YouVersion Logo
Search Icon

ଯୋୟେଲ 1

1
1ପଥୂୟେଲଙ୍କ ପୁତ୍ର ଯୋୟେଲଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
ଶସ୍ୟ ହାନି ଯୋଗୁ ଦେଶବାସୀଙ୍କ ବିଳାପ
2ହେ ପ୍ରାଚୀନଗଣ, ତୁମ୍ଭେମାନେ ଏହି କଥା ଶୁଣ, ଆଉ ହେ ଦେଶନିବାସୀସକଳ, ତୁମ୍ଭେମାନେ କର୍ଣ୍ଣପାତ କର। ତୁମ୍ଭେମାନଙ୍କ ସମୟରେ କିଅବା ତୁମ୍ଭମାନଙ୍କର ପିତୃପୁରୁଷ-ଗଣର ସମୟରେ କି ଏହା ଘଟିଅଛି?
3ତୁମ୍ଭେମାନେ ଆପଣା ଆପଣା ସନ୍ତାନଗଣକୁ ଏହା ଜଣାଅ ଓ ତୁମ୍ଭମାନଙ୍କର ସନ୍ତାନଗଣ ସେମାନଙ୍କ ସନ୍ତାନଗଣକୁ ଜଣାଉନ୍ତୁ, ଆଉ ସେମାନଙ୍କର ସନ୍ତାନଗଣ ଆସନ୍ତା ପୁରୁଷଙ୍କୁ ଜଣାଉନ୍ତୁ।
4ଶୂକକୀଟ ଯାହା ଛାଡ଼ିଲା, ପଙ୍ଗପାଳ ତାହା ଖାଇଅଛି ଓ ପଙ୍ଗପାଳ ଯାହା ଛାଡ଼ିଲା, ପତଙ୍ଗ ତାହା ଖାଇଅଛି ଓ ପତଙ୍ଗ ଯାହା ଛାଡ଼ିଲା, ଘୁର୍ଘୁରିଆ ତାହା ଖାଇଅଛି।
5ହେ ମତୁଆଳାମାନେ, ଜାଗି ଉଠ ଓ ରୋଦନ କର, ହେ ମଦ୍ୟପାୟୀ ସମସ୍ତେ, ମିଷ୍ଟ ଦ୍ରାକ୍ଷାରସ ସକାଶୁ ହାହାକାର କର; କାରଣ ତାହା ତୁମ୍ଭମାନଙ୍କର ମୁଖରୁ ଅନ୍ତର କରାଯାଇ ଅଛି।
6ଯେହେତୁ ଆମ୍ଭ ଦେଶ ବିରୁଦ୍ଧରେ ଏକ ଗୋଷ୍ଠୀ ଉଠି ଆସିଅଛି, ସେ ବଳବାନ ଓ ଅସଂଖ୍ୟ; ତାହାର ଦ; ସିଂହଦ; ତୁଲ୍ୟ ଓ ତାହାର କଳଦ; ଏକ ବୃହତ୍ ସିଂହର କଳଦ; ତୁଲ୍ୟ।
7ସେ ଆମ୍ଭର ଦ୍ରାକ୍ଷାଲତା ଉଜାଡ଼ କରିଅଛି ଓ ଆମ୍ଭ ଡିମିରି ବୃକ୍ଷର ଛେଲି ଛଡ଼ାଇ ପକାଇଅଛି; ସେ ତାହା ସମ୍ପୂର୍ଣ୍ଣ ଛେଲିଶୂନ୍ୟ କରି ପକାଇ ଦେଇଅଛି; ତହିଁର ଶାଖାସବୁ ଶୁକ୍ଳ କରାଯାଇଅଛି।
8ଯୌବନକାଳୀନ ସ୍ଵାମୀ-ଶୋକରେ ଚଟବସ୍ତ୍ର ପରିହିତା କନ୍ୟା ତୁଲ୍ୟ ବିଳାପ କର।
9ସଦାପ୍ରଭୁଙ୍କ ଗୃହରୁ ଭକ୍ଷ୍ୟ-ନୈବେଦ୍ୟ ଓ ପେୟ-ନୈବେଦ୍ୟ ଅନ୍ତର କରାଯାଇଅଛି; ସଦାପ୍ରଭୁଙ୍କର ପରିଚାରକ ଯାଜକଗଣ ଶୋକ କରନ୍ତି।
10କ୍ଷେତ୍ର ଉଜାଡ଼ ହୋଇଅଛି, ଦେଶ ଶୋକ କରୁଅଛି; କାରଣ ଶସ୍ୟ ଉଜାଡ଼ ହୋଇଅଛି , ନୂତନ ଦ୍ରାକ୍ଷାରସ ଶୁଖି ଯାଇଅଛି; ତୈଳ କ୍ଷୟ ପାଇଅଛି।
11ହେ କୃଷକଗଣ, ତୁମ୍ଭେମାନେ ଲଜ୍ଜିତ ହୁଅ, ହେ ଦ୍ରାକ୍ଷାକ୍ଷେତ୍ରର ପାଳକଗଣ, ତୁମ୍ଭେମାନେ ଗହମ ଓ ଯବ ବିଷୟରେ ହାହାକାର କର; କାରଣ କ୍ଷେତ୍ରର ଶସ୍ୟ ନଷ୍ଟ ହୋଇଅଛି।
