ଗୀତସଂହିତା 12
12
ସହାୟତା ପାଇଁ ପ୍ରାର୍ଥନା
ପ୍ରଧାନ ବାଦକାର ନିମନ୍ତେ ଶମୀନୀତ୍ ସ୍ଵରରେ ଦାଉଦଙ୍କର ଗୀତ।
1ସଦାପ୍ରଭୋ, ସାହାଯ୍ୟ କର, କାରଣ ଧାର୍ମିକ ଲୋକ ଲୋପ ପାଉଅଛି;
ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ବିଶ୍ଵସ୍ତ ଲୋକର ହ୍ରାସ ହେଉଅଛି।
2ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀ ସଙ୍ଗେ ଅସାର କଥା କହନ୍ତି।
ସେମାନେ ଚାଟୁବାଦୀ ଓଷ୍ଠାଧରରେ ଓ ଦ୍ଵିଧାଚିତ୍ତରେ କଥା କହନ୍ତି।
3ସଦାପ୍ରଭୁ ଚାଟୁବାଦୀ ଓଷ୍ଠାଧରସବୁ ଓ ଦର୍ପବାଦୀ ଜିହ୍ଵା ଉଚ୍ଛିନ୍ନ କରିବେ;
4ସେମାନେ କହନ୍ତି, ଆମ୍ଭେମାନେ ଜିହ୍ଵା ଦ୍ଵାରା ପ୍ରବଳ ହେବା; ଆମ୍ଭମାନଙ୍କ ଓଷ୍ଠାଧର ଆମ୍ଭମାନଙ୍କ ନିଜର; ଆମ୍ଭମାନଙ୍କ ଉପରେ କର୍ତ୍ତା କିଏ?
5ଦୁଃଖୀଲୋକ ଲୁଟିତ ହେବାରୁ, ଦୀନହୀନ କାତରୋକ୍ତି କରିବାରୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଏବେ ଉଠିବା; ସେମାନେ ଯାହା ପ୍ରତି ଫୁତ୍କାର କରନ୍ତି, ତାହାକୁ ଆମ୍ଭେ ନିରାପଦରେ ରଖିବା।
6ସଦାପ୍ରଭୁଙ୍କ ବାକ୍ୟସବୁ ନିର୍ମଳ ବାକ୍ୟ, ତାହା ମୃତ୍ତିକାର ଉହ୍ମାଇରେ ପରୀକ୍ଷିତ ସାତଥର ପରିଷ୍କୃତ ରୂପା ତୁଲ୍ୟ।
7ହେ ସଦାପ୍ରଭୋ, ତୁମ୍ଭେ ସେମାନଙ୍କୁ ରକ୍ଷା କରିବ, ତୁମ୍ଭେ ବର୍ତ୍ତମାନ ଲୋକମାନଙ୍କଠାରୁ ସେମାନଙ୍କୁ ସଦାକାଳ ଉଦ୍ଧାର କରିବ।
8ମନୁଷ୍ୟ-ସନ୍ତାନଗଣ ମଧ୍ୟରେ ଅଧମତା ଉଚ୍ଚୀକୃତ ହେବା ବେଳେ ଦୁଷ୍ଟମାନେ ଚତୁର୍ଦ୍ଦିଗରେ ଭ୍ରମଣ କରନ୍ତି।
Currently Selected:
ଗୀତସଂହିତା 12: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.