YouVersion Logo
Search Icon

ଗୀତସଂହିତା 101

101
ରାଜାଙ୍କ ପ୍ରତିଜ୍ଞା
ଦାଉଦଙ୍କର ଗୀତ।
1ମୁଁ ଦୟା ଓ ଶାସନ ବିଷୟ ଗାନ କରିବି। ହେ ସଦାପ୍ରଭୋ, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।
2ମୁଁ ବିବେଚନାପୂର୍ବକ ସିଦ୍ଧ ପଥରେ ଗମନ କରିବି; ଆହା, ତୁମ୍ଭେ କେବେ ମୋʼ ନିକଟକୁ ଆସିବ? ମୁଁ ଆପଣା ଗୃହ ମଧ୍ୟରେ ସିଦ୍ଧ ଅନ୍ତଃକରଣରେ ଆଚରଣ କରିବି।
3ମୁଁ କୌଣସି ମନ୍ଦ ବିଷୟ ଆପଣା ଦୃଷ୍ଟି-ଗୋଚରରେ ରଖିବି ନାହିଁ; ମୁଁ ବିପଥଗାମୀମାନଙ୍କ କର୍ମ ଘୃଣା କରେ;
ଗୀତ.୯୭:୧୦ ତାହା ମୋʼଠାରେ ଲିପ୍ତ ହେବ ନାହିଁ।
4କୁଟିଳ ଅନ୍ତଃକରଣ ମୋʼ ନିକଟରୁ ଦୂର ହେବ; ମୁଁ ମନ୍ଦ ବିଷୟର ପରିଚୟ ନେବି ନାହିଁ।
5ଯେଉଁ ଜନ ଗୋପନରେ ଆପଣା ପ୍ରତିବାସୀର ଅପବାଦ କରେ, ମୁଁ ତାହାକୁ ବିନାଶ କରିବି; ଯାହାର ଅହଙ୍କାର-ଦୃଷ୍ଟି ଓ ଗର୍ବୀ ଅନ୍ତଃକରଣ, ମୁଁ ତାହାକୁ ସହିବି ନାହିଁ।
6ଦେଶର ବିଶ୍ଵସ୍ତ ଲୋକେ ଯେପରି ମୋʼ ସଙ୍ଗେ ବାସ କରିବେ, ଏଥିପାଇଁ ସେମାନଙ୍କ ଉପରେ ମୋହର ଦୃଷ୍ଟି ରହିବ। ଯେଉଁ ଜନ ସିଦ୍ଧ ପଥରେ ଚାଲେ, ସେ ମୋହର ସେବା କରିବ।
7ଯେ ପ୍ରତାରଣା କରେ, ସେ ମୋʼ ଗୃହ ମଧ୍ୟରେ ବାସ କରିବ ନାହିଁ। ଯେ ମିଥ୍ୟା କହେ, ସେ ମୋʼ ଦୃଷ୍ଟିଗୋଚରରେ ସ୍ଥାୟୀ ହେବ ନାହିଁ।
8ମୁଁ ଅଧର୍ମାଚାରୀସମସ୍ତଙ୍କୁ ସଦାପ୍ରଭୁଙ୍କ ନଗରରୁ ଉଚ୍ଛିନ୍ନ କରିବା ନିମନ୍ତେ ପ୍ରତି ପ୍ରଭାତରେ ଦେଶର ସକଳ ଦୁଷ୍ଟ ଲୋକଙ୍କୁ ସଂହାର କରିବି।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in

Video for ଗୀତସଂହିତା 101