ଆମୋଷ 6
6
ସୁଖରେ ଥିବା ସିୟୋନର ସନ୍ତାପ
1ନାନା ପ୍ରଧାନ ଗୋଷ୍ଠୀ ମଧ୍ୟରେ ପ୍ରସିଦ୍ଧ, ଯେଉଁ-ମାନଙ୍କ ନିକଟକୁ ଇସ୍ରାଏଲ-ବଂଶ ଆସନ୍ତି, ଏପରି ଯେ ସିୟୋନସ୍ଥ ସୁଖରେ ଥିବା ଲୋକମାନେ ଓ ଶମରୀୟା ପର୍ବତସ୍ଥ ନିରାପଦରେ ଥିବା ଲୋକମାନେ, ସେମାନେ ସନ୍ତାପର ପାତ୍ର !
2ତୁମ୍ଭେମାନେ କଲନୀକି ଯାଇ ଦେଖ ଓ ସେସ୍ଥାନରୁ ତୁମ୍ଭେମାନେ ବଡ଼ ହମାତକୁ ଯାଅ; ତହିଁ ଉତ୍ତାରେ ପଲେଷ୍ଟୀୟମାନଙ୍କର ଗାଥ୍ ନଗରକୁ ଯାଅ; ସେସବୁ କି ଏହି (ଦୁଇ) ରାଜ୍ୟ ଅପେକ୍ଷା ଉତ୍ତମ? ଅବା ସେମାନଙ୍କର ସୀମା କି ତୁମ୍ଭମାନଙ୍କର ସୀମା ଅପେକ୍ଷା ବଡ଼?
3ଏହି ଲୋକମାନେ ଅମଙ୍ଗଳର ଦିନକୁ ଦୂରରେ ରଖୁଅଛନ୍ତି ଓ ଦୌରାତ୍ମ୍ୟର ଆସନକୁ ନିକଟବର୍ତ୍ତୀ କରାଉଅଛନ୍ତି;
4ସେମାନେ ହସ୍ତୀଦ; ଶଯ୍ୟାରେ ଶୟନ କରନ୍ତି ଓ ଖଟ ଉପରେ ଆପଣା ଆପଣା ଗାତ୍ର ଲମ୍ଵାଉଅଛନ୍ତି, ଆଉ ପଲରୁ ମେଷଶାବକ ଓ ଗୋଠରୁ ଗୋବତ୍ସ ଆଣି ଭୋଜନ କରନ୍ତି;
5ନେବଲ ଯନ୍ତ୍ରରେ ଅନର୍ଥକ ଗୀତ ଗାନ କରନ୍ତି, ଦାଉଦର ନ୍ୟାୟ ଆପଣାମାନଙ୍କ ନିମନ୍ତେ ନାନା ବାଦ୍ୟଯନ୍ତ୍ର ନିର୍ମାଣ କରନ୍ତି;
6ବଡ଼ ବଡ଼ ପାତ୍ରରେ ଦ୍ରାକ୍ଷାରସ ପାନ କରନ୍ତି ଓ ଉତ୍କୃଷ୍ଟ ତୈଳରେ ଆପଣାମାନଙ୍କୁ ମର୍ଦ୍ଦନ କରନ୍ତି; ମାତ୍ର ଯୋଷେଫର କ୍ଳେଶରେ ସେମାନେ ଦୁଃଖିତ ହୁଅନ୍ତି ନାହିଁ।
7ଏଥିପାଇଁ ସେମାନେ ଏବେ ପ୍ରଥମ ନିର୍ବାସିତ ଲୋକମାନଙ୍କ ସହିତ ନିର୍ବାସିତ ହେବେ ଓ ଗାତ୍ର ଲମ୍ଵକାରୀ-ମାନଙ୍କର ହର୍ଷନାଦ ଲୁପ୍ତ ହେବ।
8ପ୍ରଭୁ ସଦାପ୍ରଭୁ ଆପଣା ନାମରେ ଶପଥ କରିଅଛନ୍ତି, ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ଵର ଏହି କଥା କହନ୍ତି; ଆମ୍ଭେ ଯାକୁବର ଗୌରବକୁ ଘୃଣା କରୁ ଓ ତାହାର ଅଟ୍ଟାଳିକାସବୁକୁ ତୁଚ୍ଛଜ୍ଞାନ କରୁ; ଏଥିପାଇଁ ଆମ୍ଭେ ନଗର ଓ ତନ୍ମଧ୍ୟସ୍ଥ ଯାବତୀୟକୁ ପର ହସ୍ତରେ ସମର୍ପଣ କରିବା।
9ତହିଁରେ ଏକ ଗୃହରେ ଯେବେ ଦଶ ଜଣ ଅବଶିଷ୍ଟ ରହିବେ, ତେବେ ସମସ୍ତେ ମରିବେ।
10ପୁଣି, ଗୃହ ମଧ୍ୟରୁ ଅସ୍ଥିସକଳ ବାହାର କରି ଆଣିବା ପାଇଁ କୌଣସି ଲୋକର ପିତୃବ୍ୟ, ଶବଦାହକାରୀ ତାହାକୁ ଉଠାଇଲା ଉତ୍ତାରେ ଗୃହର ଅନ୍ତରସ୍ଥ ଲୋକକୁ ପଚାରିବ, ଏବେ ହେଁ ତୁମ୍ଭର କି ଆଉ କିଏ ଅଛି? ତେବେ ସେ କହିବ, ନାହିଁ; ସେତେବେଳେ ସେ କହିବ, ତୁନି ହୁଅ; କାରଣ ସଦାପ୍ରଭୁଙ୍କର ନାମ ଆମ୍ଭମାନଙ୍କର ଉଚ୍ଚାରଣ କରିବାର ନୁହେଁ।
11କାରଣ ଦେଖ, ସଦାପ୍ରଭୁ ଆଜ୍ଞା କରନ୍ତି ଓ ବଡ଼ ବଡ଼ ଗୃହ ଭଗ୍ନ ହେବ ଓ ସାନ ସାନ ଗୃହରେ ଫାଟ ହେବ।
12ଅଶ୍ଵଗଣ କି ଶୈଳ ଉପରେ ଦୌଡ଼ିବେ? କେହି ବଳଦ ନେଇ କି ସେଠାରେ ଚାଷ କରିବ? ତୁମ୍ଭେମାନେ ନ୍ୟାୟ ବିଚାରକୁ ବିଷରେ ଓ ଧାର୍ମିକତାର ଫଳକୁ ନାଗ-ଦଅଣାରେ ପରିଣତ କରିଅଛନ୍ତ
13ତୁମ୍ଭେମାନେ ଅବସ୍ତୁରେ ଆନନ୍ଦ କରୁଅଛ, ତୁମ୍ଭେମାନେ କହୁଅଛ, ଆମ୍ଭେମାନେ ଆପଣା ବଳରେ କି ଶୃଙ୍ଗ ଲାଭ କରି ନାହୁଁ?
14ଏହେତୁ ଦେଖ, ହେ ଇସ୍ରାଏଲ-ବଂଶ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ଵର କହନ୍ତି, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଏକ ଗୋଷ୍ଠୀକି ଉଠାଇବା; ତହିଁରେ ସେମାନେ ହମାତ୍ର ପ୍ରବେଶ-ସ୍ଥାନଠାରୁ ଆରାବା ସ୍ରୋତ-ମାର୍ଗ ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ କ୍ଳେଶ ଦେବେ।
Currently Selected:
ଆମୋଷ 6: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.