୨ ଥେସଲନୀକୀୟ 1
1
ଅଭିବାଦନ
1ପାଉଲ, ସିଲ୍ଵାନ୍ ଓ ତୀମଥି ଆମ୍ଭମାନଙ୍କ ପିତା ଈଶ୍ଵର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଥେସଲନୀକୀୟ ମଣ୍ତଳୀ ନିକଟକୁ ପତ୍ର ଲେଖୁଅଛନ୍ତି;
2ପିତା ଈଶ୍ଵର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ଧନ୍ୟବାଦ ଜ୍ଞାପନ
3ହେ ଭାଇମାନେ, ତୁମ୍ଭମାନଙ୍କ ନିମନ୍ତେ ଈଶ୍ଵରଙ୍କୁ ସର୍ବଦା ଧନ୍ୟବାଦ ଦେବା ଆମ୍ଭମାନଙ୍କ କର୍ତ୍ତବ୍ୟ, ଆଉ ତାହା ଉପଯୁକ୍ତ, କାରଣ ତୁମ୍ଭମାନଙ୍କ ବିଶ୍ଵାସ ଅତିଶୟ ବୃଦ୍ଧି ପାଉଅଛି, ପୁଣି ପରସ୍ପର ପ୍ରତି ତୁମ୍ଭ ସମସ୍ତଙ୍କ ପ୍ରତ୍ୟେକର ପ୍ରେମ ବଢ଼ୁଅଛି,
4ଏପରିକି ତୁମ୍ଭେମାନେ ଯେଉଁ ସମସ୍ତ ତାଡ଼ନା ଓ କ୍ଲେଶ ଭୋଗ କରୁଅଛ, ସେଥିମଧ୍ୟରେ ତୁମ୍ଭମାନଙ୍କର ଧୈର୍ଯ୍ୟ ଓ ବିଶ୍ଵାସ ନିମନ୍ତେ ଆମ୍ଭେମାନେ ନିଜେ ଈଶ୍ଵରଙ୍କ ମଣ୍ତଳୀ-ସମୂହରେ ତୁମ୍ଭମାନଙ୍କ ବିଷୟରେ ଦର୍ପ କରିଥାଉ।
ଖ୍ରୀଷ୍ଟଙ୍କ ଆଗମନକାଳୀନ ବିଚାର
5ଈଶ୍ଵରଙ୍କ ଯେଉଁ ରାଜ୍ୟନିମନ୍ତେ ତୁମ୍ଭେମାନେ ଦୁଃଖ ଭୋଗ କରୁଅଛ, ସେଥିର ଯୋଗ୍ୟ ବୋଲି ଗଣିତ ହେବା ପାଇଁ ଏହା ତ ଈଶ୍ଵରଙ୍କ ଯଥାର୍ଥ ବିଚାରର ପ୍ରତ୍ୟକ୍ଷ ପ୍ରମାଣ,
6କାରଣ ପ୍ରଭୁ ଯୀଶୁ ଯେତେବେଳେ ଆପଣା ଶକ୍ତିମାନ ଦୂତମାନଙ୍କ ସହିତ ପ୍ରଜ୍ଜ୍ଵଳିତ ଅଗ୍ନି ସହ ସ୍ଵର୍ଗରୁ ପ୍ରକାଶିତ ହେବେ,
7ସେତେବେଳେ ତୁମ୍ଭମାନଙ୍କୁ କ୍ଳେଶ ଦେଉଥିବା ଲୋକମାନଙ୍କୁ ପ୍ରତିଫଳ ସ୍ଵରୂପେ କ୍ଳେଶ ଦେବା ଓ କ୍ଳେଶ ଭୋଗ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ସହିତ ବିଶ୍ରାମ ଦେବା, ଏହା ତ ଈଶ୍ଵରଙ୍କ ପକ୍ଷରେ ନ୍ୟାୟର ବିଷୟ;
8ଯେଉଁମାନେ ଈଶ୍ଵରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ସୁସମାଚାର ମାନନ୍ତି ନାହିଁ, ସେମାନଙ୍କୁ ସେ ସେତେବେଳେ ଦଣ୍ତ ଦେବେ,
9ଅର୍ଥାତ୍, ଯେଉଁ ଦିନ ସେ ଆପଣା ସାଧୁମାନଙ୍କ ଦ୍ଵାରା ଗୌରବାନ୍ଵିତ ହେବାକୁ ଓ ବିଶ୍ଵାସ କରିଥିବା ଲୋକ ସମସ୍ତଙ୍କ ଦ୍ଵାରା ଚମତ୍କାରର ଦୃଶ୍ୟ ସ୍ଵରୂପ ହେବାକୁ ଆସିବେ (କାରଣ ତୁମ୍ଭମାନଙ୍କ ନିକଟରେ ଆମ୍ଭମାନଙ୍କ ସାକ୍ଷ୍ୟ ତୁମ୍ଭେମାନେ ବିଶ୍ଵାସ କରିଅଛ),
10ସେହିଦିନ ସେମାନେ ଦଣ୍ତ ପାଇବେ, ଅର୍ଥାତ୍, ପ୍ରଭୁଙ୍କ ଛାମୁରୁ ଓ ତାହାଙ୍କ ପରାକ୍ରମର ଗୌରବରୁ ଦୂରୀକୃତ ହୋଇ ଅନ; ବିନାଶ ଭୋଗ କରିବେ।
11ଏଣୁ ଆମ୍ଭମାନଙ୍କ ଈଶ୍ଵର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ଵାନର ଯୋଗ୍ୟ ବୋଲି ଗଣନା କରନ୍ତି, ପୁଣି ସମସ୍ତ ସତ୍କାମନା ଓ ବିଶ୍ଵାସର କର୍ମ ଶକ୍ତିରେ ସିଦ୍ଧ କରନ୍ତି, ସେଥିପାଇଁ ମଧ୍ୟ ଆମ୍ଭେମାନେ ସର୍ବଦା ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ;
12ତାହାହେଲେ ଆମ୍ଭମାନଙ୍କ ଈଶ୍ଵର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଅନୁସାରେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ନାମ ତୁମ୍ଭମାନଙ୍କଠାରେ ଗୌରବାନ୍ଵିତ ହେବ, ଆଉ ତୁମ୍ଭେମାନେ ତାହାଙ୍କଠାରେ ଗୌରବାନ୍ଵିତ ହେବ।
Currently Selected:
୨ ଥେସଲନୀକୀୟ 1: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.