1
ରୋମୀୟ 1:16
ପବିତ୍ର ବାଇବଲ (CL) NT (BSI)
ODCLBSI
ସେହି ସୁସମାଚାର ଉପରେ ମୋର ପୂର୍ଣ୍ଣ ଆସ୍ଥା ରହିଛି। ତାହା ପ୍ରଥମତଃ ଇହୁଦୀ ଓ ତା’ପରେ ଅଣଇହୁଦୀ ବିଶ୍ୱାସୀମାନଙ୍କର ପରିତ୍ରାଣ ସାଧନ ପାଇଁ ଈଶ୍ୱରଙ୍କ ମହାଶକ୍ତି ସ୍ୱରୂପ।
Compare
Explore ରୋମୀୟ 1:16
2
ରୋମୀୟ 1:17
ମନୁଷ୍ୟ ଈଶ୍ୱରଙ୍କ ନିକଟରେ କିପରି ଧାର୍ମିକ ବିବେଚିତ ହୋଇପାରିବ, ଏହାର ଉପାୟ ସେଥିରେ ପ୍ରକାଶ କରାଯାଇଛି। ଆରମ୍ଭରୁ ଶେଷଯାଏ ପରିତ୍ରାଣ ପାଇବାର ଏକମାତ୍ର ଉପାୟ ହେଉଛି, ବିଶ୍ୱାସ। ଶାସ୍ତ୍ରବାକ୍ୟାନୁଯାୟୀ: “ଯେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ନିକଟରେ ଧାର୍ମିକ ବିବେଚିତ ହୁଏ, ସେ ବଞ୍ଚିବ।”
Explore ରୋମୀୟ 1:17
3
ରୋମୀୟ 1:20
ଈଶ୍ୱର ଜଗତକୁ ସୃଷ୍ଟି କରିବା ସମୟରୁ, ତାଙ୍କ ଅଦୃଶ୍ୟ ଗୁଣାବଳୀ ଯଥା ତାଙ୍କର ଅଲୌକିକ ପ୍ରକୃତି ଓ ଚିରନ୍ତନ ଶକ୍ତି ସ୍ପଷ୍ଟରୂପେ ପ୍ରକାଶ ପାଇ ଆସିଛି - ତାହା ସୃଷ୍ଟ ବିଷୟମାନଙ୍କରେ ତାହା ଉପଲବ୍ଧି କରି ହୁଏ। ତେଣୁ ସେମାନେ ଜାଣି ନାହାନ୍ତି ବୋଲି ଆଳ ଦେଖାଇ ପାରିବେ ନାହିଁ।
Explore ରୋମୀୟ 1:20
4
ରୋମୀୟ 1:21
ସେମାନେ ଈଶ୍ୱରଙ୍କ ପରିଚୟ ପାଇ ସୁଦ୍ଧା ତାଙ୍କୁ ଉପଯୁକ୍ତ ସମ୍ମାନ ଦେଇ ନାହାନ୍ତି କିମ୍ବା ତାଙ୍କୁ କୌଣସି ବିଷୟ ପାଇଁ ଧନ୍ୟବାଦ ଦେଉ ନାହାନ୍ତି। ବରଂ ସେମାନଙ୍କ ଚିନ୍ତାସବୁ ଅସାର ଓ ସେମାନଙ୍କର ନିର୍ବୋଧ ମନ ଅନ୍ଧକାରାଚ୍ଛନ୍ନ।
Explore ରୋମୀୟ 1:21
5
ରୋମୀୟ 1:25
ସେମାନେ ଈଶ୍ୱରଙ୍କ ବିଷୟରେ ସତ୍ୟ ବଦଳରେ ମିଥ୍ୟାର ଆଶ୍ରୟ ନେଉଛନ୍ତି। ଚିର ପ୍ରଶଂସ୍ୟ ସ୍ରଷ୍ଟାଙ୍କ ଉପାସନା ନ କରି, ସେମାନେ ସୃଷ୍ଟ ବସ୍ତୁମାନଙ୍କର ପୂଜା କରନ୍ତି।
Explore ରୋମୀୟ 1:25
6
ରୋମୀୟ 1:18
ଯେଉଁ ପାପୀ ଦୁରାଚାରୀ ଲୋକମାନେ ନିଜର ଭ୍ରଷ୍ଟାଚାରଣ ଦ୍ୱାରା ସତ୍ୟର ପ୍ରତିରୋଧ କରନ୍ତି, ସେମାନଙ୍କ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ୱରଙ୍କ କ୍ରୋଧ ପ୍ରକାଶ ପାଏ।
Explore ରୋମୀୟ 1:18
7
ରୋମୀୟ 1:26-28
ସେମାନେ ଲଜ୍ଜାଜନକ ପାପ କାର୍ଯ୍ୟରେ ଲିପ୍ତ ରହିଥିବାରୁ ଈଶ୍ୱର ସେମାନଙ୍କୁ ଛାଡ଼ି ଦେଇଛନ୍ତି, ସେମାନଙ୍କ ସ୍ତ୍ରୀ ଲୋକମାନେ ସ୍ୱାଭାବିକ ଯୌନକ୍ରିୟା ପରିବର୍ତ୍ତେ ଅସ୍ୱାଭାବିକ କାର୍ଯ୍ୟ ସବୁ କରୁଛନ୍ତି ଓ ପୁରୁଷମାନେ ମଧ୍ୟ ସ୍ୱାଭାବିକ ସ୍ତ୍ରୀ ସଙ୍ଗରେ ତୃପ୍ତ ନ ରହି ପରସ୍ପର ପ୍ରତି କାମାନଳରେ ଦଗ୍ଧ ହେଉଛନ୍ତି। ପୁରୁଷମାନେ ପରସ୍ପର ସହିତ ଘୃଣ୍ୟ ଆଚରଣ କରୁଛନ୍ତି ଓ ଫଳରେ କୁକର୍ମ ପାଇଁ ଦଣ୍ଡନୀୟ ହେଉଛନ୍ତି। ଏହି ଲୋକମାନେ ଈଶ୍ୱରଙ୍କ ବିଷୟରେ ସଠିକ୍ ଧାରଣା ପୋଷଣ କରିବାକୁ ଅନିଚ୍ଛୁକ ଥିବାରୁ, ଈଶ୍ୱର ସେମାନଙ୍କୁ ପରିତ୍ୟାଗ କରିଛନ୍ତି ଓ ସେମାନେ କଳୁଷିତମନା ହୋଇ ମନୁଷ୍ୟୋଚିତ ଆଚରଣ କରୁ ନାହାନ୍ତି।
Explore ରୋମୀୟ 1:26-28
8
ରୋମୀୟ 1:22-23
ସେମାନେ ନିଜକୁ ଜ୍ଞାନୀ ମନେ କରନ୍ତି, କିନ୍ତୁ ପ୍ରକୃତରେ ସେମାନେ ମୂର୍ଖ। ଅନନ୍ତ ଈଶ୍ୱରଙ୍କୁ ପୂଜା ନ କରି ସେମାନେ ମର ମନୁଷ୍ୟ, ପଶୁ ପକ୍ଷୀ କିଅବା ସର୍ପାକୃତି ପ୍ରତିମା ନିର୍ମାଣ କରି ସେଗୁଡ଼ିକୁ ପୂଜା କରୁଛନ୍ତି।
Explore ରୋମୀୟ 1:22-23
Home
Bible
Plans
Videos