୋବତ୍ସଗଣ ସହିତ ବୃଷସମୂହକୁ ଭର୍ତ୍ସନା କରି ରୌପ୍ୟଖଣ୍ତସବୁ ପଦ ତଳେ ଦଳି ପକାଅ;
ସେ ଯୁଦ୍ଧପ୍ରିୟ ଗୋଷ୍ଠୀବର୍ଗକୁ ଛିନ୍ନଭିନ୍ନ କରିଅଛନ୍ତି।
31ମିସର ଦେଶରୁ ଅଧିପତିମାନେ ଆସିବେ; କୂଶ ପରମେଶ୍ଵରଙ୍କ ପ୍ରତି ହସ୍ତ ପ୍ରସାରିବାକୁ ଚଞ୍ଚଳ ହେବ।
32ହେ ପୃଥିବୀସ୍ଥ ରାଜ୍ୟସମୂହ, ତୁମ୍ଭେମାନେ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ଗାନ କର;
ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର;
[ସେଲା
33ଯେ ଆଦିକାଳୀନ ଉଚ୍ଚତମ ସ୍ଵର୍ଗରେ ଆରୋହଣ କରନ୍ତି, ତାହାଙ୍କ ଉଦ୍ଦେଶ୍ୟରେ (ଗାନ କରନ୍ତ) ଗୀତ. ୧୮:୧୦ ଦେଖ, ସେ ଆପଣା ରବ, ବିକ୍ରମପୂର୍ଣ୍ଣ ରବ ଉଚ୍ଚାରଣ କରନ୍ତି।
34ତୁମ୍ଭେମାନେ ପରମେଶ୍ଵରଙ୍କ ପରାକ୍ରମ କୀର୍ତ୍ତନ କର;
ତାହାଙ୍କ ମହିମା ଇସ୍ରାଏଲ ଉପରେ ଓ ତାହାଙ୍କ ପରାକ୍ରମ ଆକାଶ-ମଣ୍ତଳରେ ରହିଅଛି।
35ହେ ପରମେଶ୍ଵର, ତୁମ୍ଭେ ଆପଣା ପବିତ୍ର ଧାମରେ ଭୟଙ୍କର ଅଟ;
ଇସ୍ରାଏଲର ପରମେଶ୍ଵର ଆପଣା ଲୋକମାନଙ୍କୁ ବଳ ଓ ପରାକ୍ରମ ଦିଅନ୍ତି। ପରମେଶ୍ଵର ଧନ୍ୟ ହେଉନ୍ତୁ।
Currently Selected:
ଗୀତସଂହିତା 68: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.