ଗୀତସଂହିତା 64
64
ସୁରକ୍ଷା ପାଇଁ ପ୍ରାର୍ଥନା
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
1ହେ ପରମେଶ୍ଵର, ମୋʼ କାକୂକ୍ତିର ରବ ଶ୍ରବଣ କର; ଶତ୍ରୁ ଭୟରୁ ମୋʼ ଜୀବନ ରକ୍ଷା କର।
2କୁକର୍ମକାରୀମାନଙ୍କ ଗୁପ୍ତ ମନ୍ତ୍ରଣାରୁ, ଅଧର୍ମାଚାରୀ-ମାନଙ୍କ କଳହରୁ ମୋତେ ଲୁଚାଇ ରଖ;
3ସେମାନେ ଖଡ଼୍ଗ ପରି ଆପଣା ଜିହ୍ଵା ଶାଣିତ କରିଅଛନ୍ତି
4ଏବଂ ଆପଣାମାନଙ୍କ କଟୁବାକ୍ୟରୂପ ତୀର ଲକ୍ଷ୍ୟ କରିଅଛନ୍ତି;
ଯେପରି ସିଦ୍ଧ ଲୋକଙ୍କ ପ୍ରତି ଗୋପନରେ ନିକ୍ଷେପ କରି ପାରିବେ; ସେମାନେ ହଠାତ୍ ତାହା ପ୍ରତି ନିକ୍ଷେପ କରନ୍ତି ଓ ଭୟ କରନ୍ତି ନାହିଁ।
5ସେମାନେ କୁସଂକଳ୍ପରେ ଆପଣା ଆପଣାକୁ ବଳିଷ୍ଠ କରନ୍ତି; ସେମାନେ ଗୋପନରେ ଫାନ୍ଦ ପାତିବାକୁ କଥାବାର୍ତ୍ତା କରନ୍ତି; ସେମାନେ କହନ୍ତି, ଆମ୍ଭମାନଙ୍କୁ କିଏ ଦେଖିବ?
6ସେମାନେ ଅଧର୍ମ କଳ୍ପନା କରନ୍ତି; ଆମ୍ଭେମାନେ ଯନିପୂର୍ବକ କଳ୍ପନା ସିଦ୍ଧ କରିଅଛୁ ବୋଲି ସେମାନେ କହନ୍ତି; ଆଉ, ପ୍ରତ୍ୟେକର ଆନ୍ତରିକ ଭାବ ଓ ହୃଦୟ ଗଭୀର।
7ମାତ୍ର ପରମେଶ୍ଵର ସେମାନଙ୍କ ପ୍ରତି ନିକ୍ଷେପ କରିବେ; ସେମାନେ ତୀରରେ ହଠାତ୍ ଆହତ ହେବେ।
8ଏହିରୂପେ ସେମାନେ ନିପାତିତ ହେବେ, ସେମାନଙ୍କ ନିଜ ଜିହ୍ଵା ସେମାନଙ୍କର ବିପକ୍ଷ ହେବ; ସେମାନଙ୍କୁ ଦେଖିବା ଲୋକ ସମସ୍ତେ ମୁଣ୍ତ ହଲାଇବେ;
9ପୁଣି, ସକଳ ମନୁଷ୍ୟ ଭୟ କରିବେ ଓ ସେମାନେ ପରମେଶ୍ଵରଙ୍କ କର୍ମ ପ୍ରକାଶ କରିବେ ଓ ତାହାଙ୍କର କ୍ରିୟା ସୁବିବେଚନା କରିବେ।
10ଧାର୍ମିକ ଲୋକ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ ଓ ତାହାଙ୍କର ଶରଣାଗତ ହେବ।
ପୁଣି, ସରଳାନ୍ତଃକରଣ ସମସ୍ତେ ଦର୍ପ କରିବେ।
Currently Selected:
ଗୀତସଂହିତା 64: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.