ମାଥିଉଲିଖିତ 28:12-15
ମାଥିଉଲିଖିତ 28:12-15 OCB
ପ୍ରଧାନ ଯାଜକମାନେ କୁଳବୃଦ୍ଧମାନଙ୍କ ସହ ସାକ୍ଷାତ କରି ଗୋଟିଏ କୌଶଳ କଲେ, ସେମାନେ ପ୍ରହରୀମାନଙ୍କୁ ପ୍ରଚୁର ଅର୍ଥ ଦେଲେ ପୁଣି, ସେମାନଙ୍କୁ କହିଲେ, “ତୁମେମାନେ ଏହି କଥା କହିବ ଆମେ ରାତିରେ ଶୋଇପଡ଼ିଥିବା ସମୟରେ ତାଙ୍କ ଶିଷ୍ୟମାନେ ଆସି ତାଙ୍କୁ ଚୋରି କରି ନେଇଗଲେ ଏ କଥା ଯଦି ରାଜ୍ୟପାଳ ଶୁଣିବାକୁ ପାଆନ୍ତି, ତେବେ ଆମେ ତାଙ୍କୁ ବୁଝାଇ ଦେବୁ ଓ ତୁମ୍ଭମାନଙ୍କୁ ବିପଦରୁ ରକ୍ଷା କରିବୁ।” ଅତଏବ ପ୍ରହରୀମାନେ ଟଙ୍କା ନେଇ ସେମାନଙ୍କୁ ଯେପରି ନିର୍ଦ୍ଦେଶ ଦିଆଯାଇଥିଲା, ସେହିପରି କଲେ, ଏହି କାହାଣୀ ଯିହୁଦିମାନଙ୍କ ମଧ୍ୟରେ ଆଜିଯାଏ ପ୍ରଚାରିତ ହେଉଛି।





