YouVersion Logo
Search Icon

ଗୀତସଂହିତା 57

57
ସାହାଯ୍ୟ ପାଇଁ ପ୍ରାର୍ଥନା
ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତଶ୍ହେତ୍ ସ୍ଵରରେ ଦାଉଦଙ୍କର ଗୀତ; ମିକ୍ତାମ୍; ଗୁମ୍ପାରେ ଶାଉଲଙ୍କ ସମ୍ମୁଖରୁ ପଳାଇବା ବେଳେ ରଚିତ।
1ହେ ପରମେଶ୍ଵର, ମୋତେ ଦୟା କର; ମୋତେ ଦୟା କର; କାରଣ ମୋʼ ପ୍ରାଣ ତୁମ୍ଭର ଶରଣାଗତ; ଆଉ, ଏହିସବୁ ବିପଦ ବହିଯିବା ପର୍ଯ୍ୟନ୍ତ ମୁଁ ତୁମ୍ଭ ପକ୍ଷର ଛାୟାରେ ଶରଣ ନେବି।
2ମୁଁ ସର୍ବୋପରିସ୍ଥ ପରମେଶ୍ଵରଙ୍କ ନିକଟରେ, ମୋʼ ପକ୍ଷରେ ସର୍ବସାଧନକର୍ତ୍ତା ପରମେଶ୍ଵରଙ୍କ ନିକଟରେ ଡାକ ପକାଇବି।
3ମୋତେ ଗ୍ରାସ କରିବାକୁ ଇଚ୍ଛୁକ ଲୋକ ତିରସ୍କାର କରିବା ବେଳେ, ସେ ସ୍ଵର୍ଗରୁ ପଠାଇ ମୋତେ ତ୍ରାଣ କରିବେନ୍ତଣ
[ସେଲା ପରମେଶ୍ଵର ଆପଣା ଦୟା ଓ ସତ୍ୟତା ପ୍ରେରଣ କରିବେ।
4ମୋʼ ପ୍ରାଣ ସିଂହମାନଙ୍କ ମଧ୍ୟରେ ଅଛି; ମୁଁ ପ୍ରଜ୍ଵଳିତ ଲୋକମାନଙ୍କ ମଧ୍ୟରେ, ଯେଉଁ ମନୁଷ୍ୟ-ସନ୍ତାନଗଣର ଦ; ବର୍ଚ୍ଛା ଓ ତୀର ତୁଲ୍ୟ, ପୁଣି ଜିହ୍ଵା ତୀକ୍ଷ୍ଣ ଖଡ଼୍‍ଗ ତୁଲ୍ୟ, ସେମାନଙ୍କ ମଧ୍ୟରେ ଶୟନ କରେ।
5ହେ ପରମେଶ୍ଵର, ତୁମ୍ଭେ ସ୍ଵର୍ଗ ଉପରେ ଉନ୍ନତ ହୁଅ; ସମୁଦାୟ ଭୂମଣ୍ତଳ ଉପରେ ତୁମ୍ଭର ମହିମା ହେଉ।
6ସେମାନେ ମୋʼ ଚରଣ ପାଇଁ ଜାଲ ପ୍ରସ୍ତୁତ କରିଅଛନ୍ତି; ମୋʼ ପ୍ରାଣ ଅବନତ ହୋଇଅଛି; ସେମାନେ ମୋʼ ସମ୍ମୁଖରେ ଗର୍ତ୍ତ ଖୋଳିଅଛନ୍ତି; ସେମାନେ ଆପେ ତହିଁ ମଧ୍ୟରେ ପତିତ ହୋଇଅଛନ୍ତି।
[ସେଲା
7ହେ ପରମେଶ୍ଵର, ମୋʼ ଚିତ୍ତ ସୁସ୍ଥିର ଅଛି, ମୋʼ ଚିତ୍ତ ସୁସ୍ଥିର ଅଛି; ମୁଁ ଗାନ କରିବି, ହଁ, ମୁଁ ପ୍ରଶଂସା ଗାନ କରିବି।
8ହେ ମୋହର ଗୌରବ, ଜାଗ୍ରତ ହୁଅ; ହେ ନେବଲ ଓ ବୀଣେ, ଜାଗ୍ରତ ହୁଅ;
ମୁଁ ନିଜେ ଅତି ପ୍ରଭାତରେ ଜାଗ୍ରତ ହେବି।
9ହେ ପ୍ରଭୋ, ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭକୁ ଧନ୍ୟବାଦ ଦେବି; ମୁଁ ଦେଶୀୟଗଣ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି।
10କାରଣ ତୁମ୍ଭର ଦୟା ସ୍ଵର୍ଗ ପର୍ଯ୍ୟନ୍ତ ମହତ ଓ ତୁମ୍ଭର ସତ୍ୟତା ଆକାଶ ପର୍ଯ୍ୟନ୍ତ।
11ହେ ପରମେଶ୍ଵର, ତୁମ୍ଭେ ସ୍ଵର୍ଗ ଉପରେ ଉନ୍ନତ ହୁଅ; ସମୁଦାୟ ଭୂମଣ୍ତଳ ଉପରେ ତୁମ୍ଭର ମହିମା ହେଉ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in

Videos for ଗୀତସଂହିତା 57