ରୋମୀୟ 1:26-28
ରୋମୀୟ 1:26-28 OERV
ସେଥିପାଇଁ ପରମେଶ୍ୱର ସେମାନଙ୍କୁ ସେହି ଲଜ୍ଜାଜନକ କାର୍ଯ୍ୟ କରିବା ପାଇଁ ଛାଡ଼ି ଦେଲେ। ସେହିଭଳି ପୁରୁଷମାନେ ମଧ୍ୟ ସ୍ତ୍ରୀମାନଙ୍କ ସ୍ୱାଭାବିକ ସଙ୍ଗ ଛାଡ଼ି ପରସ୍ପର ଭିତରେ କାମନାରେ ଲିପ୍ତ ହେଲେ। ପୁରୁଷମାନେ ଅନ୍ୟ ପୁରୁଷମାନଙ୍କ ସହିତ ଅଶୋଭନୀୟ ବ୍ୟବହାର କଲେ। ନିଜର ମନ୍ଦ କାର୍ଯ୍ୟ ପାଇଁ ସେମାନେ ନିଜ ଦେହରେ ଦଣ୍ଡ ଭୋଗିଲେ। ପରମେଶ୍ୱରଙ୍କ ବିଷୟରେ ପ୍ରକୃତ ଜ୍ଞାନ ପ୍ରାପ୍ତ କରିବାକୁ ଲୋକେ ଗୁରୁତ୍ୱ ଦେଲେ ନାହିଁ। ସେଥିପାଇଁ ପରମେଶ୍ୱର ସେମାନଙ୍କୁ ସେମାନଙ୍କ ବିକୃତ ଚିନ୍ତାରେ ରହିବାକୁ ଛାଡ଼ି ଦେଲେ ଓ ସେମାନେ ଅନୁଚିତ୍ କର୍ମକରି ରହିଲେ।