12ଦ୍ରାକ୍ଷାଲତା ଶୁଷ୍କ ହୋଇଅଛି ଓ ଡିମିରି ବୃକ୍ଷ ମ୍ଳାନ ହେଉଅଛି; ଡାଳିମ୍ଵ ବୃକ୍ଷ, ମଧ୍ୟ ଖର୍ଜୂର ବୃକ୍ଷ ଓ ନାଗରଙ୍ଗ ବୃକ୍ଷ, ଆଉ କ୍ଷେତ୍ରସ୍ଥ ଯାବତୀୟ ବୃକ୍ଷ ଶୁଷ୍କ ହୋଇଅଛି; କାରଣ ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ଆନନ୍ଦ ଶୁଷ୍କ ହୋଇ ଯାଇଅଛି।
ଅନୁତାପ ନିମନ୍ତେ ଆହ୍ଵାନ
13ହେ ଯାଜକଗଣ, ତୁମ୍ଭେମାନେ ଚଟବସ୍ତ୍ରରେ କଟି ବାନ୍ଧି ବିଳାପ କର; ହେ ଯଜ୍ଞବେଦିର ପରିଚାରକଗଣ, ତୁମ୍ଭେମାନେ ହାହାକାର କର; ହେ ଆମ୍ଭ ପରମେଶ୍ଵରଙ୍କର ପରିଚାରକଗଣ, ତୁମ୍ଭେମାନେ ଆସ, ଚଟବସ୍ତ୍ର ପିନ୍ଧି ରାତ୍ରିଯାକ କ୍ଷେପଣ କର; କାରଣ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ଗୃହରୁ ଭକ୍ଷ୍ୟ-ନୈବେଦ୍ୟ ଓ ପେୟ-ନୈବେଦ୍ୟ ନିବୃତ୍ତ କରାଯାଇଅଛି।
14ତୁମ୍ଭେମାନେ ପବିତ୍ର ଉପବାସ ନିରୂପଣ କର, ମହାସଭା ଆହ୍ଵାନ କର, ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କର ଗୃହରେ ପ୍ରାଚୀନଗଣକୁ ଓ ଦେଶନିବାସୀ ସମସ୍ତଙ୍କୁ ଏକତ୍ର କରି ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର।
15ହାୟ ହାୟ ସେ ଦିନ! କାରଣ ସଦାପ୍ରଭୁଙ୍କ ଦିନ ସନ୍ନିକଟ, ସର୍ବଶକ୍ତିମାନଙ୍କ ନିକଟରୁ ପ୍ରଳୟର ତୁଲ୍ୟ ତାହା ଉପସ୍ଥିତ ହେବ।
16ଆମ୍ଭମାନଙ୍କ ଦୃଷ୍ଟିରୁ ଖାଦ୍ୟ ଓ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଗୃହରୁ ଆନନ୍ଦ ଓ ଉଲ୍ଳାସ କି ଅନ୍ତର କରାଯାଇ ନାହିଁ?
17ବିହନସବୁ ଟେଳା ତଳେ ପଚି ଯାଉଅଛି; ଗୋଲାସବୁ ଧ୍ଵଂସିତ, ଶସ୍ୟ ଅମାରସବୁ ଭଗ୍ନ ହୋଇଅଛି; କାରଣ ଶସ୍ୟ ଶୁଷ୍କ ହୋଇଅଛି।
18ପଶୁଗଣ କିପରି ଆର୍ତ୍ତସ୍ଵର କରନ୍ତି ! ଚରା ନ ଥିବାରୁ ଗୋରୁପଲ ବ୍ୟାକୁଳ ହେଉଅଛନ୍ତି; ମେଷପଲ ନଷ୍ଟ ହେଉଅଛନ୍ତି।
19ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି; କାରଣ ଅଗ୍ନି ପ୍ରାନ୍ତରର ଚରାଣି-ସ୍ଥାନସବୁ ଗ୍ରାସ କରିଅଛି ଓ ଅଗ୍ନିଶିଖା କ୍ଷେତ୍ରର ବୃକ୍ଷସବୁ ଦଗ୍ଧ କରିଅଛି।
20ହଁ, କ୍ଷେତ୍ରସ୍ଥ ପଶୁସକଳ ତୁମ୍ଭ ନିକଟରେ ଧକାଉ-ଅଛନ୍ତି; ଯେହେତୁ ଜଳସ୍ରୋତସବୁ ଶୁଷ୍କ ହୋଇଅଛି ଓ ଅଗ୍ନି ପ୍ରାନ୍ତରର ଚରାଣି-ସ୍ଥାନସବୁ ଗ୍ରାସ କରିଅଛି।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in

Videos for ଯୋୟେଲ 1