1
ଯିଶାଇୟ 45:3
ପବିତ୍ର ବାଇବଲ (Re-edited) - (BSI)
ODIAOV-BSI
ପୁଣି, ଆମ୍ଭେ ଅନ୍ଧକାରାବୃତ ଧନଭଣ୍ତାର ଓ ଗୁପ୍ତ ସ୍ଥାନରେ ସଞ୍ଚିତ ସମ୍ପତ୍ତିସବୁ ତୁମ୍ଭକୁ ଦେବା, ତହିଁରେ ତୁମ୍ଭର ନାମ ଧରି ଆହ୍ଵାନକାରୀ ଆମ୍ଭେ ଯେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ଵର ଅଟୁ, ଏହା ତୁମ୍ଭେ ଜାଣି ପାରିବ।
Compare
Explore ଯିଶାଇୟ 45:3
2
ଯିଶାଇୟ 45:2
ଆମ୍ଭେ ତୁମ୍ଭର ଆଗେ ଆଗେ ଗମନ କରିବା, ରଗଡ଼ା ସ୍ଥାନସବୁ ସମାନ କରିବା; ଆମ୍ଭେ ପିତ୍ତଳର କବାଟସବୁ ଭାଙ୍ଗି ଖଣ୍ତ ଖଣ୍ତ କରିବା ଓ ଲୌହ ଅର୍ଗଳସବୁ କାଟି ପକାଇବା
Explore ଯିଶାଇୟ 45:2
3
ଯିଶାଇୟ 45:5-6
ଆମ୍ଭେ ସଦାପ୍ରଭୁ, ଆଉ ଦ୍ଵିତୀୟ କେହି ନାହିଁ; ଆମ୍ଭ ଛଡ଼ା ଆଉ ପରମେଶ୍ଵର ନାହାନ୍ତି; ତୁମ୍ଭେ ଆମ୍ଭକୁ ନ ଜାଣିଲେ ହେଁ ଆମ୍ଭେ ତୁମ୍ଭର କଟିବନ୍ଧନ କରିବା; ତହିଁରେ ଆମ୍ଭ ଛଡ଼ା ଯେ ଆଉ କେହି ନାହିଁ, ଏହା ସୂର୍ଯ୍ୟୋଦୟର ସ୍ଥାନରୁ ପଶ୍ଚିମ ଦିଗ ପର୍ଯ୍ୟନ୍ତ ଲୋକେ ଜାଣିବେ; ଆମ୍ଭେ ସଦାପ୍ରଭୁ, ଆଉ ଦ୍ଵିତୀୟ କେହି ନାହିଁ।
Explore ଯିଶାଇୟ 45:5-6
4
ଯିଶାଇୟ 45:7
ଆମ୍ଭେ ଦୀପ୍ତି ନିର୍ମାଣ କରୁ ଓ ଆମ୍ଭେ ଅନ୍ଧକାର ସୃଷ୍ଟି କରୁ; ଆମ୍ଭେ ଶାନ୍ତି ରଚନା କରୁ, ଅନିଷ୍ଟ ସୃଷ୍ଟି କରୁ; ଆମ୍ଭେ ସଦାପ୍ରଭୁ ଏହାସବୁ ସାଧନ କରୁ।
Explore ଯିଶାଇୟ 45:7
5
ଯିଶାଇୟ 45:22
ହେ ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ, ତୁମ୍ଭେମାନେ ଆମ୍ଭ ପ୍ରତି ଅନାଇ ପରିତ୍ରାଣ ପ୍ରାପ୍ତ ହୁଅ; କାରଣ ଆମ୍ଭେ ପରମେଶ୍ଵର, ଆମ୍ଭ ଛଡ଼ା ଦ୍ଵିତୀୟ ନାହିଁ।
Explore ଯିଶାଇୟ 45:22
6
ଯିଶାଇୟ 45:1
ସଦାପ୍ରଭୁ ଆପଣା ଅଭିଷିକ୍ତ ବ୍ୟକ୍ତିର, ଅର୍ଥାତ୍, କୋରସ୍ର ବିଷୟରେ ଏହି କଥା କହନ୍ତି, ଆମ୍ଭେ ତାହା ସମ୍ମୁଖରେ ନାନା ଗୋଷ୍ଠୀଙ୍କି ପରାସ୍ତ କରିବା ନିମନ୍ତେ ତାହାର ଦକ୍ଷିଣ ହସ୍ତ ଧରିଅଛୁ ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା ; ଆମ୍ଭେ ତାହା ସମ୍ମୁଖରେ କବାଟସବୁ ମୁକ୍ତ କରିବା ଓ ନଗର-ଦ୍ଵାରସବୁ ବନ୍ଦ ନୋହିବ
Explore ଯିଶାଇୟ 45:1
7
ଯିଶାଇୟ 45:23
ଆମ୍ଭେ ଆପଣା ନାମ ନେଇ ଶପଥ କରିଅଛୁ ଓ ଧର୍ମମୟ ବାକ୍ୟ ଆମ୍ଭ ମୁଖରୁ ନିର୍ଗତ ହୋଇଅଛି, ତାହା ଅନ୍ୟଥା ନୋହିବ, ଆମ୍ଭ ଛାମୁରେ ପ୍ରତ୍ୟେକ ଆଣ୍ଠୁ ନତ ହେବ, ପ୍ରତ୍ୟେକ ଜିହ୍ଵା ଶପଥ କରିବ।
Explore ଯିଶାଇୟ 45:23
8
ଯିଶାଇୟ 45:4
ଆମ୍ଭ ଦାସ ଯାକୁବ ଓ ଆମ୍ଭ ମନୋନୀତ ଇସ୍ରାଏଲ ସକାଶେ ଆମ୍ଭେ ତୁମ୍ଭର ନାମ ଧରି ତୁମ୍ଭକୁ ଡାକିଅଛୁ; ତୁମ୍ଭେ ଆମ୍ଭକୁ ନ ଜାଣିଲେ ହେଁ ଆମ୍ଭେ ତୁମ୍ଭକୁ ଉପାଧି ଦେଇଅଛୁ।
Explore ଯିଶାଇୟ 45:4